୩୨୬ ନମ୍ବର୍ ଜାତୀୟ ରାଜପଥରେ ଦୁର୍ଘଟଣା
ବୈପାରିଗୁଡ଼ା ( ପ୍ରତିଫଳନ ମିଡ଼ିଆ)
ମାଲକାନାଗିରି ରାସ୍ତାର ଚନ୍ଦ୍ରପଡ଼ା ନିକଟରେ ଘଟିଛି ଦୁର୍ଘଟଣା । ଗାଡ଼ି ଚାଲକ ଙ୍କ ସାମାନ୍ୟ ଭୁଲ୍ ପାଇଁ ବଡ ଅଘଟଣ ଘଟିଛି ।ସକାଳୁ ସକାଳୁ ଘଟିଛି ଦୁଃଖଦ ଘଟଣା । ଲିଭିଗଲା 3ଜଣକ ଜୀବନ ଦୀପ। ଆଖିପତା ପଡିଯିବାରୁ ଗଛକୁ ପିଟି ହୋଇଗଲା କାର । ଏତେ ଜୋରରେ ଗଛକୁ ପିଟି ହେଲା ଯେ କାରରେ ବସିଥିବା 3ଜଣକ ଘଟଣା ସ୍ଥଳରେ ହିଁ ଜୀବନ ଚାଲିଗଲା । ଗାଡ଼ି ଚାଲକ ସହ 3ଜଣ ଗୁରୁତର । ଗୁରୁତରଙ୍କୁ ପ୍ରଥମେ ବୈପରିଗୁଡ଼ା ସ୍ବାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା କରିବା ପରେ ଜୟପୁର ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ନୟାଗଡ଼ ରୁ ମାଲକାନଗିରି ଅଭିମୁଖେ ଯାଉଥୁଲେ। ଛୁଟିରେ ବୁଲିବାକୁ ଯାଉଥିଲେ ମାଲକାନଗିରି ରହୁଥିବା ସମ୍ପର୍କୀୟଙ୍କ ଘରକୁ । ମାତ୍ର କିଛି ସମୟ ପରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ଥାନ୍ତେ। ହେଲେ ବିଧିର ବିଧାନ ଅଲଗା । ସମ୍ପର୍କୀୟ ଙ୍କ ସହ ଦେଖା ହୋଇପାରିଲା ନାହିଁ। ଅଧା ବାଟରେ ଘଟିଲା ଦୁର୍ଘଟଣା । ମୃତକ ମଧ୍ୟରେ ୨ମହିଳା ଜଣେ ପୁରୁଷ ବୋଲି ଜଣା ପଡ଼ିଛି । ନୟାଗଡ଼ର ସୁଧୀପ୍ତ କୁମାର ସିଂ ସାମନ୍ତ ନିଜେ ଗାଡ଼ି ଚଲାଈ ପରିବାରଙ୍କୁ ଧରି ନୟାଗଡ଼ ଠାରୁ ମାଲକାନଗିରି ଯାଉଥିଲେ ।ବୈପାରୀଗୁଡା ଥାନା ଅନ୍ତର୍ଗତ ଚନ୍ଦ୍ରପଡ଼ା ନିକଟରେ ନିଦ ମାଡି ଥିଲା ।ଆଖିପତା ପଡିଯିବାରୁ ରାସ୍ତାରୁ ଖସି ଗଛକୁ ପିଟି ହୋଇଯାଇଥିଲା କାର l ଖରା ଛୁଟି ପାଇଁ ସୁଧୀପ୍ତ କୁମାରଙ୍କ ଭାଇ ଘର ମାଲକାନଗିରି ଯାଉଥିଲେ ପରିବାର ଲୋକେ l ନିଦ ମାଡିବାରୁ ଅଜାଣତରେ ଆଖି ଲାଗିଯାଇଥିଲା ଫଳରେ ଗଛକୁ ପିଟି ଦୁର୍ଘଟଣା ଘଟିଗଲା ବୋଲି ଗାଡି ଚାଳକ ଆହତ ସୁଦିପ୍ତ କୁମାର ସିଂ ସାମନ୍ତ ସୂଚନା ଦେଇଛନ୍ତି l ଘଟଣା ସ୍ଥଳରେ ବୈ ପାରିଗୁଡ଼ା ପୋଲିସ ପହଞ୍ଚି ତଦନ୍ତ କରୁଛି ।
