ଲୋକଙ୍କ ନିକଟରେ ସର୍ବବିଧ ସୁବିଧା ଯୋଗାଇବା ଡବଲ ଇଂଜିନ ସରକାରଙ୍କ ଲକ୍ଷ୍ୟ : ସାଂସଦ ଡ଼ ପ୍ରଦୀପ ପାଣିଗ୍ରାହୀ
ପାରଳାଖେମୁଣ୍ଡି (ପ୍ରତିଫଳନ ମିଡ଼ିଆ )
ନେତା ହେବ ତ ଏମିତି। ଘଟଣା ଘଟିଲା ପରେ ସବୁବିଭାଗର ଶାସନକଳକୁ ନେଇ କ୍ଷେତ୍ରସ୍ଥଳକୁ ଗଲେ। କ୍ଷୟ କ୍ଷତି ସ୍ଥିତି ଅନୁଧ୍ୟାନ କଲେ, ସେଠିକାର ଲୋକଙ୍କ ସହ ସହ କଥା ହେଲେ , ସ୍ଥାନୀୟ ନେତା, ପ୍ରଶାସକଙ୍କ ସହ ମିଶି ସମୀକ୍ଷା କଲେ। ସମସ୍ୟା ଓ ସମାଧାନ ଖୋଜିଲେ। ପ୍ରପୀଡ଼ିତ ପରିବାରଙ୍କୁ ସମବେଦନା ଜଣାଇଲେ। ଜିଲ୍ଲା ପ୍ରଶାସନ ସହ ମିଶି କ୍ଷୟ କ୍ଷତି ରିପୋର୍ଟ ପ୍ରସ୍ତୁତ କଲେ। ତୁରନ୍ତ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ। ଆଉ ଏମିତି ଲୋକାଭିମୁଖୀ ନେତା ହେଲେ ବ୍ରହ୍ମପୁର ସାଂସଦ ଡ଼ ପ୍ରଦୀପ କୁମାର ପାଣିଗ୍ରାହୀ।

ବ୍ରହ୍ମପୁର ସାଂସଦ ତଥା ବରିଷ୍ଠ ବିଜେପି ନେତା ଡ଼ ପ୍ରଦୀପ କୁମାର ପାଣିଗ୍ରାହୀ ଗଜପତି ଜିଲ୍ଲାର ବର୍ଷା ଜନିତ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କରିଛନ୍ତି। ଭୂସ୍ଖଳନରେ ମୃତକଙ୍କ ପରିବାରବର୍ଗଙ୍କୁ ଭେଟିଛନ୍ତି। ଗମନାଗମନକୁ ସ୍ବାଭାବିକ କରିବା ପାଇଁ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରିଛନ୍ତି। ଏଥିସହ ଗଜପତି ଜିଲ୍ଲାରେ ବିଭିନ୍ନ ସ୍ଥାନରେ ସମ୍ପ୍ରତି ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଅଞ୍ଚଳ ପରିଦର୍ଶନ କରି ହୋଇଥିବା ଜୀବନହାନି ଓ କ୍ଷୟକ୍ଷତିର ପରିମାଣ ସମ୍ପର୍କରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଜରିଆରେ ଅବଗତ କରାଇଛନ୍ତି। ଲୋକଙ୍କ ନିକଟରେ ସବୁ ସୁବିଧା ଯୋଗାଇବା ଏବଂ ଅସୁବିଧାରେ ସହାୟ ହେବା ଡବଲ ଇଂଜିନ ସରକାରଙ୍କ ଲକ୍ଷ୍ୟ ବୋଲି ସେ କହିଛନ୍ତି।

