CBSE ବୋର୍ଡ ପରୀକ୍ଷା ୨୦୨୫ ରେ ଅଭ୍ୟାସ ଟେକ୍ନୋ ସ୍କୁଲର ଶତ ପ୍ରତିଶତ ପରୀକ୍ଷା ଫଳ

ପଦ୍ମପୁର (ପ୍ରତିଫଳନ ମିଡ଼ିଆ)

ଦଶମ ଶ୍ରେଣୀ CBSE ବୋର୍ଡ ପରୀକ୍ଷାରେ ଅଭ୍ୟାସ ଟେକ୍ନୋ ସ୍କୁଲର ଛାତ୍ରଛାତ୍ରୀ ଭଲ ଫଳାଫଳ କରିଛନ୍ତି। ବିଦ୍ୟାଳୟର ସମସ୍ତ ପିଲା କୃତକାର୍ଯ୍ୟ ହୋଇଛନ୍ତି । ଶତ ପ୍ରତିଶତ ରିଜଲ୍ଟ ସହ ୩ ଟି ୯୦ ପ୍ରତିଶତ ରୁ ଅଧିକ ,୧୧ ଟି ୮୦ ପ୍ରତିଶତ ରୁ ଅଧିକା ଏବଂ ୨୨ ଟି ଫାଷ୍ଟ ଡିଭିଜନ ରହିଛି । ସମସ୍ତ କାର୍ଯ୍ୟକର୍ତ୍ତା ଙ୍କ ନିଷ୍ଠା ପାଇଁ ଏହା ସମ୍ଭବ ହୋଇ ପାରିଛି ବୋଲି ସ୍କୁଲ ର ସେକ୍ରେଟାରୀ ଲାଡି ତୁକାରମ୍ କହିଛନ୍ତି । ଅଞ୍ଚଳର ସମସ୍ତ ପୁରୁଣା ପ୍ରାଇଭେଟ୍ ସ୍କୁଲମାନଙ୍କୁ ପଛରେ ପକାଇ ତାରି ପ୍ରଭାବ ଦେଖାଇଛି। ଏହି ପରୀକ୍ଷାରେ ମୋଟ ୨୭ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇ ଥିଲେ ।ଛାତ୍ର ଛାତ୍ରୀଙ୍କ ମାତା ପିତା ମଧ୍ୟ ବହୁ ପ୍ରଶଂସା କରିଛନ୍ତି ସ୍କୁଲକୁ ।ସେମାନେ କହିଛନ୍ତି ଯେ,ଆମେ ଯାହା ଆଶା ରଖି ନଥିଲୁ ଆମ ପିଲାମାନେ ତାହା କରି ଦେଖାଇଛନ୍ତି। ଏହା କେବଳ ଅଭ୍ୟାସ ବିଦ୍ୟାଳୟ ଦ୍ବାରା ସମ୍ଭବ ହୋଇପାରିଛି । ଅଭ୍ୟାସ ର ନିଷ୍ଠା ଏବଂ ତପସ୍ୟା ପାଇଁ ସେ ଆଜି ଆଗରେ ବୋଲି ଆଲୋଚନା ହେଉଛି । ପରୀକ୍ଷା ଫଳ ପ୍ରକାଶ ପରେ ଅଭିଭାବକଙ୍କ ଆସ୍ଥା ଓ ବିଶ୍ବାସ ବିଦ୍ୟାଳୟ ପ୍ରତି ବୃଦ୍ଧି ପାଇଛି ।

Spread the love