ଆନ୍ଧ୍ରରେ  ଉତ୍କଳ ଦିବସ , ଓଡିଆଙ୍କ  ପିଠା ଓ ମିଠାର ସ୍ୱାଦରେ ବିମୋହିତ ହେଲେ ବିଶାଖାପାଟଣାବାସୀ

ବିଶାଖାପାଟଣା (ଯଶୋବନ୍ତ ପାଢ଼ୀ )

ବିଶାଖାପାଟଣାସ୍ଥ ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ଉତ୍କଳ ସାଂସ୍କୃତିକ ସମାଜ ସହାୟତାରେ 90 ତମ ଉତ୍କଳ ଦିବସ ମହା ଆଡ଼ମ୍ବରରେ ପାଳନ ହୋଇଯାଇଛି ଏବଂ ଏଥିସହ ଓଡ଼ିଆ ଫୁଡ ଫେଷ୍ଟିଭଲ ଭଳି କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।

ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ବି ଉତ୍କଳ ଦିବସ ଦିନ ଏଠାକାର ପ୍ରବାସୀ ଓଡ଼ିଆ ମାନେ ଏକତ୍ରିତ ହୋଇ ଦଶପଲ୍ଲା ହିଲସ ନିକଟ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ଆୟୋଜନ କରିଥିଲେ ଓଡ଼ିଆ ଫୁଡ ଫେଷ୍ଟିଭାଲ। ଏଥିରେ ଓଡ଼ିଶାର ବହୁ ପାରମ୍ପରିକ ଖାଦ୍ୟ ଯେପରି କାକରା , ମୋଦକ, ଖିରି, ମଣ୍ଡା, ମାଲପୁଆ, ଦହିବରା ଗୁଗୁନି, ଝାଲମୁଢ଼ି , ଛେନାପୋଡ଼, ରସଗୋଲା ଭଳି ପ୍ରାୟ 40 ଟି ଖାଦ୍ୟ ନିଜେ ପ୍ରସ୍ତୁତ କରି ଲୋକଙ୍କୁ ପରଷା ଯାଇଥିଲା।ଏହି ଫୁଡ ଫେଷ୍ଟିଭାଲ କେଵଳ ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ସୀମିତ ନଥିଲା ଏଥିରେ ବିଶାଖାପାଟଣାର ଅନ୍ୟ ସମ୍ପ୍ରଦାୟର ହଜାର ହଜାର ଲୋକ ଯୋଗ ଦେଇ ଏହାର ଭରପୁର ମଜା ଉଠାଇଥିଲେ।ଏହି କାର୍ଯ୍ୟକ୍ରମକୁ ଆହୁରି ଅଧିକା ଆକର୍ଷଣୀୟ କରିବା ପାଇଁ ଓଡିଶା ସରକାରଙ୍କ ଦ୍ୱାରା ସ୍ବୀକୃତ ସାଂସ୍କୃତିକ ନୃତ୍ୟ ଦଳ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Spread the love