ଟଙ୍କାଗଣୁ ଥୁଲେ.ଧରିଲା ଭିଜିଲାନ୍ସ

ଅଙ୍ଗନୱାଡ଼ି କର୍ମୀ ଚାକିରୀ ଫିକ୍ସିଂ !

ପ୍ରତିଫଳନ ମିଡ଼ିଆ

ଭିଜିଲାନସ୍ ଜାଲ ପକାଇଛି ।ସେହି ଜାଲ ରେ ଗୋଟାଏ ପରେ ଗୋଟାଏ ଧରାପଡୁଛନ୍ତି ରାୟଗଡ଼ା ଜିଲ୍ଲାର ଲାଞ୍ଚୁଆ ଅଧିକାରୀ ଓ କର୍ମଚାରୀ । ଅଙ୍ଗନୱାଡ଼ି କର୍ମୀ ଚାକିରି ଦେବାକୁ ଲକ୍ଷେ ଟଙ୍କା ଲାଞ୍ଚ ମାଗିଥିଲେ । ୨୦ ହଜାର ଟଙ୍କା ଆଗରୁ ନେଇଥିଲେ ।ବଳକା ୮୦ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଧରିଦେଲା ।

ରଙ୍ଗବୋଳା ଟଙ୍କା ସହ ସିଡ଼ିପିଓ ଓ କିରାଣୀକୁ ଧରିଲା ଭିଜିଲାନସ୍ ।ଏକ ଲକ୍ଷ ଟଙ୍କା ଦେଲେ ଚାକିରି ମିଳିବ ନଚେତ୍ ନାହିଁ । ଟଙ୍କା ନଦେଲେ ସବୁ ଠିକ୍ ଥିଲେ ମଧ୍ୟ ମିଳିବ ନାହିଁ ଚାକିରି ।ଏଭଳି ଅଙ୍ଗନୱାଡ଼ି କର୍ମୀ କୁ ନିଯୁକ୍ତି ଫିକସିଂ ପ୍ରସ୍ତାବ କୁଆଡେ ଦେଇଥିଲେ ସିଡିପିଓ ଓ କିରାଣୀ । ହେଲେ ଭିଜିଲାନସ୍ ର ଫାଶ ରେ ଫଶୀ ଗଲେ ଅଧିକାରୀ ଓ କିରାଣୀ।

ବିଷମକଟକ ସିଡିପିଓ ଶୁଶୀଳା ଶବର ଓ କିରାଣୀ ରାମଚନ୍ଦ୍ର ପାତ୍ର
୮୦ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ଦ୍ବାରା ଧରାପଡ଼ିଛନ୍ତି । ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ ।
ଚାଟିକଣା ପଞ୍ଚାୟତ ହୁତେଶି ଗ୍ରାମର ଅଙ୍ଗନୱାଡି କର୍ମୀ ଶୀତା ୱାଡେକା ଙ୍କ ଠାରୁ ସେ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଦୁଇ ଅଧିକାରୀ ଅଙ୍ଗନବାଡି କର୍ମୀ ନିଯୁକ୍ତି ଚୟନ କରିବା ପାଇଁ ଲାଞ୍ଚ ନେଉଥିଲେ।ରାୟଗଡା ସ୍ଥିତ କାର୍ଯ୍ଯାଳୟକୁ ଆଣି ଜେରା କରୁଛି ଭିଜିଲାନସ୍ ।

ମିଳିଥିବା ସୂଚନା ଅନୁଯାୟୀ ହୁତେଶୁ ଗ୍ରାମର ଅଙ୍ଗନବାଡ଼ି ପ୍ରାର୍ଥୀ ଭାବେ ତିନି ଜଣ ଆବେଦନ କରିଥିଲେ।ତେବେ ଶୀତା ୱେଡକା ଙ୍କ ଠାରୁ ପୂର୍ବରୁ ବ୍ୟାଙ୍କ ଏକାଉଣ୍ଟରେ ପ୍ରଥମେ ୨୦ ହଜାର ଟଙ୍କା ନେଇଥିବା ବେଳେ ବଳକା ୮୦ ହଜାର ଟଙ୍କା ନଗଦ ଆକାରରେ ନେଉ ଥିଲେ । ରାୟଗଡା ଭିଜିଲାନ୍ସ ବିଭାଗର ସ୍ବତନ୍ତ୍ର ଟିମ୍ ତାଙ୍କୁ ଧରିଥିଲେ। ଭିଜିଲାନ୍ସ କାର୍ଯ୍ଯାଳୟରେ ଉଭୟଙ୍କୁ ଜେରା କରୁଛନ୍ତି। ତଦନ୍ତ ପରେ ହିଁ ଆୟ ବର୍ହିଭୁତ ସମ୍ପତି ପରିମାଣ ଜଣା ପଡ଼ିବ ବୋଲି ଭିଜିଲାନସ୍ ପକ୍ଷରୁ ସୂଚନା ମିଳିଛି ।

Spread the love