ରାୟଗଡ଼ (ପ୍ରତିଫଳନ ମିଡ଼ିଆ )
ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ବିଲେଷୁର ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀନିବାସ ରାଓ ଲାଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ବଡାଇରୁକୁବାଡ଼ି କ୍ଲଷ୍ଟର ସିଆରସିସି ବଳଭଦ୍ର ହିମିରିକା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଦ୍ୟାଳୟର କ୍ରୀଡା ପତାକାକୁ ଉତ୍ତୋଳନ କରିଥିଲେ। ଶିକ୍ଷା ପ୍ରତ୍ୟେକ ଶିଶୁଙ୍କ ଅଧିକାର। ପିଲାମାନେ ସୁସ୍ଥ ସ୍ବାସ୍ଥ୍ୟର ଅଧିକାରୀ ହେଲେ ଶିକ୍ଷାରେ ଉନ୍ନତି କରିପାରିବେ ଏବଂ ଏଥିପାଇଁ କ୍ରୀଡା ଅପରିହାର୍ଯ୍ୟ। କ୍ରୀଡା ଶିଶୁକୁ ସଦାସର୍ବଦା ଶାରୀରିକ ଓ ମାନସିକ ଭାବେ ଫୁର୍ତ୍ତି ରଖିଥାଏ ବୋଲି ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ।

ଏଥି ପୂର୍ବରୁ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା କରି ମଶାଲ ଶୋଭା ପରିକ୍ରମା ସହ ଖେଳ ପଡିଆରେ ମଶାଲକୁ ସ୍ଥାପନ କରାଯାଇଥିଲା। ବିଦ୍ୟାଳୟର ସ୍କାଉଟ ଏଣ୍ଡ ଗାଇଡ଼ ଦଳ ଦ୍ୱାରା ପ୍ରସ୍ତୁତ ପ୍ୟାରେଡରେ ଅତିଥିମାନେ ଅଭିବାଦନ ଗ୍ରହଣ କରିଥିଲେ। ଦୁଇଦିନ ବ୍ୟାପୀ ଚାଲିବାକୁ ଥିବା ବାର୍ଷିକ କ୍ରୀଡା ଉତ୍ସବରେ ପିଲାମାନେ ଦୌଡ, ଲମ୍ବା ଡିଆଁ, ଉଚ୍ଚ ଡିଆଁ, ଅଖା ଦୌଡ, ପୁଚି, ମ୍ୟୁଜିକାଲ ଚେୟାର, ଭଲିବଲ, କ୍ରିଜେଟ, କଉତୁକିଆ କ୍ରୀଡା ଭଳି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ। କୃତି ପ୍ରତିଯୋଗୀଙ୍କୁ ଆଗାମୀ ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ। ଏହି ଅବସରରେ ପିଲାଙ୍କ ଦ୍ୱାରା ପ୍ରସ୍ତୁତ ଚାରୋଟି ହାଉସର କାନ୍ଥ ପୋଷ୍ଟର ଉନ୍ମୋଚନ ହୋଇଥିଲା।

ବିଦ୍ୟାଳୟର କ୍ରୀଡା ନିର୍ଦ୍ଦେଶକ ସ୍ମୃତି ରଂଜନ ମହାରଣା ଓ ସହଯୋଗୀ କ୍ରୀଡା ଦାୟିତ୍ୱରେ ଥିବା ଶିକ୍ଷକ ବ୍ରହ୍ମପଦ ସାହୁ ସମଗ୍ର ବାର୍ଷିକ କ୍ରୀଡା ଉତ୍ସବକୁ ପରିଚାଳନା କରିଥିବା ବେଳେ ଶିକ୍ଷକ ଡ଼.ଦ୍ଵିତୀ ଚନ୍ଦ୍ର ସାହୁ, ବିରାଟ ହିଆଲ, ରାଜାରାଓ ସାରକା, ବିକ୍ରାନ୍ତ ରଣା, ଘନ ଶବର, ଦାମିନୀ ନାୟକ, ଦେବାଶିଷ ବେହେରା, ରମେଶ ବେହେରା ସମେତ ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ।

