ଆବୁଧାବିକୁ ଉଡିଲା ବିମାନ, ମୁଖ୍ୟମନ୍ତ୍ରୀ ପତାକା ଦେଖାଇ କଲେ ଉଡାଣର ଶୁଭାରମ୍ଭ

ଭୁବନେଶ୍ୱର ( ପ୍ରତିଫଳନ ମିଡ଼ିଆ )

ବିଜେପି ସରକାରଙ୍କ ଯୁଗାନ୍ତ ପଦକ୍ଷେପ । ଭୁବନେଶ୍ୱର ରୁ ଆବୁଧାବିକୁ ଆରମ୍ଭ ହେଲା ଉଡା ଜାହଜ ସେବା । ଆକାଶ ମାର୍ଗରେ ଯାତ୍ରା ଶୁଭାରମ୍ଭ ହେଲା । ଏଣିକି ଭୁବନେଶ୍ଵର ରୁ ସିଧା ସଳଖ ଯୋଗାଯୋଗ ସୁବିଧା ପାଇବେ ଯାତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ଭୁବନେଶ୍ୱର ବିମାନବନ୍ଦରରୁ ଆବୁଧାବିକୁ ପ୍ରଥମ ବିମାନ ଉଡ଼ାଣକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହା ଓଡ଼ିଶାକୁ ପ୍ରମୁଖ ଆନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳ ସହିତ ସଂଯୋଗ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ପୂର୍ବରୁ ଦୁବାଇକୁ ସିଧାସଳଖ ବିମାନ ସେବା ରହିଛି। ଏବେ ଆଉ ଏକ ଗଲଫ ଦେଶକୁ ଓଡିଶା ସହ ବିମାନ ପଥରେ ଯୋଡି ହୋଇଛି।ଏହା ଦ୍ବାରା ଓଡ଼ିଶାର ପର୍ଯ୍ୟଟନ ଓ ବାଣିଜ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ଘଟିବ ଆଶା କରାଯାଉଛି ।

ଏହି ବୃଦ୍ଧି ପାଉଥିବା ବିଶ୍ୱ ସଂଯୋଗୀକରଣ କେବଳ ପର୍ଯ୍ୟଟନକୁ ବୃଦ୍ଧି କରିବ ନାହିଁ ବରଂ ବାଣିଜ୍ୟ ଏବଂ ନିବେଶ ପାଇଁ ନୂତନ ରାସ୍ତା ଖୋଲିବ। ଫଳରେ ରାଜ୍ୟର ଅର୍ଥନୀତିକୁ ସୁଦୃଢ଼ ​​କରିବ ବୋଲି ଆଶା କରାଯାଉଛି।

Spread the love