ନଦୀରେ ଭାସି ନିଖୋଜ ଥିବା ବ୍ୟକ୍ତିଙ୍କ ମୃତ ଦେହ ଠାବ

ଗୁଣୁପୁର (ପ୍ରତିଫଳନ ମିଡ଼ିଆ)
ନଦୀ ରେ ଭାସି ନିଖୋଜ ଥିବା ବ୍ୟକ୍ତି ଙ୍କ ମୃତ ଦେହ ଉଦ୍ଧାର ହୋଇଛି | ମୃତ ବ୍ୟକ୍ତି ଜଣଙ୍କ ହେଲେ ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ମେରିଙ୍ଗି ଗାଁ ର ସୁକୁ ଶବର। ବୟସ ପ୍ରାୟ 50 ବର୍ଷ | ସାନ ନଦୀ ର ଅପର ପଟେ ସୁକୁଙ୍କ ଚାଷ ଜମି ଅଛି | ଦୁଇ ଦିନ ତଳେ ଲଙ୍କା ତଳି ଧରି ଲଗାଇବା ପାଇଁ ନଦୀ ଅପର ପଟେ ଥିବା ଜମି କୁ ଯାଇଥିଲେ | ହେଲେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଆଉ ଘର କୁ ଫେରି ନଥିଲେ | ଘର ଲୋକ ଖୋଜା ଖୋଜି କରିଥିଲେ | ଆଉ କୌଣସି ଖବର ମିଳି ନ ଥିଲା | ଆଜି ସକାଳୁ କିଛି ଲୋକ ସାନ ନଦୀ ର ନିର୍ମାଣାଧୀନ ସେତୁ ଠାରୁ ଦୂରରେ ନଦୀ ର ଏକ ଘାସ ବୁଦା ରେ ମୃତ ଦେହ ଲାଗିଥିବା ଦେଖିବାକୁ ପାଇଥିଲେ | ପରେ ଗୁଣପୁର ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ | ଅଗ୍ନିଶମ ବାହିନୀ ମୃତ ଦେହକୁ ଉଦ୍ଧାର କରିଛି।

Spread the love