ଭିଜିଲାନ୍ସ ହାତରେ ଲାଞ୍ଚୁଆ ପୋଲିସ, ବିସିଂପୁର ଥାନା ଏଏସଆଇ ନରସିଂହ ଦୋରା 40 ହଜାର ଲାଞ୍ଚ ନେଉଥୁଲେ, ଧରିଲା ଭିଜିଲାନ୍ସ, ଜଣେ ଦଲାଲ ଅଟକ।

କୋରାପୁଟ (ପ୍ରତିଫଳନ ମିଡ଼ିଆ )

ଲାଞ୍ଚ ନଦେଲେ ଶୁଣୁନାହିଁ ପୋଲିସ। ଲାଞ୍ଚ ଦେଲେ ନିର୍ଦୋଷଙ୍କୁ ବି ଗିରଫ କରିବାକୁ ଭୟ ଦେଖାଉଛି ପୋଲିସ। କୋରାପୁଟ ଜିଲ୍ଲାର କିଛି ଥାନା ର କିଛି ପୋଲିସ ଅଫିସରଙ୍କ ବିରୋଧରେ ଏଭଳି ଅଭିଯୋଗ ହେଉଛି। ଲାଞ୍ଚ ଦେଲେ ଥାନାରୁ ଜାମିନରେ ଛଡ଼ାଯିବ ଧମ କାଇ ଜଣେ ବ୍ୟକ୍ତି ଠାରୁ ଲାଞ୍ଚ ନେଉଥୁଲେ। ଧରାପଡିଲେ ଲାଞ୍ଚୁଆ ଥାନା ଅଧିକାରୀ। କୋରାପୁଟର ଜିଲ୍ଲା ବିସିଂପୁର ଥାନାର ଏ ଏସ ଆଇ ଭିଜିଲାନ୍ସ ଜାଲରେ। ଲାଞ୍ଚ ନେଉଥିବାବେଳେ କାବୁ କଲା ଭିଜିଲାନ୍ସ। ଘରୋଇ ହିଂସା ଘଟଣାରେ ଥାନାରେ ଜାମିନ ପ୍ରଦାନ ଲାଗି ତୁଟାଇଥିଲେ 40ହଜାର ଟଙ୍କା ଲାଞ୍ଚ। ଘରୋଇ ହିଂସା ଥାନା କେଶ ନଂ 151/25 ମାମଲାରୁ ମୁକ୍ତ ଲାଗି ଦାବି କରିଥିଲେ 40ହଜାର ଲାଞ୍ଚ।ଏସମ୍ପର୍କରେ ଭିଜିଲାନ୍ସ ପାଖକୁ ପହଂଚିବା ପରେ ଭିଜିଲାନ୍ସ ବିଛେଇଥିଲା ଜାଲ। ଆଉ ସର୍ତ୍ତ ମୁତାବକ 40ହଜାର ଲାଞ୍ଚ ନେଉଥିବାବେଳେ ଲଞ୍ଛୁଆ ଥାନା ଏ ଏସ ଆଇ ନରସିଂହ ଦୋରା ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। ଏହି ଘଟଣାରେ ପୋଲିସର ଦଲାଲ ସାଜିଥିବା ସ୍ଥାନୀୟ ହୋଟେଲ ମାଲିକ ସୁନାରାଓ ଅମାନତ୍ୟଙ୍କୁ ବି ଭିଜିଲାନ୍ସ ଅଟକ ରଖିଛି। ଅଭିଯୁକ୍ତ ଲାଞ୍ଚୁଆ ବାବୁ ଠାରୁ ରାସାୟନ ପ୍ରଲେପ ଦିଆ 40 ହଜାର ପାଇଛି। ଘଟଣାରେ ଜୟପୁର ଭିଜିଲାନ୍ସ ଦୁଇ ଜଣଙ୍କୁ ଅଟକ ରଖିଛି। ଲାଞ୍ଚୁଆ ଥାନା ବାବୁ ପୂର୍ବରୁ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ଥାନାରେ ଥିବା ବେଳେ ଲାଞ୍ଚ ନେଉଥିବାର ବହୁ ଅଭିଯୋଗ ରହିଥିଲା। ଶେଷରେ ଭିଜିଲାନ୍ସ ହାତରେ ଏବେ ଧରାପଡ଼ିଲା।

.

Spread the love