ପ୍ରେମ ପଡିଲା ମହଙ୍ଗା, ବଳଦ ହୋଇ ଚାଷ କଲେ ,ଗୋରୁଙ୍କ ଭଳି ଖାଇଲେ ବେତ ପାହାର ।

ମଧ୍ୟଯୁଗୀୟ ପରମ୍ପରା ଭିତରେ ଉବୁଟୁବୁ ସମାଜ, ବଢ଼ାଉଛି ଚିନ୍ତା

ରାୟଗଡା ( ପ୍ରତିଫଳନ ମିଡ଼ିଆ )

ଏବେ ବି ପ୍ରଖର ଜାତି ପ୍ରଥା। ରାୟଗଡା ଜିଲ୍ଲାରେ ଏଭଳି  ଅନ୍ଧବିଶ୍ୱାସରେ ଅଦ୍ଭୁତ ପ୍ରଥା ପାଳନ ହେଉଛି। ପ୍ରେମ ପାଇଁ ପ୍ରେମୀ ଯୁଗଳଙ୍କୁ ବଳଦ ବଦଳରେ ବିଲରେ ହଳ କରାଯିବା ଭଳି ନୃଶଂସ ତଥା ଅମାନବୀୟ କାର୍ଯ୍ୟ କରାଯାଇଛି। ପରମ୍ପରା ନାମରେ ବସୁଛି ଗାଁରେ କଙ୍ଗାରୁକୋର୍ଟ। ଦିଆଯାଉଛି ଶାସ୍ତି। ନିକଟ ଅତୀତରେ କାଶୀପୁରରେ ସମାନ ଜାତିରେ ବିବାହ ହୋଇନଥିବାରୁ ପୁଅ ପିଲାର ବଂଶକୁ ପ୍ରାୟଶ୍ଚିତ ପାଇଁ ସମୂହ ମୁଣ୍ଡନ ସହ ଭୋଜି ଦେବାକୁ ପଡିଥିଲା। ଏବେ ପ୍ରେମୀ ଯୁଗଳଙ୍କୁ କରାଯାଉଛି ହଳ।

ଗୋଟିଏ ବଂଶର ହୋଇଥିବାରୁ ମାହାଙ୍ଗା ପଡିଲା ପ୍ରେମ। ପ୍ରେମୀ ଯୁଗଳଙ୍କୁ ବିଲରେ ହଳ କରିବା ପରେ ଗାଁରୁ ତଡା ଖାଇଲେ। ଏବେ ଉଭୟଙ୍କ ପତ୍ତା ମିଳୁ ନାହିଁ। ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଶିକରପାଈ ପଞ୍ଚାୟତ କଞ୍ଜାମଯୋଡ଼ି ଗାଁରେ

 ପୁଅ ଝିଅ ହଳ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ୍ ହେବାରେ ଲାଗିଛି। ସୂଚନା ମୁତାବକ  ପ୍ରେମୀ ଯୁଗଳଙ୍କୁ ଗ୍ରାମ ଦେବୀଙ୍କ ପାଖରେ ପୂଜାପାଠ କରାଇବା ପରେ ବଳଦ ସ୍ଥାନରେ ଗୋଟିଏ ପୁଅ ଓ ଝିଅକୁ କନ୍ଧରେ ଯୁଆଳି ପକେଇ କ୍ଷେତରେ ହଳ କରି ବାକୁ ବାଧ୍ୟ କରାଯାଉଛି।  ଉଭୟଙ୍କ ଅନିଛା ସତ୍ୱେ ଧମକଚମକ ଦେଇ ହଳ କରାଉଛନ୍ତି ଗାଁ ଲେକେ।  ଅନୁସନ୍ଧାନରୁ ଜଣା ପଡିଛି ଯେ ଗାଁ କୁଟୁମ୍ବ ଙ୍କ ନିଷ୍ପତି ଅନୁସାରେ ଉଭୟଙ୍କୁ ଦଣ୍ଡ ଦିଆଯାଇ ଗାଁରୁ ତଡି ଦିଆଯାଇଛି। ଏମାନଙ୍କ ଭୁଲ ଥିଲା ଉଭୟ ଗୋଟିରେ ବଂଶର ସମ୍ପର୍କରେ ଆତା (ପିଉସୀ ନାନୀ) ଓ ପୁତୁରା ଅଟନ୍ତି। ଆଦିବାସୀ ପରମ୍ପରା ଅନୁଯାୟୀ ଗୋଟିଏ ବଂଶ ( କୁଡା )ର ହୋଇଥିଲେ ବିବାହ ବନ୍ଧନରେ ଆବଦ୍ଧ ହୋଇପାରିବେ ନାହିଁ। କାରଣ ସମ୍ପର୍କରେ ସେମାନେ ଭାଇ ଭଊଣୀ କିମ୍ବା ଆତା (ପିଉସୀ ନାନୀ) ପୁତୁରା ହୋଇଥାନ୍ତି।  ଯାହାକି ଗୋଟିଏ ରକ୍ତର ସମ୍ପର୍କ। ତେଣୁ ବିବାହ ହୋଇ ପାରିବ ନାହିଁ। କଞ୍ଜାମାଯୋଡ଼ି ଗାଁର ଲାକ ସାରକା ଓ କୋଡ଼ିଆ ସାରକାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ଦିନେ ଉଭୟଙ୍କୁ ଏକତ୍ରିତ ଥିବା ଗାଁ ଲେକେ ଦେଖି ଥିଲେ। ଏହାକୁ ନେଇ ଗାଁ କୁଟୁମ୍ବ ବୈଠକ ବସି ଉଭୟଙ୍କୁ  ପରମ୍ପରା ମୁତାବକ ଏଭଳି ଦଣ୍ଡ ଶୁଣାଇଥିଲେ । କେବଳ ଏତିକିରେ ଦୋଷ ସୀମିତ ନଥିଲା।  ଉଭୟଙ୍କୁ ଗାଁ ଛାଡ଼ିବାକୁ କୁହାଯାଇଥିଲା। ବର୍ତ୍ତମାନ୍ ପ୍ରେମୀ ଯୁଗଳ କେଉଁଠାରେ ଅଛନ୍ତି କାହାରି ନିକଟରେ ଉତ୍ତର ନାହିଁ। ରାୟଗଡାରେ ବଢୁଥିବା ଏଭଳି ଘଟଣା ଚିନ୍ତାର ବିଷୟ ହୋଇଛି।

Spread the love