ପ୍ରତିଫଳନ ମିଡ଼ିଆ
ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ, ଜଣେ ଶିକ୍ଷାବିତ୍, ଦୂରଦୃଷ୍ଟିସମ୍ପନ୍ନ ନେତା, ମହାନ ରାଷ୍ଟ୍ରବାଦୀ ଚିନ୍ତା ନାୟକ ଥିଲେ ।ତାଙ୍କର ୧୨୫ତମ ଜନ୍ମବାର୍ଷିକୀ ଛାତ୍ର ଛାତ୍ରୀଙ୍କ ଗହଣରେ ମହା ସମାରୋହରେ ପାଳିତ ହୋଇଯାଇଛି । ଏହାକୁ ସ୍ମରଣୀୟ କରିବା ପାଇଁ ବୃକ୍ଷ ରୋପଣ କରାଯାଇଥିଲା ।
ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ମେରା ଯୁବ ଭାରତ ପକ୍ଷରୁ ସେଞ୍ଚୁରିଆନ ଅନୁଷ୍ଠାନର ସହଯୋଗରେ ରାୟଗଡ଼ାର ପିତାମହଲଠାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାଜନୈତିକ ସଚେତନତା, ଶିକ୍ଷାଗତ ଦକ୍ଷତା ଏବଂ ସଂସ୍କୃତି ର ସୁରକ୍ଷା ଉପରେ ସର୍ବଦା ଅଗ୍ରାଧିକାର ଦେଉଥିଲେ।
ଦେଶର ସାମାଜିକ ନୀତି, ଅର୍ଥନୀତିର ବିକାଶ, ରାଷ୍ଟ୍ରୀୟ ସୁରକ୍ଷାନୀତି ସଶକ୍ତ କିଭଳି ହେବ ସେନେଇ ସେ ସର୍ବଦା କାର୍ଯ୍ୟ କରୁଥିଲେ। ସେ କହୁଥିଲେ ‘ଏକ ଦେଶମେଁ ଦୋ ବିଧାନ, ଦୋ ପ୍ରଧାନ, ୱର ଦୋ ନିଶାନ ନହିଁ ଚଲେଙ୍ଗେ ନହି ଚଲେଙ୍ଗେ।’ ତାଙ୍କ ସ୍ୱପ୍ନ ଆଜି ପୂରଣ ହୋଇଛି। ୫ ଅଗଷ୍ଟ ୨୦୧୯ରେ କାଶ୍ମିରୀରେ ଧାରା ୩୭୦ ଓ ୩୫ ଏ ଉଚ୍ଛେଦ ପରେ କାଶ୍ମିରୀ ଭାରତର ଅଭିନ୍ନ ଅଙ୍ଗ ଭାବେ ପରିଗଣିତ ହୋଇଛି।ଡ.ଶ୍ୟାମ ପ୍ରସାଦ ମୁଖାର୍ଜୀ ସ୍ବପ୍ନ ସାକାର ହୋଇପାରିଛି ।ସେ ହେଉଛନ୍ତି ବିଜେପି ବିଚାରଧାରା ଏବଂ ରାଜନୈତିକ ଆନ୍ଦୋଳନର ପ୍ରଣେତା। ୧୯୫୨ ମସିହାରେ ସ୍ୱର୍ଗତଃ ମୁଖାର୍ଜୀଙ୍କ ନେତୃତ୍ୱରେ ‘ଭାରତୀୟ ଜନସଂଘ’ ପ୍ରତିଷ୍ଠା ହୋଇଥିଲା ଯାହା ପରବର୍ତ୍ତୀ ଅବସ୍ଥାରେ ‘ଭାରତୀୟ ଜନତା ପାର୍ଟି’ ଭଳି ବଡ଼ ବଟ ବୃକ୍ଷ ଭାବେ ରୂପ ନେଇଛି। ତାଙ୍କ ବିଚାରଧାରାକୁ ନେଇ ଆଜି ବିଜେପି ଦେଶବାସୀଙ୍କ ସେବା କରୁଛି।
ପିତାମହଲ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବହୁ ଯୁବ ବର୍ଗ ସାମିଲ ହୋଇଥିଲେ।ଡକ୍ଟର ମୁଖାର୍ଜୀଙ୍କ ଦେଶ ପ୍ରତିଉତ୍ସର୍ଗୀକୃତ ଅବଦାନକୁ ସ୍ମରଣୀୟ ରଖିବା ପାଇଁ ବୃକ୍ଷ ରୋପଣ ଅଭିଯାନରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମରେ ଗଛ ଲଗା ଯାଇଥିଲା ।

ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓରମାସର ଅଧିକାରୀ ମନୋଜ କୁମାର ପାତ୍ର , ସମ୍ମାନୀୟ ଅତିଥି ଭାବେ ସେଞ୍ଚୁରିଆନ ସ୍କୁଲର ପ୍ରିନ୍ସିପାଲ ଓ ବରିଷ୍ଠ ସାମ୍ବାଦିକ ବାଦଲ ତା ପ୍ରମୁଖ ଯୋଗଦେଇ ରାଷ୍ଟ୍ର ନିର୍ମାଣ ରେ ତାଙ୍କର ଅବଦାନ ନେଇ ବକ୍ତବ୍ୟ ରଖିଥିଲେ । ମେରା ଯୁବ ଭାରତ ବିଭାଗର ଲକ୍ଷ୍ମୀନାରାୟଣ ସେଠୀ ଏବଂ ଅନ୍ୟାନ୍ୟ ସ୍ୱେଚ୍ଛାସେବକମାନେ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

