ଗୁଣୁପୁର (ପ୍ରତିଫଳନ ମିଡ଼ିଆ )
ଅଲ୍ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କରସ ଆସୋସିଏସନ ଓ ଭାରତୀୟ ମଜଦୁର ସଂଘ ପକ୍ଷରୁ ବାଇଶି ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ଯ ରେ ଗୁଣୁପୁର ଉପଜିଲ୍ଲାପାଳ ଙ୍କୁ ସ୍ମାରକ ପତ୍ର ପ୍ରଦାନ | ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟ ରୁ ବିଏମଏସ ର ରାଜ୍ଯ ଉପ ସଭାପତି ଯୋଗେଶ୍ବର ଦାସ ଙ୍କ ନେତୃତ୍ଵରେ ରେ ଏକ ଶୋଭାଯାତ୍ରା ରେ ହାତରେ ପ୍ଲା କାର୍ଡ ଧରି ନାରାବାଜି ଦେଇ ସହର ପରିକ୍ରମା କରିବା ପରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟ ରେ ପହଂଚି ଥିଲେ | ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଥିଲା | ପରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ଯ ରେ ଉପ ଜିଲ୍ଲାପାଳ ଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା | ସମାନ କାମକୁ ସମାନ ଦରମା, ସରକାର କର୍ମଚାରୀ ର ମାନ୍ୟତା, ଦରମା ବୃଦ୍ଧି, ମୃତ୍ଯ ଓ ଅବସର କାଳୀନ ସହାୟତା ପ୍ରଦାନ କରିବା ଭଳି ବାଇଶି ଦଫା ଦାବି ନେଇ ରାଜରାସ୍ତା କୁ ଓହ୍ଲାଇ ଥିବା ସଂଘ ପକ୍ଷରୁ କୁହାଯାଇଛି | ଏଥିରେ ଶତାଧିକ ଅଙ୍ଗନୱାଡ଼ି, ସହାୟିକା ମାନେ ସାମିଲ ହୋଇଥିଲେ |
