ପୁରୁଷୋତ୍ତମପୁର ( ପ୍ରତିଫଳନ ମିଡ଼ିଆ )
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍ ଅନ୍ତର୍ଗତ ହିଣ୍ଡୁଳା ପ୍ରାଥମିକ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ ହୋଇଯାଇଛି I ଉକ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟର ଶିକ୍ଷକ ଶ୍ରୀ ତପୁ ସିଂଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଧାନଶିକ୍ଷକ ଶ୍ରୀ ସଦାନନ୍ଦ ବସନ୍ତିଆ ସଭାପତିତ୍ଵ କରିଥିଲେ I ଶିକ୍ଷକ ଶ୍ରୀ ବୁଲୁ ବେହେରା, ଶ୍ରୀ ଲାବାନ୍ୟ ବେହେରା ଓ ଶିକ୍ଷୟିତ୍ରୀ ଏସ୍. ଶୁଚିସ୍ମିତା ଦୋରାଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟସଦସ୍ୟା ଓ ଗ୍ରାମର ବହୁ ପୂର୍ବତନ ଛାତ୍ରଛାତ୍ରୀ ବନ ମହୋତ୍ସବରେ ଯୋଗଦେଇଥିଲେ I ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ଗ୍ରାମ ପରିକ୍ରମା କରାଯିବା ସହିତ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ ତଥା ବନ ମହୋତ୍ସବର ଉପକାରିତା ଓ ଆବଶ୍ୟକତା ସମ୍ବନ୍ଧରେ ବିଦ୍ୟାଳୟରେ ବତ୍କୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା I

କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରିଥିଲେ I ଶିକ୍ଷକ ତପୁ ସିଂଙ୍କ ସମେତ ପ୍ରଧାନଶିକ୍ଷକ ଓ ଅନ୍ୟ ଶିକ୍ଷକଶିକ୍ଷୟିତ୍ରୀମାନେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କୁ ବୃକ୍ଷରୋପଣ ବିଷୟରେ ସଚେତନ କରାଇବା ସହିତ ଦେଶପ୍ରେମରେ ଅଭିମନ୍ତ୍ରିତ କରିଥିଲେ I

