ମୁଁ ଲୋକଙ୍କ ବିଧାୟକ – ଲକ୍ଷ୍ମୀପୁର ବିଧାୟକ
ବିଜେପି ବିଜେଡ଼ି ଆଦିବାସୀ ବିରୋଧୀ, କଂଗ୍ରେସ ଗରିବ ଓ ଆଦିବାସୀଙ୍କ ଦଳ : କୋରାପୁଟ ସାଂସଦ
କଂଗ୍ରେସ ଅମଳରେ ହିଁ ମଦ ଦୋକାନ ଖୋଲିବା ବ୍ୟବସ୍ଥା ହୋଇଛି, ଏବେ ଚୋରା ମଦ ବେପାରୀଙ୍କ ସ୍ବାର୍ଥ ପାଇଁ ଆଇନ ହାତକୁ ନେଉଛନ୍ତି ବିଧାୟକ : ବିଜେପି
ଲକ୍ଷ୍ମୀପୁର ( ପ୍ରତିଫଳନ ମିଡ଼ିଆ )
ମଦ ଦୋକାନ ଗୁଡ଼ିକୁ ଜୋର ଜବରଦସ୍ତି ବନ୍ଦ କରିବାକୁ ନେଇ ଲକ୍ଷ୍ମୀପୁର ବିଧାୟକଙ୍କ ବିରୋଧରେ ମଦ ଦୋକାନୀ ଓ ବିଜେପି ପକ୍ଷରୁ ସଙ୍ଗୀନ ଅଭିଯୋଗ ଆଣିଥିଲେ । ସାମ୍ବାଦିକ ସମ୍ମିଳନୀ କରି ଜବାବ ରଖିଛନ୍ତି ବିଧାୟକ ପବିତ୍ର ସାଉନ୍ତା।
ମଦ ବ୍ୟବସାୟୀଙ୍କ ସହ ବିଜେପି ସାମିଲ ହୋଇଛି । ମୋ ବିରୋଧରେ ମଦ ବ୍ୟବସାୟୀ ମାନେ ମିଛ ଅଭିଯୋଗ କରିଛନ୍ତି । ମୋତେ ବଦନାମ କରିବାକୁ ଉଦ୍ୟମ କରାଯାଇଛି । ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଲୋକେ କଂଗ୍ରେସ ଦଳକୁ ବିଶ୍ୱାସ କରି ମୋ ଉପରେ ଭରସା କରି ମୋତେ ବିଧାୟକ ଭାବେ ନିର୍ବାଚିତ କରିଛନ୍ତି ।ଏଣୁ ଲୋକଙ୍କ ସମସ୍ୟା ସହ ରହିଛି ଓ ରହିବି । ସରକାରୀ ମଦ ଭାଟି ଗୁଡିକରେ ନକଲି ମଧ୍ୟ ବିକ୍ରୟ କରାଯାଉଥିବା ମୋ ନିକଟରେ ଲୋକେ ଅଭିଯୋଗ କରିଥିଲେ ।ଲୋକଙ୍କ ଠାରୁ ଅଭିଯୋଗ ପାଇବା ପରେ ଏଥିନେଇ ସରକାର ଓ ପ୍ରଶାସନକୁ ଲିଖିତ ଭାବେ ବହୁବାର ଜଣାଇଛି । ବିଧାନ ସଭାରେ ପ୍ରଶ୍ନ ପଚା ରିଛି । ହଠାତ୍ ମଦ ଭାଟି ବନ୍ଦ ଅଭିଯାନ କରାଯାଇ ନାହିଁ । ୮ମାସ ହେଲା ସରକାରୀ ମଦ ଭାଟି ଗୁଡ଼ିକର ବେଆଇନ କାର୍ଯ୍ୟକଳାପ ସମ୍ପର୍କରେ ଅଭିଯାନ ଆରମ୍ଭ ହୋଇଛି । ସରକାର, ପୋଲିସ ଓ ପ୍ରଶାସନ ଶୁଣିଲା ନାହିଁ । ଲୋକଙ୍କ ସମର୍ଥନରେ ନିର୍ବାଚିତ ହୋଇଥିବାରୁ ଲୋକଙ୍କ ମତକୁ ସମ୍ମାନ ଜଣାଇ ଲୋକଙ୍କ ସହ ରହି ମଦ ଭାଟି ଗୁଡ଼ିକୁ ବନ୍ଦ କରିଥିଲି । ସ୍ବାର୍ଥ ପ୍ରତି ବାଧା ଆସିବାରୁ ମଦ ବ୍ୟବସାୟୀ ମାନେ ମୋ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଛନ୍ତି । ଅଭିଯୋଗର କୌଣସି ସତ୍ୟତା ନାହିଁ । ମଦ ଭାଟି ମାଲିକଙ୍କ କଥାରେ ପୂର୍ବତନ ବିଧାୟକ ଓ ବିଜେପି ନେତା ସାମ୍ବାଦିକ ସମ୍ମିଳନୀ କରି ମୋ ବିରୋଧରେ ଅଭିଯୋଗ କରିଛନ୍ତି ଏଭଳି କହିଛନ୍ତି ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା।

ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ମଦ ବିରୋଧି ଆନ୍ଦୋଳନ ଆଗାମୀ ଦିନରେ ଜାରି ରହିବ ବୋଲି ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା ସାମ୍ବାଦିକ ସମ୍ମିଳନୀ କରି ମତ ରଖିଛନ୍ତି । କଂଗ୍ରେସ ଆଦିବାସୀ ଓ ଗରିବ ଙ୍କ ସହ ରହିଛି ।ବିଜେପି ଓ ବିଜେଡ଼ି ମଦ ବ୍ୟବସାୟୀଙ୍କୁ ସମର୍ଥନ କରି ଆଦିବାସୀ ଓ ଗରିବଙ୍କ ବିରୋଧୀ ବୋଲି ପ୍ରମାଣିତ କରିଛନ୍ତି । ବିଜେଡ଼ିର ୨୪ ବର୍ଷ ଶାସନରେ ଗାଁ ଗାଁ ରେ ବ୍ୟାପକ ଭାବେ ମଦ ଭାଟି ଖୋଲିଦେଲା। ଏବେ ମଦ ଭାଟି ମାଲିକଙ୍କୁ ସମର୍ଥନ କରୁଛି ବିଜେପି ବୋଲି କୋରାପୁଟ ଲୋକସଭା ସାଂସଦ ସପ୍ତଗୀରି ଉଲାକା ଗୁରୁତର ଅଭିଯୋଗ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା ଉପସ୍ଥିତ ରହି ବିଜେପି ଓ ପ୍ରଶାସନର ଭୂମିକାକୁ ନିନ୍ଦା କରିଛନ୍ତି । ଗୁଜରାଟରେ ବିଜେପି ମଦ ବନ୍ଦ କରିଥିବା ବେଳେ ଲକ୍ଷ୍ମୀପୁରର ବିଜେପି ମଦ ବ୍ୟବସାୟୀଙ୍କୁ କିପରି ସମର୍ଥନ ଜଣାଉଛନ୍ତି ବୋଲି ବିଜେପିକୁ ପ୍ରଶ୍ନ କରିଛନ୍ତି । ଆଦିବାସୀ ଓ ସ୍ଥାନୀୟ ଅଂଚଳର ଲୋକମାନେ ମଦଭାଟିକୁ ବିରୋଧ କରୁଥିବା ବେଳେ ବିଜେପି ମଦଭାଟିକୁ ସମର୍ଥନ ଜଣାଇ ଆଦିବାସୀଙ୍କୁ ଅଞ୍ଚଳ ଲୋକଙ୍କୁ ବିରୋଧ କରୁଛି ଏହା ସ୍ପଷ୍ଟ ହୋଇଯାଇଛି ବୋଲି ସାଂସଦ ଉଲାକା କହିଛନ୍ତି । ଜନ ସାଧାରଣଙ୍କ ଯଥାର୍ଥ ଦାବୀକୁ କଂଗ୍ରେସ ଦଳ ସମର୍ଥନ କରିବ ବୋଲି କହିଛନ୍ତି । ଲକ୍ଷ୍ମୀପୁରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ ମଣ୍ଡଳୀର ପ୍ରମୁଖ କଂଗ୍ରେସ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।

ଆଇନକୁ ହାତକୁ ନେବାକୁ କଂଗ୍ରେସକୁ କିଏ ଅଧିକାର ଦେଲା : ବିଜେପି
ସିଙ୍ଗ।ରାମ ଡମ୍ପି ୟାର୍ଡ଼ ବନ୍ଦ କରି ନିଜ ସଚ୍ଚୋଟତାର ପରିଚୟ ଦିଅନ୍ତୁ ବିଧାୟକ : କୈଳାସ କୁଲେଶିକା
