କୋରାପୁଟ ( ପ୍ରତିଫଳନ ମିଡ଼ିଆ)
ବୋରିଗୁମ୍ମା ବ୍ଲକ୍ ଜୟପୁର ସଦର ଥାନା ଅଞ୍ଚଳରେ ନାବାଳିକା କୁ ଗର୍ଭବତୀ କରିବା ଘଟଣାରେ ନ୍ୟାୟ ପ୍ରଦାନ ଦାବି କରି ବିଜେଡି ନେତ୍ରୀ ସ୍ନେହାଙ୍ଗିୀନ ଛୁରିଆ ଙ୍କ ନେତୃତ୍ୱରେ ବିଜେଡ଼ି ଦଳର ମହିଳା ପ୍ରତିନିଧି ଦଳ କୋରାପୁଟ ଏସ ପି ଙ୍କୁ ଦାବି ପତ୍ର ପ୍ରଦାନ କଲେ ।
ନାବାଳିକା ଜଣକ ଗର୍ଭବତୀ ହୋଇଥିବା ନେଇ ମଇ ମାସ ୨୨ ତାରିଖରେ ଜୟପୁର ମହିଳା ଥାନାରେ ମାମଲା ରୁଜୁ ହୋଇଛି ।ଆଜି ସୁଧା ଅଭିଯୋଗ ହୋଇଥିବା ଆସାମୀ ବିରୋଧରେ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ଏସପି ଙ୍କୁ ଭେଟି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି।
ତଦନ୍ତ ଚାଲୁ ରହିଛି ।ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୋରାପୁଟ ଏସପି ରୋହିତ ବର୍ମା ପ୍ରତିଫଳନ ମିଡ଼ିଆକୁ କହିଛନ୍ତି । ମହିଳା ପ୍ରତିନିଧି ଦଳ ଏସପିଙ୍କୁ ଭେଟିବା ପୂର୍ବରୁ ପୀଡ଼ିତାଙ୍କ ସମ୍ପର୍କିୟ ଘରକୁ ଯାଇ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ ।

ଏସପିଙ୍କୁ ଭେଟିବା ପରେ ଗଣ ମାଧ୍ୟମ ଆଗରେ ବିଜେପି ସରକାରକୁ ମହିଳା ବିରୋଧୀ ସରକାର ବୋଲି ଅଭିହିତ କରିଛନ୍ତି । ବିଜେପି ସରକାରଙ୍କ ଶାସନ କାଳରେ ନାରୀ ଶୋଷଣ ନିର୍ଯାତନା ବଢ଼ିଛି । ନାବାଳିକାକୁ ଦୁଷ୍କର୍ମ ,ମହିଳାମାନେ ନିର୍ଯ୍ୟାତିତ,ଘଟଣା ବଢି ଚାଲିଛି । ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି । ଏପଟେ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ପାଇଁ ମସଗୁଲ ଅଛନ୍ତି ବୋଲି ସ୍ନେହାଙ୍ଗିନୀ ଛୁରିଆ ଅଭିଯୋଗ କରିଛନ୍ତି। ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ, କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲକା,ମହିଳା ବିଜେଡ଼ି ନେତ୍ରୀ କୌଶଲ୍ୟା ହିକକା,ପାର୍ବତୀ ମସ୍ତି ,ପୂର୍ବତନ ବିଧାୟକ ରଘୁରାମ ପଡ଼ାଲ, ପ୍ରିତମ ପାଢ଼ୀ, ପୂର୍ବତନ ସାଂସଦ ଝିନ୍ନ ହିକକା ମହିଳା ବିଜେଡ଼ି ର କର୍ମକର୍ତା ଓ କୋରାପୁଟ ପୌର ପରିଷଦର କାଉନସିଲର ସମେତ ସ୍ଥାନୀୟ ମହିଳା ନେତୃବୃନ୍ଦ ଉପସ୍ଥିତ ଥିଲେ।