କୋରାପୁଟ( ପ୍ରତିଫଳନ ମିଡ଼ିଆ)
କୋରାପୁଟସ୍ଥିତ ବିଶ୍ଲେଷଣାତ୍ମକ ଆଦିବାସୀ ପରିଷଦ ସଭା ଗୃହରେ ଶ୍ରୀ ନିଗମାନନ୍ଦ ଷଡଙ୍ଗୀଙ୍କ ରଚିତ ” ଉଜାଣି ଝଞ୍ଜାବତୀ” ଗବେଷଣାତ୍ମକ ପୁସ୍ତକ ଲୋକାର୍ପିତ ହୋଇଯାଇଅଛି। ନାରାୟଣପାଟଣା – ବନ୍ଧୁ ଗାଁ ଅଞ୍ଚଳର ଜନ ଆନ୍ଦୋଳନର ଗାଥାକୁ ନେଇ ରଚିତ ଏହି ପୁସ୍ତକକୁ ମାନବ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ଏବଂ ଅନ୍ୱେଷା ପ୍ରକାଶନ ସମ୍ବଲପୁର ପ୍ରକାଶନ କରିଛନ୍ତି। କୋରାପୁଟଠାରେ ଆୟୋଜିତ ଏହି ପୁସ୍ତକ ଲୋକାର୍ପଣ ହୋଇଯାଇଛି।

ସମକ୍ଷା ସଭାରେ ମଞ୍ଚ ପରିଚାଳନା କରିଥିଲେ ଶ୍ରୀମତୀ ବିଜୟଲକ୍ଷ୍ମୀ ପାଣିଗ୍ରାହି। ବିଶିଷ୍ଠ ଅତିଥି ଭାବେ ଯୋଗ ଦେଇ ବରିଷ୍ଠ ସାମ୍ବାଦିକ ତଥା ଗବେଷକ ଡ଼.ପରେଶ ରଥ କୋରାପୁଟର ବିଭିନ୍ନ ଅଞ୍ଚଳରେ ଜମିଜମା ଅଧିକାରକୁ ନେଇ ଉପୁଜୁଥିବା ବିଭିନ୍ନ ସ୍ତରୀୟ ବିବାଦ ଏବଂ ଏଠାକାର ମୂଳ ଆଦିବାସୀ ସାମାଜିକ ନ୍ୟାୟ ତଥା ନିଜ ସମ୍ବଳର ଅଧିକାରକୁ ନେଇ ସଂଘର୍ଷ ଆନ୍ଦୋଳନର ରୂପ ନେଉଥିବା କଥା ବ୍ୟକ୍ତ କରିଥିଲେ। ସାମ୍ବାଦିକ ରବି ଶଙ୍କର ପ୍ରଧାନ କୋରାପୁଟ ନାରାୟଣପାଟଣା ଅଞ୍ଚଳର ବିଭିନ୍ନ ସମସ୍ୟା ଓ ଏହାର କାରଣ ନେଇ ବିଭିନ୍ନ ଦୃଷ୍ଟାନ୍ତ ସହିତ ବକ୍ତବ୍ୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବରେ ଗବେଷଣା ପରିଷଦର ନିର୍ଦ୍ଦେଶକ ଡ଼. ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ପୁସ୍ତକଟିର ଶୁଭ ଉନ୍ମୋଚନ କରିବା ସହ ଆଦିବାସୀଙ୍କୁ ସେମାନଙ୍କର ଜଳ, ଜମି ଓ ଜଙ୍ଗଲ ଉପରେ ଅଧିକାର ଏବଂ ସମାନତା ପ୍ରଦାନ କରାଗଲେ ସେମାନଙ୍କର ଆର୍ଥିକ ସାମାଜିକ ଉନ୍ନତିକରଣ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ।
ପୁସ୍ତକର ଲେଖକ ନିଗମାନନ୍ଦ ଷଡ଼ଙ୍ଗୀ ଏହି ପୁସ୍ତକ ରଚନା ପାଇଁ କେଉଁ ଭାବରେ ନିଜକୁ ସଂଘର୍ଷରେ ଜଡିତ ରଖି ଲୋକଙ୍କ ସହିତ ଆଲୋଚନା, ଲେଖା ଓ ତଥ୍ୟ ସଂଗ୍ରହ ବିଷୟ ଉପସ୍ଥାପନା କରିଥିଲେ। ନାରାୟଣପାଟଣା ଓ ବନ୍ଧୁଗାଁ ଅଂଚଳର ଜନ ଆନ୍ଦୋଳନ ଓ ସଂଘର୍ଷରେ କ୍ଷୟ-କ୍ଷତି ଓ କଷ୍ଟ ସହିଥିବା ନିରୀହ ଆଦିବାସୀ ମଧ୍ୟ ଏହି ସଭାରେ ଉପସ୍ଥିତ ଥିଲେ।
ନାଚିକା ଲିଙ୍ଗା ନିଜ ସଂଘର୍ଷମୟ ଜୀବନର କରୁଣ କାହାଣୀକୁ ଲୁହାଭିଜା ବକ୍ତବ୍ୟରେ ପ୍ରକାଶ କରିଥିଲେ। ସ୍ୱାଧୀନ ଭାରତରେ ଗୋତି ଶ୍ରମିକ, ବେଠିଆ ଓ ଚାକର ପ୍ରଥା ଅଦ୍ୟାବଧି ଚାଲିଥିବା ଏବଂ ସେ ଏହି ପ୍ରଥାକୁ ଅଙ୍ଗେନିଭାଇଥିବା ମର୍ମନ୍ତୁଦ କାହାଣୀକୁ ଉପସ୍ଥାପନା କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଜୟପୁର ସାହିତ୍ୟ ପରିଷଦ ସମ୍ପାଦକ ନିରଞ୍ଜନ ପାଣିଗ୍ରାହୀ, ପ୍ରଫେସର ନାରାୟଣ ପ୍ରସାଦ ପଣ୍ଡା, ସାମ୍ବାଦିକ ସୁଧାକର ପଟ୍ଟନାୟକ, ସାନ୍ତକାର , ସାହିତ୍ୟକ ପ୍ରୀତିଧାରା ସାମଲ,ଆଡଭୋକେଟ ଗୁପ୍ତ ପ୍ରସାଦ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ
