କୋରାପୁଟ (ପ୍ରତିଫଳନ ମିଡିଆ)
କୋଟିଆ ଓଡିଶାର । କୋଟିଆ ସମସ୍ୟାର ସମାଧାନ , ସୁରକ୍ଷା ଓ ବିକାଶ ପାଇଁ ଓଡ଼ିଆ ଅସ୍ମିତା ର ସରକାର ସଚେତନ ଅଛନ୍ତି । ରାଜ୍ୟ ସରକାରଙ୍କ ଫୋକସରେ ରହିଛି କୋଟିଆ । କୋଟିଆକୁ ନେଇ ଗଠନ କରିଛନ୍ତି ସ୍ଵତନ୍ତ୍ର ଟାସ୍କ ଫୋର୍ସ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି ।୧୬ ଜଣକୁ ନେଇ ଗଠିତ କମିଟିରେ ଅତିରିକ୍ତ ମୁଖ୍ୟ ଶାସନସଚିବ ରାଜସ୍ବ ବିଭାଗ, ଅତିରିକ୍ତ ମୁଖ୍ୟ ଶାସନସଚିବ ଗୃହ ବିଭାଗ, ପ୍ରମୁଖ ଶାସନସଚିବ ଅନୁସୂଚିତ ଜାତି ଓ ଜନଜାତି,ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ,ଶ୍ରମ ଓ କର୍ମ ନିଯୁକ୍ତି ବିଭାଗ ସଚିବ, ଖାଦ୍ୟ ଓ ଯୋଗାଣ ବିଭାଗ ସଚିବ,ଓଡିଆ ଭାଷା ଓ ସାହିତ୍ୟ ସଂସ୍କୃତି ବିଭାଗ ସଚିବ,ଆଇନ ବିଭାଗ ସଚିବ, ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ସଚିବ, ପଞ୍ଚାୟତିରାଜ ପାନୀୟ ଜଳ ବିଭାଗ ସଚିବ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ, ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର,ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜିଙ୍କ ସହ କୋରାପୁଟ ଜିଲ୍ଲାପାଳ ଓ ଏସପି ରହିଛନ୍ତି। କମିଟି ଆସନ୍ତା ଦିନରେ କୋଟିଆରେ ଚାଲୁଥିବା ଉନ୍ନୟନମୂଳକ କାର୍ଯ୍ୟ, ଶିକ୍ଷା, ସ୍ଵାସ୍ଥ୍ୟ ଗମନାଗମନର ସ୍ଥିତି ଅନୁଧ୍ୟାନ କରିବେ। କୋଟିଆରେ ଓଡିଆ ଅସ୍ମିତାକୁ ନେଇ କମିଟି କାର୍ଯ୍ୟ କରିବ।ଓଡ଼ିଶା ମାଟିରେ ପିଲା ପାଠ ପଢ଼ିବେ ଓଡିଆ ।ଯାହାକୁ ନେଇ କମିଟି କାମ କରିବ।କୋଟିଆର ବିକାଶକୁ ନେଇ ରାଜ୍ୟ ସରକାର ସ୍ଵତନ୍ତ୍ର ପଦକ୍ଷେପ ନେଇଛନ୍ତି।

କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ର କୋଟିଆ ପଞ୍ଚାୟତ ଆନ୍ଧ୍ର ସୀମାନ୍ତ କୁ ଲାଗି ରହିଛି । କୋଟିଆ ସୀମାକୁ ନେଇ ଆନ୍ଧ୍ର ବିବାଦ ସୃଷ୍ଟି କରିଛି । ଆନ୍ଧ୍ର ଅଧିକାରୀ ମାନେ ଓଡ଼ିଶାର କୋଟିଆ ସୀମା ମଧ୍ୟରେ ବାରମ୍ୱାର ଅନୁପ୍ରବେଶ କରି ଅରାଜକତା ସୃଷ୍ଟି କରିବାକୁ ଉଦ୍ୟମ ଚଳାଇଛନ୍ତି । ଆନ୍ଧ୍ରର ଅନୁପ୍ରବେଶ ବିରୋଧରେ କୋଟିଆ ସୀମାର ସୁରକ୍ଷା ପାଇଁ ବିଶେଷ କରି କୋରାପୁଟ ଜିଲ୍ଲାର ଗଣ ମାଧ୍ୟମ ଗୁଡ଼ିକ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ନିର୍ବାହ କରି ଆସିଛି । ସରକାର ପ୍ରଶାସନ,ଲୋକ ପ୍ରତିନିଧି ଓ ବୁଦ୍ଧିଜୀବି ଙ୍କୁ ସଜାଗ ଓ ସଚେତନ କରାଇ ଆସୁଛି । ଏହାର ଗୁରୁତ୍ଵକୁ ସରକାର ହୃଦବୋଧ କରିଛନ୍ତି । ରାଜ୍ୟ ସରକାରଙ୍କ ଯୋଜନା ଗୁଡିକ କୋଟିଆ ଲୋକଙ୍କ ନିକଟରେ ପହଞ୍ଚାଇବା ଓ ସୀମାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା, ସଂସ୍କୃତି,ପରମ୍ପରା ପର୍ବପର୍ବାଣୀ ସାମିଲ କରି ପଡୋଶୀ ରାଜ୍ୟର ପ୍ରଲୋଭନ କୁ ଏଡାଇ ଓଡ଼ିଶା ଓ ଓଡ଼ିଆ ପ୍ରୀତି ନିଶ୍ଚିତ ତା କରିବାକୁ ଲକ୍ଷ ରଖିଛି । ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପ କୋଟିଆ ସୀମା ବିବାଦ ସମାଧାନର ସହାୟକ ହୋଇପାରିବ ଆଶା କରାଯାଉଛି।