ଅଲେଖ ଗୁରୁଙ୍କ ଶ୍ରାଦ୍ଧ ଦିବସ ପାଳିତ

ଗୁଣୁପୁର ( ପ୍ରତିଫଳନ ମିଡ଼ିଆ )

ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଆମ୍ବାବାଡ଼ି ଅଲେଖ ମହିମା ଟ୍ରଷ୍ଟ ପକ୍ଷରୁ ଅନ୍ଧ ଗୁରୁ ମହିମା ଧର୍ମ ମନ୍ଦିର ପ୍ରତିଷ୍ଠାତା ଗୋପାଳ ଶବର ଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି | 15 ତମ ଶ୍ରାଦ୍ଧ ଦିବସ ପାଳନ ଅବସରରେ ଅମ୍ବାବାଡ଼ି ଠାରେ ଆୟୋଜିତ ଉତ୍ସବରେ ବହୁ ମହିମା ଧର୍ମାବଲମ୍ବୀ ସାମିଲ ହୋଇ ଗୋପାଳ ଙ୍କୁ ମନେ ପକାଇଥିଲେ | ଏଥିରେ ଅଲେଖ ମହିମା ଟ୍ରଷ୍ଟ ର ସଭାପତି ଶେଷଦେବ ସେନାପତି, ଘଣାତ୍ରି ପଞ୍ଚାୟତ ର ସରପଞ୍ଚ ନୀଳକଣ୍ଠ ଶବର, ଡମ୍ବସରା କଲେଜ ର ଅଧ୍ୟାପକ ଶେଷସାଇ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ | ପରେ ସନ୍ଧ୍ୟା ରେ ପଣା ଅର୍ପଣ କରାଯିବା ପରେ ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଆୟୋଜିତ କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ଅଲେଖ ଧର୍ମାବଲମ୍ବୀ ମାନେ ସାମିଲ ହୋଇଥିଲେ |

Spread the love