ପ୍ରତିଫଳନ ମିଡ଼ିଆ, ଭୁବନେଶ୍ୱର
ଚାକିରୀ କରି ସରକାରୀ ଅର୍ଥ ହଡପ କରି ଆୟ ବହିର୍ଭୁତ ସମ୍ପତି ଠୁଳ କରିଥିବା ଅଭିଯୋଗରେ ଇଞ୍ଜିନିୟର ଙ୍କ ଘର ଓ ଏକାଧିକ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି। ବହୁ ମହଲା ବିଶିଷ୍ଟ ଏକାଧିକ ଘର, ମୂଲ୍ୟବାନ ପ୍ଲଟ, ଟଙ୍କା ସୁନା ଠାବ କରାଯାଇଛି ବୋଲି ଓଡିଶା ଭିଜିଲାନସ ପକ୍ଷରୁ ସୂଚନା ମିଳିଛି।
ଭିଜିଲାନସର ତଲାଶୀ ସମୟରେ କେନ୍ଦ୍ରାପଡା ଇରିଗେସନ୍ ଡିଭିଜନ୍ ଅଧୀନ ଡେରାବିଶ୍ ଇରିଗେସନ୍ ସବ୍-ଡିଭିଜନ୍ର ସହକାରୀ ଏକଜୁକ୍ୟୁଟିଭ ଇଞ୍ଜିନିୟର ପ୍ରମୋଦ ରାୟଙ୍କ ଏପର୍ଯ୍ୟନ୍ତ ୨ଟି ବହୁମହଲା କୋଠା (୧ଟି ଭୁବନେଶ୍ୱର ଓ ୧ଟି ଚୌଦ୍ୱାରରେ), ୨ଟି ପ୍ଲଟ୍ ଓ ନଗଦ ₹4.48 ଲକ୍ଷ ଟଙ୍କା ସହିତ ଅନ୍ୟାନ୍ୟ ସମ୍ପତ୍ତି ଠାବ ହୋଇଛି।
ଇଞ୍ଜିନିୟର ରାୟ 10.06.1988 ତାରିଖରେ ଜଳ ସମ୍ପଦ ବିଭାଗରେ ଜୁନିୟର ଇଞ୍ଜିନିୟର ଭାବେ ମାସିକ ₹1,500 ଟଙ୍କା ବେତନରେ ଚାକିରୀ ରେ ଯୋଗଦେଇଥିଲେ।
ରାୟ ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଠାବ ହୋଇ ଥିବା ସମ୍ପତ୍ତି ର ସୂଚନା ଦେଇଛି ଭିଜିଲାନସ —


ଭୁବନେଶ୍ୱରର ବାଲିଆନ୍ତାରେ ପ୍ରାୟ 8000 ବର୍ଗଫୁଟ୍ ଅଞ୍ଚଳରେ2024–25 ମସିହାରେ ନିର୍ମିତ ଏକ ବହୁ ମୂଲ୍ୟବାନ ଆଡମ୍ବରପୂର୍ଣ୍ଣ ଚାରିମହଳା କୋଠା।
କଟକର ଚୌଦ୍ୱାରରେ ପ୍ରାୟ 5200 ବର୍ଗଫୁଟ୍ ଅଞ୍ଚଳରେ ଥିବା ଏକ ଦୁଇମହଳା କୋଠା ।
୨ଟି ମୂଲ୍ୟବାନ ପ୍ଲଟ୍ ଠାବ –
i) ଭୁବନେଶ୍ୱରର ବାଲିଆନ୍ତାଠାରେ ପ୍ରାୟ 3000 ବର୍ଗଫୁଟ୍ ଅଞ୍ଚଳର ଏକ ପ୍ଲଟ୍।
ii) ଚୌଦ୍ୱାର, କଟକଠାରେ ପ୍ରାୟ 2500 ବର୍ଗଫୁଟ୍ ଅଞ୍ଚଳର ଆଉ ଏକ ପ୍ଲଟ୍।
ନଗଦ ₹4,48,580 ଟଙ୍କା। ୨ଟି ଦୁଇଚକିଆ ଗାଡି ମଧ୍ୟ ଠାବ କରାଯାଇଛି।ଠାବ ହୋଇଥିବା କୋଠା ଓ ପ୍ଲଟ୍ଗୁଡ଼ିକର ମାପ ଓ ମୂଲ୍ୟାୟନ ୱିଜିଲାନ୍ସ ଟେକ୍ନିକାଲ୍ ୱିଙ୍ଗ ଦ୍ୱାରା କରାଯାଉଛି।

ବ୍ୟାଙ୍କ, ପୋଷ୍ଟାଲ୍ର ଓ ଅନ୍ୟ କୌଣସି ଅର୍ଥଲଗାଣକାରି ସଂସ୍ଥା ଗୁଡିକରେ କେତେ ଜମା ଓ ନିବେଶର ହୋଇଛି ସମସ୍ତ ତଥ୍ୟ ସଂଗ୍ରହ କରାଯାଉଛି। ତଲାଶି କାର୍ଯ୍ୟ ସରିବା ପରେ ସବିଶେଷ ତଥ୍ୟ ମିଳିବ ବୋଲି ଭିଜିଲାନସ ପକ୍ଷରୁ ସୂଚନା ଦିଆଯାଇଛି।