ସାଂସଦ ଡ଼ ପାଣିଗ୍ରାହୀ ମୋହନା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାୟଗଡ ବ୍ଲକର ପେକାଟା ଗ୍ରାମ ନିକଟରେ ଭୂସ୍ଖଳନ ଅଞ୍ଚଳ ପରିଦର୍ଶନ କରିଥିଲେ। ଏହି ଦୁର୍ଘଟଣାରେ ଦୁଇ ଜଣ ନିଖୋଜ ବ୍ୟକ୍ତିଙ୍କ ଉଦ୍ଧାର କାର୍ଯ୍ୟ ତଦାରଖ କରିବା ସହ ଏହି କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିଲେ। ସେହିପରି ଗଜପତି ଜିଲ୍ଲା ମୋହନା ରେ (ବନ୍ଧାଗୁଡ଼ା) ରେ ପହଞ୍ଚି ବର୍ଷା ଯୋଗୁଁ ବହୁତ ଧନ ଜୀବନ ହରାଇଥିବା ଲକ୍ଷ୍ମଣ ମଲ୍ଲିକ ଙ୍କ ଘରେ ପହଞ୍ଚି ମୃତକ ଙ୍କ ପରିବାରକୁ ସମବେଦନା ଜଣାଇଥିଲେ। ଏଥି ସହିତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଘଟଣାସ୍ଥଳରେ ବିଡିଓ ଙ୍କ ସହ ଆଲୋଚନା କରିଥିଲେ। ପ୍ରଥମ ତ ମୋହନା ବିଧାୟକଙ୍କ ଗ୍ରାମକୁ ରାସ୍ତା ହୋଇ ନଥିବାରୁ ମାସକ ମଧ୍ୟରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଗ୍ରାମବାସୀଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ।

ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ବସ୍ତ୍ରିଗୁଡ଼ା, ଆର. ଉଦୟଗିରି ବ୍ଲକର କାର୍ତ୍ତିକ ନାୟକଙ୍କ ପୁଅ ତ୍ରିନାଥ ନାୟକ (୪୦), ତାଙ୍କ ପରିବାର ପ୍ରତି ମୁଁ ଗଭୀର ସମବେଦନା ଜ୍ଞାପନ କରିଥିଲେ। ସେ ବ୍ୟକ୍ତିଗତ ଭାବରେ କ୍ଷତିର ପରିମାଣ ଏବଂ ଚାଲୁଥିବା ପୁନରୁଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକ୍ରମର ସ୍ଥିତି ସମୀକ୍ଷା କରିଥିଲେ। ପରିସ୍ଥିତିର ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ, ପିଡବ୍ଲୁଡି, ଆରଡି, ଅଗ୍ନିଶମ ସେବା ଏବଂ ବନ ବିଭାଗର ସମ୍ପୃକ୍ତ ଅଧିକାରୀଙ୍କ ସହିତ ଏକ ମିଳିତ ଗସ୍ତ କରି କ୍ଷେତ୍ରସ୍ଥଳରେ ସମସ୍ୟାର ସମାଧାନ ପାଇଁ ବ୍ଲୁ ପ୍ରିଣ୍ଟ ତିଆରି କରିଥିଲେ।

ଫେରିବା ପରେ ତୁରନ୍ତ ଗଜପତି ଜିଲ୍ଲାରେ ବିଭିନ୍ନ ସ୍ଥାନରେ ସମ୍ପ୍ରତି ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଅଞ୍ଚଳ ପରିଦର୍ଶନ କରି ହୋଇଥିବା ଜୀବନହାନି ଓ କ୍ଷୟକ୍ଷତିର ପରିମାଣ ସମ୍ପର୍କରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର (ପତ୍ର ନମ୍ବରMP/BHM/CM-OD/2025/088, ତାରିଖ – 04/10/2025) ମାଧ୍ୟମରେ ଜଣାଇଥିବା ଡ଼ ପାଣିଗ୍ରାହୀ କହିଛନ୍ତି। ସେହିପରି ଗଜପତି ଜିଲ୍ଲାପାଳଙ୍କ ଓ ସାଂସଦଙ୍କ ବ୍ୟକ୍ତିଗତ ମୂଲ୍ୟାଙ୍କନ ଆଧାରରେ ପ୍ରଦତ୍ତ କ୍ଷୟକ୍ଷତି ତଥ୍ୟ ଆଧାରରେ ଏକ ସ୍ୱତନ୍ତ୍ର ମଧ୍ୟବର୍ତ୍ତୀକାଳୀନ ଆର୍ଥିକ ପ୍ୟାକେଜ ଯୋଗାଇବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସେ ଅନୁରୋଧ କରିଥିବା ସାଂସଦ ଡ଼ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ବ୍ରହ୍ମପୁର ସାଂସଦଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଉଛି।

