ରାୟଗଡା (ପ୍ରତିଫଳନ ମିଡ଼ିଆ )
ଦଶହରାରେ ଦେବୀ ପୂଜାର ପରମ୍ପରା ରହିଛି। ପ୍ରକୃତିର ମହାଶକ୍ତି ନିକଟରେ ପୂଜା କରେ ଡ଼ଙ୍ଗରିଆ। ପାରମ୍ପରିକ ରୀତିରେ ଝାଙ୍କିରି ପେନୁ ନିକଟରେ ପୂଜା କରେ। ଏଇ କ୍ରମରେ ଡ଼ଙ୍ଗରିଆ ଯୁବକ ନିଜ ଜାତି ପାଇଁ ଗାଇଲେ ଗୀତ। ଡ଼ଙ୍ଗରିଆ ଯୁବକ ରବୀନ୍ଦ୍ର ୱାଡାକା କିଛି ନୂଆ କରିବା ଲାଗି ସବୁବେଳେ ଚେଷ୍ଟା କରି ଆସିଥାନ୍ତି। ଡ଼ଙ୍ଗରିଆଙ୍କ ଦଶରା ପୂଜାକୁ ନେଇ ସେ ଗୀତଟିଏ ପ୍ରସ୍ତୁତ କରିଛନ୍ତି। ଆଜି ତାକୁ ୟୁ ଟ୍ୟୁବରେ ରିଲିଜ କରିଛନ୍ତି। ସେ ଗାଇଥିବା ଦଶରା ପୂଜା ଗୀତ ଏବେ ଜନଜାତିଙ୍କ ବେଶ ପସନ୍ଦ ଆସିଛି। କୁଇ ଭାଷାରେ ଗାଇଥିବା ଗୀତ ଖୁବ ସୁନ୍ଦର ହୋଇଛି ଏବଂ ଏଥିରେ ଜନଜାତି ଭାଇଭଉଣୀଙ୍କୁ ଆହ୍ବାନ କରାଯାଇଛି ଆସ ଦେବୀଙ୍କୁ ପୂଜା କରିବା।

