କୋରାପୁଟ, ପ୍ରତିଫଳନ ମିଡ଼ିଆ
ବାଇକ୍ ଯୋଗେ ପରିବାର ର ୫ ଜଣ ଯାଉଥିଲେ।ବସ ସହ ହେଲା ମୁଂହା ମୁହିଁ ଧକା । ପରିବାର ସମ୍ମୁଖରେ ଚକା ତଳେ ପଡି ଝିଅର ଗଲା ଜୀବନ । ଚାରି ଜଣ ଆହତ ହେଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ର ଡି ପଞ୍ଚଡା ନିକଟରେ ୩୨୬ ନମ୍ବର୍ ଜାତୀୟ ରାଜପଥର ପଞ୍ଚଡା ନିକଟ ଦଶମନ୍ତପୁର ଛକ ଠାରେ ଦୁର୍ଘଟଣା । ବସଟି ରାୟଗଡ ରୁ କୋରାପୁଟ ଅଭିମୁଖେ ଯାଉଥିଲା। ବାଇକ୍ ଆରୋହୀ ରାସ୍ତା ପରିହେଉଥିବା ବେଳେ ଦ୍ରୁତ ଗତିରେ ରେ ଥିବା ବସଟି ବାଇକ୍କୁ ଧକ୍କାଦେଇ ଗଛରେ ପିଟିହେଲା ,ବାଇକରେ ବସିଥିବା ଜଣେ ମୃତ, ବାଇକ୍ ଚାଳକ ସହ ୪ ଜଣ ଆହତ ହୋଇଛନ୍ତି। ଆହତ ବ୍ୟକ୍ତିମାନଙ୍କୁ କାକିରିଗୁମ୍ମା ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରି ସେମାନଙ୍କୁ କୋରାପୁଟ ମେଡିକାଲ କଲେଜରେ ହସପିଟାଲରେ ଭର୍ତ୍ତି କରାଯାଇଛି। ମୃତକ ଆହତମାନେ ଦଶମନ୍ତ ପୁର ଅଞ୍ଚଳର ବୋଲି ଜଣା ପଡିଛି । ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି ।

ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ନଂ ୩୨୬ ରାଜପଥ ଅବରୋଧ କରିଛନ୍ତି। ଘଟଣାସ୍ଥଳରେ କାକିରିଗୁମା ପୋଲିସ ପହଞ୍ଚି ତଦନ୍ତ କରୁଛି।

