ବ୍ରହ୍ମପୁର,ପ୍ରତିଫଳନ ମିଡ଼ିଆ
ଲାଞ୍ଚ ଟଙ୍କାରେ ଧନୀ ହେବାର ପ୍ରବଳ ଇଚ୍ଛା । ପ୍ରତ୍ୟେକ କାମରେ ନେଉଥିଲେ ଲାଞ୍ଚ । ଲାଞ୍ଚ ନ ମିଳିଲେ ଫାଇଲ କାମ କରୁ ନଥିଲେ । ସେଥିରେ ମନ ତୃପ୍ତି ହେଲା ନାହିଁ ।କର୍ମଚାରୀଙ୍କ ବକେୟା ଦରମା ଓ ଶେଷ ଦରମା ( LPC) କରିବା ପାଇଁ ଲାଞ୍ଚ ଦେବାକୁ ବାଧ୍ୟ କଲେ । ଲାଞ୍ଚ ନଦେଲେ କାମ ହେବ ନାହିଁ ବୋଲି କହିଲେ ।
ବେଲଗୁଣ୍ଠା NAC ର ପୂର୍ବତନ କର୍ମଚାରୀ (MIC) ସରୋଜ କୁମାର ଜେନା ବାଧ୍ୟ ହୋଇ ଭିଜିଲାନ୍ସର ନିକଟରେ ଅଭିଯୋଗ କଲେ । ଲାଞ୍ଚଖୋର ଅଧିକାରୀଙ୍କୁ ଧରିବା ପାଇଁ ଭିଜିଲାନସ୍ ଯୋଜନା ପ୍ରସ୍ତୁତ କଲା । ଗଞ୍ଜାମ ଜିଲ୍ଲା ବାଲିପଦର ବସ ଷ୍ଟାଣ୍ଡ ରେ କର୍ମଚାରୀ ସରୋଜ ଜେନା ଙ୍କ ଠାରୁ ୨୫ହଜାର ଟଙ୍କା ଲାଞ୍ଚ ନେଉଥିଲେ ଧରିଲା ଭିଜିଲାନସ୍। ଲାଞ୍ଚୁଆ ଓଏଏସ ଅଧିକାରୀ ଜଣକ ହେଲେ ବେଲଗୁଣ୍ଠା ଏନଏସି ର ନିର୍ବାହୀ ଅଧିକାରୀ ବନମାଳୀ ଶତପଥି। ତାଙ୍କର ୫ ଟି ଫ୍ଲାଟ୍ ଓ ୭ ଟି ପ୍ଲଟ ଠାବ କରିଛି । ଭଞ୍ଜ ନଗର ଘରୁ ୧ ଲକ୍ଷ ୬୦ ହଜାର ଟଙ୍କା ଜବତ କରିଛି ।୩ଟି ସ୍ଥାନରେ ତଲାସୀ କରୁଛି।ତଦନ୍ତ ଜାରି ରହିଥିବା ଭିଜିଲାନସ୍ ପକ୍ଷରୁ ସୂଚନା ଦିଆଯାଇଛି । ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ କେଶ ନମ୍ବର 14/2025, ଧାରା 7 ରେ, PC (Amendment) Act, 2018 ଅନୁଯାୟୀ ମାମଲା ପଞ୍ଜୀକୃତ କରା ଯାଇଛି । କର୍ମଚାରୀଙ୍କ ଟ୍ରାନ୍ସଫର୍ହୋଇଥିଲା। ତାଙ୍କୁ ରିଲିଭ୍ କରିବା, ବକେୟା ବେତନ କରିବା ଓ Last Pay Certificate (LPC) ଦେବା ପାଇଁ ଲାଞ୍ଚ ଦେବାକୁ ଦାବି କରିଥିଲେ। ଲାଞ୍ଚ ନଦେଲେ ତାଙ୍କ ବକେୟା ବେତନ ଓ LPC ଜାରି ହେବ ନାହିଁ ବୋଲି କହିଥିଲେ। ଏଥି ଯୋଗୁଁ ଅଭିଯୋଗକାରୀ ତାଙ୍କ ନୂତନ ପଦସ୍ଥାନରେ ବେତନ ନେଇପାରୁନଥିଲେ। ଅନ୍ୟ କିଛି ବିକଳ୍ପ ନ ଦେଖି, ସେ ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କଲେ।ଏହା ଆଧାରରେ ଓଡ଼ିଶା ଭିଜିଲାନ୍ସ ଦଳ ଆଜି ବାଲିପଦର ବସ୍ ଷ୍ଟପ୍ ନିକଟରେ ଅପେକ୍ଷା ରେ ଥିଲେ । ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ଉପସ୍ଥିତ ଥିବା ଭିଜିଲାନସ୍ ଓଏଏସ ଅଧିକାରୀଙ୍କୁ ଧରିଥିଲା। ରଙ୍ଗବୋଳା ୨୫,୦୦୦ ଟଙ୍କା ଲାଞ୍ଚ ରାଶି ତାଙ୍କ ଅଧୀନରୁ ଉଦ୍ଧାର ହୋଇ ଜବତ କରାଯାଇଛି ବୋଲି ଭିଜିଲାନସ୍ ପକ୍ଷରୁ କୁହାଯାଇଛି ।


