ରାୟଗଡା ସାହିତ୍ୟ ମହୋତ୍ସବ କମିଟି ପକ୍ଷରୁ କବି ବାସୁଦେବ ପାତ୍ରଙ୍କ ସ୍ମୃତି ସଭା 

ରାୟଗଡା ( ପ୍ରତିଫଳନ ମିଡ଼ିଆ)

ରାୟଗଡା ସାହିତ୍ୟ ମହୋତ୍ସବ କମିଟି ପକ୍ଷରୁ ସଭାପତି ଡକ୍ଟର ଦୁଷ୍ମନ୍ତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ କବି ଭାରତୀ ବାସୁଦେବ ପାତ୍ରଙ୍କ ତିରୋଧାନ ଦିବସ ଅବସରରେ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ଦିବଙ୍ଗତ ସ୍ରଷ୍ଟାଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ଅମର ଆତ୍ମାର ସଦ ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସାଧାରଣ ସମ୍ପାଦକ କବି ସୁଶାନ୍ତ କୁମାର ନାୟକ ପ୍ରଥମେ ସ୍ବାଗତ ଅଭିଭାଷଣ ପ୍ରଦାନ ପୂର୍ବକ ସ୍ବର୍ଗତ ପାତ୍ରଙ୍କ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ । ଡକ୍ଟର ମହାନ୍ତି ନିଜ ବକ୍ତବ୍ୟରେ ବାସୁଦେବ ପାତ୍ରଙ୍କ ଓଡିଆ ଓ  ସଂସ୍କୃତ ଭାଷାରେ ବିଦବତ୍ତା ଓ ପାଣ୍ଡିତ୍ୟ ସମ୍ପର୍କରେ ଉପସ୍ଥାପନା କରିଥଲେ। ଅନ୍ୟମାନଙ୍କ ମଧ୍ୟରେ ମଞ୍ଜୁଶ୍ରୀ ମୁଖାର୍ଜୀ , ତ୍ରିବେଣୀ ମିଶ୍ର, ହୃଷୀକେଶ ରଥ, ଅରୁଣ କୁମାର ଲେଙ୍କା, ଲାବଣ୍ୟ ମୋହନ ପଟ୍ଟନାୟକ, ରବି ଶତପଥି, ଅରୁଣ ପାଣିଗ୍ରାହୀ, ବିପିନ ବିହାରୀ ବିଶ୍ବାଳ ପ୍ରମୁଖ ସ୍ବର୍ଗତ ପାତ୍ରଙ୍କ ସ୍ମୃତି ଚାରଣ କରିଥିଲେ । ଶେଷରେ କମିଟିର ସଂଗଠନ ସମ୍ପାଦକ ତଥା ସାହିତ୍ୟିକ ଦ୍ଵିତୀ ଚନ୍ଦ୍ର ସାହୁ ସ୍ବର୍ଗତ ପାତ୍ରଙ୍କୁ ରାୟଗଡ଼ ଜିଲ୍ଳାର ଏନସାଇକଲପିଡ଼ିଆ ବୋଲି ଅଭିହିତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।। ଉପସ୍ଥିତ ସାହିତ୍ୟିକମାନେ କବି ବାସୁଦେବ ପାତ୍ରଙ୍କ ରଚିତ କବିତା ପାଠ କରିଥିଲେ ।

Spread the love