ଶଙ୍ଖରେ ଫାଟ ! ବିଜେଡ଼ିରୁ ଇସ୍ତଫା ଦେଲେ ଭାସ୍କର ରାଓ,ଲାଲ ବିହାରୀ ହିମରିକା ! ଦଳକୁ ଅଧିକ ସଂଗଠିତ କରାହେବ – ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକା

ରାୟଗଡ ପ୍ରତିଫଳନ ମିଡ଼ିଆ

ପୂର୍ବତନ ଜିଲ୍ଲା ସଭାପତି ଏନ୍ ଭାସ୍କର ରାଓ ବିଜେଡ଼ି ଦଳରୁ ଇସ୍ତଫା ଦେଇଥିବା କହିଛନ୍ତି। ତାଙ୍କ ସହ ପୂର୍ବତନ ମନ୍ତ୍ରୀ ଲାଲ ବିହାରୀ ହିମରିକା ଓ ଗଙ୍ଗାଧର ପୁଆଲା ମଧ୍ୟ ଇସ୍ତଫା ଦେଇଛନ୍ତି।ଦଳରେ ପୂର୍ବପରି ଗୁରୁତ୍ଵ ରହୁ ନଥିବାରୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।ସମ୍ମାନ ଓ ସ୍ବାଭିମାନକୁ ହରାଇ କାମ କରି ହେବ ନାହିଁ।ଦଳରେ ଅବହେଳା କରାଯାଉଥିବା ଅନୁଭବ କରି ଦଳର ଅନେକ ସମର୍ଥକ ମାନେ ବିଜେଡ଼ି ଛାଡ଼ି ବିଜେପି ଦଳରେ ଯୋଗଦେବାକୁ ବାରମ୍ବାର ଧମକ ଦେବାରୁ ସେମାନଂକୁ ଏକାଠି ରଖିବା ଓ ସେମାନଙ୍କ ମତକୁ ସମ୍ମାନ ଦେବା ପାଇଁ ବିଜେଡି ଦଳ ଛାଡିଲି ଓ ବିଜୁ ସ୍ବାଭିମାନ ମଞ୍ଚ ଗଠନ କରାଯିବ ବୋଲି କହିଛନ୍ତି ଭାସ୍କର ରାଓ। ତେବେ ରାୟଗଡ ପୌର ପରିଷଦର ନଗରପାଳ,ଉପ ନଗରପାଳ କିମ୍ବା କୌଣସି ବ୍ଲକ୍ ଚେୟାରମେନ ଇସ୍ତଫା ଦେଇ ନଥିବା ଜଣା ପଡ଼ିଛି । ବିଜୁ ବାବୁଙ୍କ ନେତୃତ୍ଵରେ କାମ କରି ଆସିଛି ।କୌଣସି ଦଳକୁ ଯିବି ନାହିଁ ।କିନ୍ତୁ ବିଜୁ ବାବୁଙ୍କ ନାମରେ ବିଜୁ ସ୍ବାଭିମାନ ମଞ୍ଚ ଗଠନ କରାଯିବ ।ମଞ୍ଚ ଜରିଆରେ ଲୋକଙ୍କ କାମ କରିବୁ ବୋଲି ରାଓ କହିଛନ୍ତି । ଏହି ମଞ୍ଚରେ କେଉଁମାନେ ରହିବେ ସ୍ପଷ୍ଟ କରି ନାହାନ୍ତି । ତେବେ ରାଜନୈତିକ ସ୍ବାର୍ଥ ରଖି ମଞ୍ଚ କାମ କରିବ ବୋଲି ସେ କହିଛନ୍ତି । ଦଳରେ କେଉଁ ମାନେ ରହିବେ ଓ କିଏ ଛାଡ଼ିବେ ତାହା ସେମାନଙ୍କ ବ୍ୟକ୍ତିଗତ ସ୍ଵାଧୀନତା ରହିଛି । ଏଣୁ କାହାରିକୁ ଦଳ ଛାଡ଼ିବା ପାଇଁ ବାଧ୍ୟ କରିବୁ ନାହିଁ ବୋଲି ରାଓ କହିଛନ୍ତି ।

ଦଳ ମଧ୍ୟରେ ପତିଆରା ବଢ଼ାଇବା ପାଇଁ ଚାପ୍ ସୃଷ୍ଟି କରିବା ଲକ୍ଷରେ ଭାସ୍କର ରାଓ ଏଭଳି ନାଟକ କରି ଥାଇ ପାରନ୍ତି ବୋଲି ବିଜେଡ଼ି ଜିଲ୍ଲା ସଭାପତି ଜଗନ୍ନାଥ ସାରକା କହିଛନ୍ତି ।

ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକା

ଭାସ୍କର ରାଓ ଜିଲ୍ଲା ସଭାପତି ଥିଲେ । ତାଙ୍କ ନେତୃତ୍ଵରେ ଜିଲ୍ଲାରେ ୨୦୨୪ ନିର୍ବାଚନ ଲଢ଼ିଲୁ । ତାଙ୍କର ଅନେକ ପ୍ରସ୍ତାବ ଓ ସର୍ତ୍ତ ରକ୍ଷା କରିଥିଲା ଦଳ।ହେଲେ ରାୟଗଡ଼ ଜିଲ୍ଲାର ସମସ୍ତ ତିନୋଟି ବିଧାନ ସଭା ଆସନରେ ବିଜେଡ଼ିର ଶୋଚନୀୟ ପରାଜୟ ହେଲା କିପରି ବୋଲି ପ୍ରଶ୍ନ ଉଠାଇ ଛନ୍ତି ଜଗନ୍ନାଥ ସାରକା। ଦଳ ମଧ୍ୟରେ ସମନ୍ବୟର ଅଭାବ ଯୋଗୁଁ ଦଳ ହାରିଲା ବୋଲି ସେ କହିଛନ୍ତି ।ଏବେ ସମସ୍ତ କର୍ମୀ ଙ୍କୁ ଏକାଠି କରି ଦଳକୁ ସୁଦୃଢ କରିବାର ସମୟ।ଆଗକୁ ଦଳର ସଂଗଠନ ସଶକ୍ତ କରିବା ପାଇଁ କାମ କରିବୁ ।ଦଳରେ କିଏ ରହିବ ଓ ରହିବ ନାହିଁ ତାହା ନିଜର ବ୍ୟକ୍ତି ଗତ ପସନ୍ଦ । ଦଳର ଅସମୟରେ ଆବଶ୍ୟକତା ବେଳେ ସମସ୍ତେ ଦଳ ପ୍ରତି ନିଷ୍ଠାର ସହ କମ କରିବା ଉଚିତ୍ ବୋଲି କହିଛନ୍ତି । କିଏ ଦଳ ଛାଡ଼ିଗଲେ କିନ୍ତୁ ଦଳ ପ୍ରତି କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ସାରକା କହିଛନ୍ତି ।
ଦଳକୁ ସଂଗଠିତ କରାଯିବ ।ଆଗାମୀ ଦିନରେ ଦଳ ସଫଳତା ହାସଲ କରିବ ବୋଲି ଜିଲ୍ଲା ବିଜେଡି ସଭାପତି ସାରକା ଦୃଢୋକ୍ତି ପ୍ରକାଶ କରିଛନ୍ତି

Spread the love