କୋରାପୁଟରେ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ – ଓକିଲ ସଂଘ

କୋରାପୁଟ ରୁ ମଦନମୋହନ ସାହୁ ପ୍ରତିଫଳନ ମିଡ଼ିଆ

କୋରାପୁଟ ଓକିଲ ସଂଘ ପକ୍ଷରୁ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ଆୟୋଜିତ କରାଯିବ।ଆସନ୍ତା ନଭେମ୍ବର ୨ ରୁ ୧୦ ତାରିଖ ପର୍ଯ୍ୟନ୍ତ କୋରାପୁଟ ଜିଲ୍ଲାରେ ଆୟୋଜିତ ହେବ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୬ ଟି ଓକିଲ ଦଳ ଏଥିରେ ଭାଗ ନେବେ। ଓକିଲ ସଂଘ ପକ୍ଷରୁ କୋରାପୁଟ ପ୍ରେସ କ୍ଲବରେ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି।

ଏହି ଟୁର୍ଣ୍ଣାମେଣ୍ଟ ମାଧ୍ୟମରେ ଓଡ଼ିଶାର ଓକିଲ ମାନଙ୍କ ମଧ୍ୟରେ ମିତ୍ରତା, ଏକତା ଓ ଖେଳାଧ୍ୟାନ ମନୋଭାବକୁ ମଜବୁତ କରିବା ଉଦ୍ଦେଶ୍ୟ ରେ କ୍ରିକେଟ ଟୁର୍ନାମେଣ୍ଟ ଆୟୋଜନ କରାଯାଉଛି।ପ୍ରେସମିଟରେ କୋରାପୁଟ ଓକିଲ ସଂଘର ସଭାପତି ପ୍ରଭାତ ମହାପାତ୍ର ସହିତ ସଂଘ ର ବରିଷ୍ଠ ଓକିଲମାନେ ଉପସ୍ଥିତ ଥିଲେ।

ଟୁର୍ଣ୍ଣାମେଣ୍ଟ ପାଇଁ ସମସ୍ତ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ପହଂଚିଛି।ଉଦଘାଟନୀ ଅନୁଷ୍ଠାନ ଅତି ଆଡମ୍ବର ସହକାରେ କୋରାପୁଟ ଷ୍ଟାଡିଅମ ଠାରେ ଶୁଭାରମ୍ଭ ହେବ। ଏଥିରେ ଜିଲ୍ଲା ଓ ରାଜ୍ୟ ସ୍ତରର ବିଭିନ୍ନ ଅଧିକାରୀ, ନ୍ୟାୟବିତ ଓ ଅତିଥିମାନେ ଯୋଗ ଦେବେ। ଏହି ଅବସରରେ ସମସ୍ତ କୋରାପୁଟ ବାସୀ ଓ ଖେଳପ୍ରେମୀମାନେ ଉପସ୍ଥିତି ରହି ଖେଳାଳିମାନଙ୍କୁ ଉତ୍ସାହିତ କରିବାକୁ ଓକିଲ ସଂଘ ନିବେଦନ କରିଛନ୍ତି।

ପ୍ରେସ ମିଟରେ କୋରାପୁଟ ଓକିଲ ସଂଘ ସଭାପତି ସମେତ ଉପସଭାପତି କୃଷ୍ଣ ସ.. ସମ୍ପାଦକ ସୁନୀଲ କୁମାର ଜେନା.. କୋଷାଧକ୍ଷ କାମାକ୍ଷା ପ୍ରସାଦ ମାଝୀ… ମିଡ଼ିଆ ପରାମର୍ଶ ଦାତା ଅଶୋକ ଷଡଙ୍ଗୀ.. ଏବଂ ଭବାନୀ ଶଙ୍କର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Spread the love