ଛାମୁଣ୍ଡାରେ ଗଜ ଲକ୍ଷ୍ମୀ ପୂଜା ପାଇଁ ସଜ ବାଜ,ଶୁଭ ଖୁଣ୍ଟି ସ୍ଥାପନ ।

ପ୍ରତିଫଳନ ମିଡ଼ିଆ
ପାର୍ବଣ ସମୟ, ପୁଜା ପାଇଁ ଗାଁ ଗୁଡିକ ଉତ୍ସବ ମୁଖର । ରଙ୍ଗ ବେରଙ୍ଗ ଆଲୋକ ମାଳା ରେ ଝଲସି ଉଠୁଛି ପୂଜା ମଣ୍ଡପ ଗୁଡ଼ିକ । ଦଶହରା ସରିଛି । ଏବେ ମାଁ ଗଜ ଲକ୍ଷ୍ମୀଙ୍କ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ୍ ଛାମୁଣ୍ଡା ପଞ୍ଚାୟତ ସଦର ମହକୁମାରେ ବଣିକ ସଂଘ ପକ୍ଷରୁ ପ୍ରଥମ କରି ଗଜ ଲକ୍ଷ୍ମୀଙ୍କ ପୂଜା ଆୟୋଜନ କରାଯାଉଛି । ସୁନାମଧନ୍ୟ ପୁରୋହିତ ପଣ୍ଡିତ ସଞ୍ଜୟ ତ୍ରିପାଠୀ ପୂଜା ପାଠ କରି ମାଁ ଗଜଲକ୍ଷ୍ମୀଙ୍କର ପୂଜାର୍ଚନା କରି ଶୁଭଖୁଣ୍ଟି ସ୍ଥାପନ କରିଛନ୍ତି।ଏହି ଶୁଭ ମୁହୂର୍ତ୍ତରେ ହରି ନାମ ସଙ୍କୀର୍ତ୍ତନରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।

ନୀତି ନିୟମକୁ ପାଳନ କରି ପାଞ୍ଚ ଦିନ ବ୍ୟାପି ମାଙ୍କ ପୂଜା କରାଯିବ । ମାଙ୍କ ପ୍ରିୟ ପ୍ରସାଦ ଲାଗି କରାଯିବ । ପ୍ରତିଦିନ ଭକ୍ତ ଓ ଶ୍ରଦ୍ଧାଳୁ ମାନଂକୁ ପ୍ରସାଦ ସେବନ ବ୍ୟବସ୍ଥା କରାଯିବ ବୋଲି ବଣିକ ସଂଘ ଓ କମିଟି ପକ୍ଷରୁ କୁହାଯାଇଛି। ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମରେ ବଣିକ ସଂଘ ଓ କମିଟିର ସତ୍ୟବାନ ସାହୁ, ନାରାୟଣ ସାହୁ, ଯୋଗେନ୍ଦ୍ର ସାହୁ, ଭିକାରୀ ସାହୁ, କେ ଚନ୍ଦନ ପାତ୍ର, ଚନ୍ଦ୍ର ସାହୁ, ବାବୁ ସାହୁ, ଅନ୍ତର୍ଯ୍ୟାମୀ ସାହୁ,ପଞ୍ଚାନନ ପ୍ରଧାନ,ନାରାୟଣ ପାତ୍ରଙ୍କ ସମେତ ବଣିକ ସଂଘର ବହୁ ସଦସ୍ୟ ଉପସ୍ଥିତ ରହିଥିଲେ।

ରିପୋର୍ଟ ଚିତ୍ରସେନ ପ୍ରଧାନ.

Spread the love