ରାମନାଗୁଡାରେ: ଜୁନ ୧ରୁ ତିନିଦିନ ହେବ ବିଶ୍ୱ ଶାନ୍ତି ମହାଯଜ୍ଞ।ଭୂମି ପୂଜନ,ଧ୍ବଜା ପ୍ରତିଷ୍ଠା ସମ୍ପନ୍ନ

ପ୍ରତିଫଳନ ମିଡ଼ିଆ,ରାମନାଗୁଡା

ରାୟଗଡା ଜିଲ୍ଲା ରାମନାଗୁଡା ବ୍ଳକ ସଦର ମହକୁମା ଠାରେ ରେ ୧୦୮ ବିଶ୍ୱଶାନ୍ତି ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହେବ। ଏଥି ପାଇଁ ଭୂମି ପୂଜନ ଓ ଧ୍ବଜା ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହୋଇଯାଇଛି। ଏହି ପବିତ୍ର କାର୍ଯ୍ୟକ୍ରମରେ ରାଜ୍ୟର, ଜିଲ୍ଲାର ଓ ଅଞ୍ଚଳର ଗଣ୍ୟମାନ୍ୟ ବ୍ୟକ୍ତିବର୍ଗ, ଭକ୍ତମାନେ ଓ ସ୍ଥାନୀୟ ବାସିନ୍ଦାମାନେ ଉପସ୍ଥିତ ଥିଲେ। ଭକ୍ତିମୟ ପରିବେଶରେ ବେଦମନ୍ତ୍ର ଉଚ୍ଚାରଣ ସହ ଭୂମି ପୂଜନ କାର୍ଯ୍ୟ ଅନୁଷ୍ଠିତ ହୋଇ ଥିଲା।ଆସନ୍ତା ଜୁନ ମାସ 1ତାରିଖରୁ 3 ତାରିଖ ପର୍ଯ୍ୟନ୍ତ ତିନିଦିନ ବ୍ୟାପି ହେବାକୁ ଥିବା ବିଶ୍ୱ ଶାନ୍ତି ମହା ଯଂଜ୍ଞରେ ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।ଏହି ମହାଯଜ୍ଞ ଆଗାମୀ ଦିନରେ ଜିଲ୍ଲାରେ ଓ ଅଞ୍ଚଳରେ ଧାର୍ମିକ ଓ ଆଧ୍ୟାତ୍ମିକ ପରିବେଶକୁ ଅଧିକ ସୁଦୃଢ଼ କରିବା ସହ ସମାଜର ଶାନ୍ତି, ସମୃଦ୍ଧି ଓ କଲ୍ୟାଣ ପାଇଁ ଉପଯୋଗୀ ହୋଇ ପାରିବ ବୋଲି ଆୟୋଜ କମିଟି ଆଶା ବ୍ୟକ୍ତି କରିଛନ୍ତି ।
ରାମନାଗୁଡ଼ା ବ୍ଲକର ପ୍ରତ୍ୟେକ ଗ୍ରାମରୁ କଳଶରେ ପବିତ୍ର ଜଳ ଓ ମାଟି ସଂଗ୍ରହ କରାଯାଇ ଯଜ୍ଞ ମଣ୍ଡପ ରେ ସ୍ଥାପନା କରାଯିବ। ଯଂଜ୍ଞ ପରେ ପବିତ୍ର କଳଶକୁ ଗାଁକୁ ନେଇ ପ୍ରତ୍ୟେକ ଘରେ ଘରେ ପହଞ୍ଚାଯିବ।ଏହାର ମୁଖ୍ୟ ଉଦେଶ୍ୟ ହେଉଛି ବ୍ୟକ୍ତିଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନା ଜାଗୃତ କରିବା ସହ ଗାଁ ଗାଁ ରେ ଆଧ୍ୟାତ୍ମିକ ବାତା ବରଣ ସୃଷ୍ଟି କରି ସୁସ୍ଥ ସମାଜ ଗଠନ ଲକ୍ଷରେ ରାମନାଗୁଡ଼ା ଠାରେ ଗାୟତ୍ରୀ ମହାଯଂଜ୍ଞ ଆୟୋଜନ କରାଯାଉଛି ।
ପବିତ୍ର ତିଥିରେ ମହା ଆଡମ୍ବରରେ ଜିଲ୍ଲାର ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିମାନଙ୍କ ଉପସ୍ଥିତି ରେଭୂମି ପୂଜନ ଜର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଭୂମି ପୂଜନ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପୂର୍ବତନ ପ୍ରଚାରକ ଛୋଟେଲାଲ ମହାନ୍ତ,ଯୋଗୀଶ୍ରୀ ଚୈତନ୍ୟ ମହାରାଜା,
ରାୟଗଡା ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବିଦ୍ୟାଧର ଶବର, ରାମନାଗୁଡ଼ା ବ୍ଳକ ଅଧ୍ୟକ୍ଷ ରବି ଗମାଙ୍ଗ ପ୍ରମୁଖ କର୍ତା ଭାବେ
ଯୋଗଦେଇଥିଲେ। ବିଶିଷ୍ଟ ଗାୟତ୍ରୀ ପ୍ରଚାରକ ପ୍ରଦୀପ ମହାରଣା ଭୂମି ପୂଜନ ପାଇଁ ସହଯୋଗ କରିଥିଲେ।


