ରେଳ ପଥରୁ ମାଟି,ପଥର ସଫେଇ କାର୍ଯ୍ୟ ଜାରି ରହିଛି,13ଟି ପ୍ରକଲିନ ମେସିନ 300ଶ୍ରମିକ ନିୟୋଜିତ ,

ପ୍ରତିଫଳନ ମିଡ଼ିଆ

କୋରାପୁଟରେ ଲଗାଣ ବର୍ଷା ଜାରି ରହିଛି । ପ୍ରତିକୂଳ ପାଗ ଯୋଗୁଁ କୋରାପୁଟ- ଜୟପୁର ରେ ପଥର ଜରଟି ନିକଟରେ ରେଳ ଧାରଣାରେ ପଡ଼ିଥିବା ମାଟି ଓ ପଥର ସଫେଇ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି ।ତଥାପି କେ କେ ଲାଇନର ଜରଟି – ମାଲିଗୁଡା ସେକ୍ସନ ମଧ୍ୟରେ ଭୂସ୍ଖଳନ ସ୍ଥାନରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରଖିଛି ରେଳ ବିଭାଗ। ରେଳ ଧାରଣାରୁ ମାଟି ସଫା କରିବା ପାଇ  ୧୩ଟି ପ୍ରକଲିନ ମେସିନ ଦ୍ବାରା ମାଟି ସଫା କାର୍ଯ୍ୟରେ ଲାଗିଛି। 300 ରୁ ଅଧିକ ଶ୍ରମିକ ନିୟୋଜିତ ହୋଇଛନ୍ତି । ରେଳ ପଥରୁ ମାଟି, କାଦୁଅ,ପଥର ସମେତ ଭଗ୍ନାବଶେଷ ସଫା କରିବା ପାଇଁ ଦିନରାତି କାମ କରୁଛନ୍ତି।
ରାୟଗଡା ଡିଭିଜନ ଡିଆରଏମ ଅମିତାଭ ସିଂହଲ , ବିଶଖାପାଟଣା ଏଡିଆରଏମ ମନୋଜ କୁମାର ସାହୁ ଵୈଷୟିକ ଅଧିକାରୀ ମାନଙ୍କ ସହ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି । ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବିଶଖାପାଟଣା ଡିଆରଏମ  ଲଳିତ ବୋହରା,  ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରୁଛନ୍ତି ।

ରେଳ ବିଭାଗର ଦୈନିକ 50କୋଟି ରାଜସ୍ବ ହାନି

କେକେ ରେଳ ପଥରେ ମାଲ ପରିବହନ କ୍ଷେତ୍ରରେ ଶହ ଶହ କୋଟି ଟଙ୍କା ର ରାଜସ୍ୱ ଆଦାୟ କରି ରେଳ ବିଭାଗରେ ରେକର୍ଡ ଅର୍ଜନ କରି ଆସୁଛି । କିରଣ୍ଡଲ ରୁ ବିଶାଖା ପାଟଣା କୁ ଦୈନିକ 21 ରୁ 22ଟି ମାଲ ବୋଝେଇ ଟ୍ରେନ ଲୁହା ପଥର ପରିବହନ କରିଥାଏ ।ଗତକାଲି ଠାରୁ ରେଳପଥରେ ରେଳ ଚଳା ଚଳ ବନ୍ଦ ରହିଥିବାରୁ ରେଳ ବିଭାଗ ପ୍ରାୟ 50କୋଟି ରୁ ଉର୍ଦ୍ଧ୍ବ ଟଙ୍କାର ରାଜସ୍ୱ ହରାଇଛି। ଏଣୁ ରେଳ ପଥରେ ରେଳ ଚଳା ଚଳ ସ୍ବାଭାବିକ କରିବାକୁ ରେଳ ବି ହାଗ ପକ୍ଷରୁ ଯୁଦ୍ଧ କାଳୀନ ଭିତିରେ ଉଦ୍ଧାର କର୍ଯ୍ୟ ଜାରି ରଖିଛି ।

Spread the love