ରାୟଗଡା (ପ୍ରତିଫଳନ ମିଡ଼ିଆ )
ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରୀ ୨.୦ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ “ଅଙ୍ଗୀକାର ୨୦୨୫” ସଚେତନତା ଶିବିର ରାୟଗଡା ଠାରେ ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ ପୌର ପରିଷଦ ସ୍ଥିତ ଅଶୋକ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଶିବିରରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ ପୌର ପରିଷଦ ଅଧକ୍ଷ ପି ମହେଶ ପଟନାୟକ ଯୋଗଦାନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ରାୟଗଡ଼r ବିଭିନ୍ନ ବ୍ୟାଙ୍କର ପ୍ରମୁଖ ଜିଲ୍ଲା ପରିଚାଳକ ଏବଂ ବିଭିନ୍ନ ସରକାରୀ ତଥା ପାଇଭେଟ୍ ବ୍ୟାଙ୍କ ଅଧିକାରୀ, ଟାଟା ପାୱାର ସାଉଥର୍ନ ଡିଭିଜନ ଇଲେକ୍ଟ୍ରି କାଲ ଇଞ୍ଜିନିୟର, ଟିମ୍ ଲିଡ ଦୁଦା ପ୍ରମୁଖ ଯୋଗଦାନ କରିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଉପକୃତ ହୋଇଥିବା ହିତାଧୀକାରୀ ତଥା ନୂତନ ଭାବେ ଆବାସ ଯୋଜନା ରେ ପକ୍କା ଘର ପାଇଁ ଆବେଦନ କରିଥିବା ହିତାଧୀକାରୀ ମାନଙ୍କୁ ସରକାର ଙ୍କ ଦ୍ବାରା ପ୍ରଦତ୍ତ ବିଭିନ୍ନ ଲୋକାଭିମୁଖୀ ଯୋଜନା ଯଥା ପି.ଏମ – ସୁନିଧ, ପି.ଏମ-ବିଶ୍ଵକର୍ମା, ଗୋପୋବନ୍ଧୁ ଜନ ଆରୋଗ୍ୟ ଯୋଜନା,ପି.ଏମ ସୂର୍ଯ୍ୟଘର ମାଗଣା ବିଦ୍ୟୁତ୍ ଯୋଗାଣ ଯୋଜନା ବିଷୟରେ ଅବଗତ କରାଇବା ତଥା ସେହି ଯୋଜନା ଗୁଡ଼ିକର ଲାଭ ଉଠାଇବା ପାଇଁ କାର୍ଯ୍ୟରତ ବିଭିନ୍ନ ବିଭାଗ ର ଅଧିକାରୀ ଙ୍କ ଉପସ୍ଥିତି ରେ ପଞ୍ଜୀକୃତ କରାଗଲା I

ଏହି ସଚେତନତା ଶିବିର ସେପ୍ଟେମ୍ବର ୧୭ ତାରିଖ ରୁ ଆରମ୍ଭ ହୋଇ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଅଙ୍ଗୀକାର ୨୦୨୫ ଶିବିରର ସଠିକ ପରିଚାଳନା ତଥା ଚଦାରଖ ପାଇଁ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ନଗର ଉନ୍ନୟନ ସଂସ୍ଥା ରାୟଗଡ଼ ଙ୍କ ଅଧ୍ୟକ୍ଷତା ରେ ଏକ ଜିଲ୍ଲା ସ୍ତରୀୟ କମିଟି ଗଠନ କରାଯାଇଅଛି ।

ଏଥିରେ ସି.ଏଲ. ଟି. ସି. ଗୁଣୁପୁର ଏବଂ ଗୁଡ଼ାରୀ ପୌର ପରିଷଦର କର୍ମକର୍ତ୍ତା, ଗୋଷ୍ଠୀ ସଂଗଠିକା, ଏମ୍.ଆଇ.ଏସ. ସି.ପି. ପରିଷଦର ସମସ୍ତ କର୍ମକର୍ଲା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧୀକାରୀ ଏବଂ ସାମାଜିକ ଗଣମାଧ୍ୟମର ପ୍ରତିନିଧଗଣ ଉପସ୍ଥିତ ଥିଲେ । ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ କୁଲଦୀପ କୁମାର ଏହି ସଭାକୁ ପରିଚାଳନା କରିଥିଲେ ।

