ସରକାରୀ ବସ ଦୁର୍ଘଟଣା, ଦଶ ଯାତ୍ରୀ ଆହତ

ପଦ୍ମପୁର (ପ୍ରତିଫଳନ ମିଡ଼ିଆ )

ପୁରୀ ରୁ କୋଟପାଡ ଯାଉଥିବା ବେଳେ ସରକାର ବସ ଆଖୁସିଙ୍ଗ ନିକଟ ରେ ଦୁର୍ଘଟଣା ଗସ୍ତ | ବସ ଟି ରାସ୍ତା ରୁ ଜମି କୁ ଯାଇ ଓଲଟି ପଡିଚି | ବସ ରେ ପ୍ରାୟ 50 ଜଣ ଯାତ୍ରୀ ଥିଲେ | 10 ଜଣ ସାମାନ୍ୟ ଆହତ ହୋଇ ପଦ୍ମପୁର ଡାକ୍ତରଖାନା ରେ ଚିକିତ୍ସିତ ହୋଇ ଫେରିଛନ୍ତି | ଭୋର 3 ଟା ସମୟରେ ଦୁର୍ଘଟଣା ହୋଇଥିବା ଜଣାପଡିଛି |

ଦୁର୍ଘଟଣା ପରେ ପଦ୍ମପୁର ପୋଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀ ପହଂଚି ଉଦ୍ଧାର କରିଥିଲେ | ତେବେ ବସ କର୍ମଚାରୀ ରାତ୍ରୀ ଭୋଜନ ବେଳେ ମଦ୍ୟପାନ କରିଥିବାରୁ ଏଭଳି ଦୁର୍ଘଟଣା ହୋଇଥିବା କିଛି ଯାତ୍ରୀ ଅଭିଯୋଗ କରିଛନ୍ତି।

Spread the love