ଅଟଳ ବିହାରୀ ବାଜପେୟୀ ସ୍ମୃତି ସଂସଦ ପକ୍ଷରୁ ଜୟନ୍ତୀ ପାଳନ
ରାୟଗଡା (ପ୍ରତିଫଳନ ମିଡ଼ିଆ )
ଅଟଳ ବିହାରୀ ବାଜପେୟୀ ସ୍ମୃତି ସଂସଦ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି।
ବାଜପେୟୀ ଜଣେ ଦୂରଦ୍ରଷ୍ଟା ପ୍ରଗତିଶୀଳ ଜନ ନାୟକ ଥିଲେ। ଭାରତର ଗ୍ରାମୀଣ ବିକାଶ ପାଇଁ ସଦା ସ୍ବପ୍ନ ଦେଖି ଆସିଥିଲେ। ଗ୍ରାମାଞ୍ଚଳର ବିକାଶ ଓ ଦେଶର ଅର୍ଥନୈତିକ ସ୍ଥିତିର ଉନ୍ନତି ଆଣିବାରେ ବାଜପେୟୀଙ୍କ ଅବଦାନ ରହିଛି।

ବାଜପେୟୀଙ୍କ ବିକଶିତ ଗାଁ, ବିକଶିତ, ରାଜ୍ୟ, ବିକଶିତ ଭାରତ ଗଠନ ପାଇଁ ଜିଲ୍ଲାର ଯୁବ, ଛାତ୍ର, ଶ୍ରମିକ, ବୁଦ୍ଧିଜୀବୀ, ମହିଳା, କୃଷକ ଏକାଠି ହୋଇ ଦେଶ ଗଠନରେ ସହଯୋଗ କରିବାକୁ ବକ୍ତା ମାନେ ଗୁରୁତ୍ୱ ଆରୋପ କରିଥିଲେ।

ସଂସଦର ଆବାହକ କୀର୍ତ୍ତି ଚନ୍ଦ୍ର ସାହୁଙ୍କ ସଂଚାଳନରେ ଆୟୋଜିତ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ତଥା ମୁଖ୍ୟ ପୃଷ୍ଠ ପୋଷକ, ରାୟଗଡା ଟ୍ରକ ୟୁନିୟନ ର ସଭାପତି ୟେଲା ଭେଙ୍କେଟଶ୍ଵର ରାଓ, ଉଦଘାଟକ ଭାବେ ମିଟସ ଇଞ୍ଜିନିଅର କଲେଜର ଚେୟାରମ୍ୟାନ ବାଳକୃଷ୍ଣ ପଣ୍ଡା, ମୁଖ୍ୟବକ୍ତା ଭାବେ ଶ୍ରୀ ବାଦଲ କୁମାର ତା ସମ୍ମାନିତ ଅତିଥି ଭାବେ ଧର୍ମ ଜାଗରଣ ସମନ୍ଵୟ ପ୍ରମୁଖ ଶ୍ରୀ ପ୍ରଭାତ ମହାପାତ୍ର, ସକ୍ଷମର ରାଜ୍ୟ ଉପ ସଭାପତି ରାମଚନ୍ଦ୍ର ସାହୁ, ସରସ୍ବତୀ ଶିଶୁମନ୍ଦିର ପରିଚାଳନା କମିଟିର ସମ୍ପାଦକ ପ୍ରମୋଦ କୁମାର ମହାନ୍ତି, ଆଦିବାସୀ ନେତା ବସନ୍ତ ଉଲାକା ପ୍ରମୁଖ ଯୋଗଦେଇଥିଲେ.। ଜୟନ୍ତୀ ସମାରୋହରେ ରାୟଗଡା ସହରର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ଶତାଧିକ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ସ୍ମୃତି ସଂସଦର ସଦସ୍ୟ ପ୍ରଶାନ୍ତ ପଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