ଯଂଜ୍ଞ ମାଧ୍ୟମରେ ବ୍ୟକ୍ତି ଚରିତ୍ର ଗଠନ କରି ସୁସ୍ଥ ପରିବାର, ସୁଖୀ ପରିବାର ନିର୍ମାଣ କରି ସଶକ୍ତ ରାଷ୍ଟ୍ର ଗଠନ କରିବାକୁ ଲକ୍ଷ ରଖାଯାଇଛି।ଅଞ୍ଚଳରେଭଗବତ ଜ୍ଞାନ ଓ ଦର୍ଶନ ର ବ୍ୟାପକ ଭାବେ ପ୍ରଚାର ପ୍ରସାର କରାଯିବାକୁ ଲକ୍ଷ ରଖାଯାଇଛି । ବ୍ୟକ୍ତି ମଧ୍ୟରେ ଆଧ୍ୟାତ୍ମିକ ଭାବ ସୃଷ୍ଟି ହୋଇପାରିଲେ ଭଲ ମଣିଷ ଓ ଭଲ ସମାଜ ଗଠନ ସମ୍ଭବ ପର ହୋଇପାରିବ ବୋଲି ସଦସ୍ୟ ମାନେ ଆଶା ପ୍ରକଟ କରିଛନ୍ତି ।

ଯଂଜ୍ଞ କମିଟି ସଂଯୋଜକ କୀର୍ତ୍ତି ଚନ୍ଦ୍ର ସାହୁ ଯଜ୍ଞ କମିଟି ର ରୂପ ରେଖ ସମ୍ପର୍କରେ ସୂଚନା ଦେଇଥିଲେ। ରାମନାଗୁଡ଼ା ବ୍ଳକ ଉପାଧ୍ୟକ୍ଷା, ଜିଲ୍ଲା ପରିଷଦ ସଦସ୍ୟ ତାଂଗୁଡୁ ଶ୍ରୀଧର, ସରପଞ୍ଚ ଶ୍ରୀମତୀ ଗୌରୀ ମଣ୍ଡାଙ୍ଗୀ, ସମତି ସଦସ୍ୟ ମାନଙ୍କ ସମେତ ରାୟଗଡା ଟ୍ରକ ମାଲିକ ସଂଘ ସଭାପତି ତଥା ବିଜେପି ନେତା ୟାଲା ଭେଙ୍କେଟେଶ୍ୱର ରାଓ, ସକ୍ଷମ ରାଜ୍ୟ ଉପସଭାପତି ରାମଚନ୍ଦ୍ର ସାହୁ, ସଙ୍ଗଠକ ରାଜୁ ସାହୁ, ରାମନାଗୁଡ଼ା ବିଜେପିର ବରିଷ୍ଠ ନେତା ଚିନା କଣ୍ଡାଗରୀ, (ସରକାରୀ ଓକିଲ) ଜିପି ପଦ୍ମନାଭ ଦାସ, ପ୍ରଭାକର ଦୋରା, ବସନ୍ତ ଦଣ୍ଡସେନା, ପଙ୍କଜ ପଣ୍ଡା, ରଘୁନାଥ ପାଢ଼ୀ, ରାୟଗଡା ନଗର ବିଜେପି ନେତା ରାଜେଶ ନାଇଡ଼ୁ, ଶିବା ଭାସ୍କର, ଏନ ଆଦିନାରାୟଣା,ସୁରି ନାରାୟଣ, କେ ଶ୍ରୀନିବାସ, ଗୋପାଳ ଖରା, ଗୁଣୁପୁର ନଗର ର ଶ୍ରୀନିବାସ ମୂର୍ତ୍ତି, ସନ୍ତୋଷ ପାଣିଗ୍ରାହୀ ପ୍ରମୁଖ ସ୍ଥିତଥିଲେ, ପଦ୍ମପୁର ର ସତ୍ୟ ନାରାୟଣ ପାଣିଗ୍ରାହୀ, ଓକିଲ ନୀଳାଚଳ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ କାର୍ଯ୍ୟକୁ ଶୃଙ୍ଖଳିତ ଭାବେ ସମାପନ କରିବାପାଇଁ କମିଟି ଗୁଡିକୁ ଦାୟିତ୍ୱ ବଣ୍ଟନ କରିବାକୁ ନିଷ୍ପତି ନିଆଯାଇଛି।

Spread the love