କୋରାପୁଟ ( ପ୍ରତିଫଳନ ମିଡ଼ିଆ )
ଶାବର ଶ୍ରୀକ୍ଷେତ୍ର କୋରାପୁଟ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆଜି ଠାରୁ ଆରମ୍ଭ ହୋଇଛି। ଠାକୁରଙ୍କ ଠାରୁ ଆଜ୍ଞାମାଳ ଆଣି ରଥଖଳାରେ ରଥ କାଠ ଗୁଡିକୁ ଯଥାରୀତି ପୂଜାର୍ଚ୍ଚନା କରାଯାଇଛି। ଜିଲ୍ଲାପାଳ, କୋରାପୁଟ, ପୌର ଅଧକ୍ଷ, କୋରାପୁଟ ଏବଂ ମନ୍ଦିର ପରିଚାଳନା କମିଟିର ସଦସ୍ୟ ଗଣ ଓ ସ୍ଵେଛାସେବୀଗଣ ଉପସ୍ଥିତ ଥିଲେ।

ଅପରାହ୍ନ ୧ଟା ୪୫ ମିନିଟରେ ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ରଥଯାତ୍ରା ନିମନ୍ତେ ତିନୋଟି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି । କୋରାପୁଟ ବଡ଼ଦାଣ୍ଡରେ ତିନିରଥ କାଠ ପହଞ୍ଚିବା ପରେ ପ୍ରଥମେ ବଳଭଦ୍ର ତା’ପରେ ସୁଭଦ୍ରା ଓ ଶେଷରେ ଜଗନ୍ନାଥଙ୍କ ରଥର ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ ଓ ଜଗନ୍ନାଥ ମନ୍ଦିର କମିଟି ସମ୍ପାଦକ ଭବାନୀ ଶଙ୍କର ଆଚାର୍ଯ୍ୟ, କୋରାପୁଟ ନଗରପାଳ ଲଲାଟ ରଞ୍ଜନ ସେଠୀ ପ୍ରମୁଖ କର୍ତ୍ତା ଭାବରେ ଯୋଗଦେଇ ପୂଜାର୍ଚ୍ଚନା କରରିଥିଲେ। କୋରାପୁଟର କୁନା ମହାରଣା ସହ ନବରଙ୍ଗପୁରର ସନ୍ୟାସୀ ମାଝୀ ଓ ତାଙ୍କ ଦଳ ତିନୋଟି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବେ। ଜୁନ ୨୭ ତାରିଖ ରଥ ଯାତ୍ରା ପୂର୍ବରୁ ଆଜିଠାରୁ ୨୬ ଦିନ ସମୟ ମଧ୍ୟରେ ତିନି ଠାକୁରଙ୍କ ରଥ ନିର୍ମାଣ ଶେଷ ହେବା ନେଇ ସୂଚନା ଦେଇଛନ୍ତି ମହାରଣା। ତିନି ଠାକୁରଙ୍କ ଆଜ୍ଞାମାଳ ନେଇ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି । ଚଳିତବର୍ଷ ସୁରୁଖୁରୁରେ ଶାନ୍ତି ଶୃଙ୍ଖଳା ସହ ରଥଯାତ୍ରା ସମ୍ପର୍ଣ୍ଣ ହେବା ନେଇ ସୂଚନା ଦେଇଛନ୍ତି ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ।


