ଗୁଣପୁର( ପ୍ରତିଫଳନ ମିଡ଼ିଆ )
“ସ୍ତ୍ରୀକୁ ଖୁବ ଭଲ ପାଉଥିଲି। ଆମ ଭିତରେ ସାମାନ୍ୟ ବୁଝାମଣା ଅଭାବରୁ ଘଟିଗଲା ବଡ଼ ଘଟଣା। ମୁଁ ଶୋଇ ଉଠିଲା ବେଳକୁ ସ୍ତ୍ରୀ ସୋଫାରେ ଶୋଇ ଜୀବନ ହାରିଦେଇଛି। ମୁଁ ମଧ୍ୟ ଆଉ ବଞ୍ଚିବି ନାହିଁ। ମୋର ଏହା ଶେଷ ଭିଡିଓ। ଫାଶୀ ହୋଇ ମରିବି। ଆମ ମାରିବା ପାଇଁ କେହି ଦାୟୀ ନୁହଁନ୍ତି।” ତାପରେ ସତକୁ ସତ ପୋଲିସ ପାଇଲା ଦୁଇଟି ମୃତ ଦେହ। ସ୍ତ୍ରୀ ସୋଫାରେ ଶୋଇଛି ଏବଂ ସ୍ବାମୀ ଝୁଲୁଛି। ଏମିତି ହୃଦୟ ବିଦାରକ ଘଟଣା ଘଟିଛି ବାଙ୍ଗୋଲୋରର ଏକ ଘରେ। ଆଉ ଦୁଇ ଜଣ ହେଉଛନ୍ତି ଓଡ଼ିଶାର। ପୁଅ ଗଜପତିର ଏବଂ ଝିଅ ରାୟଗଡା ଜିଲ୍ଲା ପୁଟାସିଂ ଅଞ୍ଚଳର। ଘଟଣା ଚର୍ଚ୍ଚାର ବିଷୟ ହୋଇପଡିଛି।
ପ୍ରଥମେ ଭଲ ପାଇଲେ | ପରେ ବାହା ହେଲେ | ବାହା ହେବା ପରେ କର୍ଣ୍ଣାଟକ ଗଲେ | ସେଠାରେ ଉଭୟ ମିଶି ଘର ଭଡା ନେଇ ରହିଲେ | ଉଭୟଙ୍କ ଭିତରେ ଏମିତି କଣ ବୁଝାମଣା ଅଭାବ ରହିଲା ଯେ ଶେଷରେ ଚରମ ନିଷ୍ପତ୍ତି ନେବାକୁ ପଛେଇ ନଥିଲେ | ଆମକୁ ମିଳିଥିବା ଏକ ଭିଡିଓରେ କୁହା ଯାଉଚି ଯେ ହଠାତ ନିଦ ଭାଙ୍ଗିବା ବେଳକୁ ସ୍ଵାମୀ କୁଆଡେ ଦେଖିବାକୁ ପାଇଚି ଯେ ସ୍ତ୍ରୀ ଜୀବନ ହାରି ସଫା ରେ ପଡିଚି | ଆଉ ଏକ ଭିଡିଓ ରେ ସ୍ତ୍ରୀ ମରିବା ପରେ ନିଜକୁ ଅସହାୟ ମନେ କରି ସ୍ଵାମୀ ମଧ୍ୟ ଜୀବନ ହାରିବା ପାଇଁ କହୁଚି | ଦୁଇ ଜଣଙ୍କ ମୃତ୍ୟୁ ନେଇ ସ୍ତ୍ରୀ ଘର ପରିବାର ଓ ସ୍ଵାମୀ ଘର ପରିବାର କେହି ଦାୟୀ ନୁହଁନ୍ତି | ଏଥିପାଇଁ ଉଭୟ ସ୍ଵାମୀ ଓ ସ୍ତ୍ରୀ ଦାୟୀ | ସ୍ତ୍ରୀ ର ଭାଇ କୁ କ୍ଷମା କରିବା ପାଇଁ କୁହାଯାଇଛି | ସ୍ତ୍ରୀ ଜୀବନ ଚାଲି ଯିବା ପରେ ତାର ମଥା ଓ ବେକ ରେ ନେଲ ପଲିସ ଲଗାଉଛି | ତାପରେ ସ୍ଵାମୀ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି | ତେବେ ନିଜ ମୋବଇଲ୍ ରେ ନିଜେ ଭିଡିଓ କରିଛି ନା ଆଉ କିଏ ଭିଡିଓ କରିଛି ତାହା ସନ୍ଦେହ ଘେରରେ | ଭିଡିଓ ରୁ ଜଣା ପଡୁଛି ଯେ 2026 ଫେବୃୟାରୀ 25 ତାରିଖ ଭୋର 2 ଟା 23 ମିନିଟ ସମୟ ରେ ଫୋଟ ଉଠାଯାଇଛି | ପୋଲିସ କୌଣସି ସୂତ୍ର ରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ପରେ ଝିଅ ଘର ପରିବାର ଜାଣିବାକୁ ପାଇଥିଲେ | ମିଳିଥିବା ସୂଚନା ଅନୁସାରେ ଗଜପତି ଜିଲ୍ଲା ଅଡବା ଥାନା ବଚେବା ଗାଁର ଦୀପନ୍ତ ଶବର | ସେ ରାୟଗଡ଼ା ଜିଲ୍ଲା ଗୁଣପୁରକୁ କାମ ଅନ୍ୱେଷଣ ରେ ଆସି ରହୁଥିଲେ | ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଲାଞ୍ଜିଆ ସଉରା ଅଞ୍ଚଳ ପୁଟାସିଂ ଥାନା ରିଜିଙ୍ଗତାଲ ଗାଁର ମଞ୍ଜୁଳା ଶବର ବୟସ 22 ବର୍ଷ ବୋଲି ଜଣାପଡ଼ଛି | ସେ ମଧ୍ଯ ଗୁଣପୁର ସହରକୁ ଆସି ଦିନ ମଜୁରିଆ କାମ କରୁଥିଲେ | ମଞ୍ଜୁଳା ଓ ଦୀପନ୍ତ ମଧ୍ୟରେ ପ୍ରଥମେ ପରିଚୟ ପରେ ବନ୍ଧୁତା ତାପରେ ଭଲ ପାଇବା | ଶେଷରେ ବାହା ହୋଇ ଅନ୍ୟ ରାଜ୍ୟକୁ ଚାଲି ଯାଆନ୍ତି | ଦୀପନ୍ତର ପ୍ରଥମ ସ୍ତ୍ରୀ ଅଛନ୍ତି | କାମ କରିବାକୁ ଯାଇ ମଞ୍ଜୁଳା ଘରକୁ ନ ଫେରିବା ପରେ ପରିବାର ଖୋଜାଖୋଜି କରି କିଛି ସନ୍ଧାନ ନ ପାଇବା ପରେ ଗତ ସେପ୍ଟେମ୍ବର ମାସ ରେ ନିଖୋଜ ଥିବା ନେଇ ପରିବାର ପକ୍ଷରୁ ପୁଟାସିଂ ଥାନାରେ ଅଭିଯୋଗ କରିଥିଲେ | ଦେହକୁ ପହଞ୍ଚାଇବା ପାଇଁ ପରିବାର ପକ୍ଷରୁ ସରକାର ଓ ପ୍ରଶାସନକୁ ନିବେଦନ କରୁଛନ୍ତି |