କଂଗ୍ରେସ ବିଧାୟକ ଓ କୋରାପୁଟ ସାଂସଦଙ୍କ ସାମ୍ବାଦିକ ସମ୍ମିଳନୀ ରେ କରିଥିବା ଅଭିଯୋଗର ପ୍ରତି ଜବାବ ତୁରନ୍ତ ରଖିଛନ୍ତି ପୂର୍ବତନ ବିଧାୟକ ବିଜେପି ନେତା କୈଳାଶ କୁଳେଶିକା। କଂଗ୍ରେସ ଶାସନରେ ହିଁ ମଦ ଦୋକାନ ଖୋଲାଯାଇଛି । କଂଗ୍ରେସ ବିକାଶ ବିରୋଧୀ ଓ ଆଦିବାସୀ ବିରୋଧୀ । ନିମ୍ନମାନର ମଦ ବିକ୍ରୟ ହେଉଛି ଯଦି ପ୍ରମାଣିତ କରନ୍ତୁ । ଚାନ୍ଦା ନ ମିଳିଲେ ସରକାରୀ ମଦ ଦୋକାନ ବନ୍ଦ କରିବାକୁ ବିଧାୟକ ,ସାଂସଦ ଓ କଂଗ୍ରେସ ଦଳକୁ କିଏ ଦେଲା ଅଧିକାର ବୋଲି ବିଜେପି ନେତା କୁଲେଶିକା ପ୍ରଶ୍ନ କରିଛନ୍ତି ।
ବେଆଇନ ଓ ନିମ୍ନ ମାନର ମଦ ବିକ୍ରୟକୁ ବିଜେପି ବିରୋଧ କରିବ
ଏଥିପାଇ ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନୀମାନେ ମଧ୍ୟ ସତର୍କ ରୁହନ୍ତୁ ବୋଲି ସେ କହିଁଛନ୍ତି । ମଦ ଭାଟିରେ ତାଲା ପକାଇବା ବେଳେ ସାଧାରଣ ଲୋକେ ନଥିଲେ । କିଛି ଚୋରା ମଦ ବ୍ୟବସାୟୀ ଓ କଂଗ୍ରେସ ସମର୍ଥକମାନେ ଥିଲେ । ଆଦିବାସୀ ବା ସାଧାରଣ ଲୋକେ କଂଗ୍ରେସ ସହିତ ନାହାଁନ୍ତି । ଗତ ନିର୍ବାଚନରେ କଂଗ୍ରେସ କୁ ଭୋଟ ଦେଇ ଲୋକେ ଏବେ ପଶ୍ଚାତାପ କରୁଛନ୍ତି । ସିଙ୍ଗାରାମଠାରେ ବକ୍ସାଇଟ୍ ଡ଼ମ୍ପିଙ୍ଗ କୁ ବିରୋଧ କରିଥିଲେ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା। ତା ପରେ ନୀରବ ରହିଗଲେ । ଏବେ ସେଠି ବକ୍ସାଇଟ୍ ଡ଼ମ୍ପିଙ୍ଗ ହେଲା କେମିତି?ବେଦାନ୍ତ କମ୍ପାନୀ ସହ ଡ଼ିଲ କରିନାହାନ୍ତି ତେବେ ଏବେ ବିରୋଧ କରି ସ୍ଵଚ୍ଛତାର ପ୍ରମାଣ ଦିଅନ୍ତୁ । ତାହା ହେଲେ ବିଧାୟକ ଓ କଂଗ୍ରେସ ଆଦିବାସୀଙ୍କ ସମର୍ଥକ ବୋଲି ପ୍ରମାଣିତ ହୋଇପାରିବ ବୋଲି କୁଲେସିକା କହିଛନ୍ତି। ବିଧାୟକ ଓ ସାଂସଦଙ୍କ ବେଆଇନ କାର୍ଯ୍ୟ ଗୁଡ଼ିକୁ ଓ ଅଞ୍ଚଳର ସ୍ୱାର୍ଥ ବିରୋଧୀ ଓ ଲୋକଙ୍କ ସ୍ବାର୍ଥ ବିରୋଧୀ କାର୍ଯ୍ୟକୁ ଆଗାମୀ ଦିନରେ ପ୍ରବଳ ବିରୋଧ କରାଯିବ ବୋଲି କହି ବିଜେପି ନେତା କୁଲେଶିକା ବିଧାୟକ ଓ ସାଂସଦ କୁ ଚେତାବନୀ ଦେଇଛନ୍ତି ।
ଅନ୍ୟପକ୍ଷରେ ଅଭିଯୋଗ ଦେବାର ବ୍ୟବସ୍ଥା ଅଛି। ଅଭିଯୋଗକୁ ଅନୁଧ୍ୟାନ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ। ତେବେ ସରକାରୀ ଅନୁମତି ପ୍ରାପ୍ତ ଦୋକାନକୁ କେହି ନିଜ ଇଚ୍ଛା ଅନୁସାରେ ଜୋର ଜବରଦସ୍ତି ବନ୍ଦ କରିବା ଆଇନ ବିରୋଧୀ କାର୍ଯ୍ୟ ଅଟେ ବୋଲି କୋରାପୁଟ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ କହିଛନ୍ତି ।