କଲ୍ୟାଣସିଂହପୁର (ପ୍ରତିଫଳନ ମିଡ଼ିଆ )
ଟ୍ରେନରେ ଖସି ସିଆରପିଏଫ୍ ଯବାନ ଗୁରୁତର। କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି। ଗତ ରାତିରେ ରାଉଲକେଲା ଜଗଦଲପୁର ଏକ୍ସପ୍ରେସ ରେ କୋରାପୁଟ ରୁ ବଲାଙ୍ଗିର ଅଭିମୁଖେ ଯାଉଥିବା ବେଳେ ଲେଲିଗୁମା ଷ୍ଟେସନ ନିକଟରେ ଖସିପଡିଥିଲେ। ଯବାନଙ୍କ ନାମ ଶରତ ମାଝୀ। ତାଙ୍କ ସହିତ ଆଉ ଦୁଇଜଣ ଯବାନ ଥିଲେ। ଖବର ପାଇ ରାୟଗଡ଼ା ଆରପିଏଫ ପୋଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରି କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଅଛି।ପ୍ରାଥମିକ ଚିକିତ୍ସା ପରେ ରାୟଗଡ଼ା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

