ସଂସଦରେ ଅବିଭକ୍ତ କୋରାପୁଟର ଶିକ୍ଷାର ସ୍ଥିତି ନେଇ ଚର୍ଚ୍ଚା
ରାୟଗଡା ( ପ୍ରତିଫଳନ ମିଡ଼ିଆ )
ଅବିଭକ୍ତ କୋରାପୁଟ ଜିଲ୍ଲାରେ ଶିକ୍ଷାର କରୁଣ ଚିତ୍ର। ବନ୍ଦ ହେଉଛି ବିଦ୍ୟାଳୟ। ସ୍ଥାନାନ୍ତରିତ ହେଉଛନ୍ତି ଛାତ୍ରଛାତ୍ରୀ। ଗତ ପାଞ୍ଚ ବର୍ଷରେ କୋରାପୁଟ ମାଳଭୂମିରେ ବନ୍ଦ ହୋଇଛି 686ଟି ବିଦ୍ୟାଳୟ ଏବଂ ଏଥିରେ ପଢ଼ୁଥିବା 8545 ଜଣ ପିଲା ନିକଟବର୍ତ୍ତୀ ବିଦ୍ୟାଳୟ ଗୁଡିକରେ ନାମଲେଖା ଯାଇଛି। ଏଭଳି ଏକ ଉତ୍ତର ରଖିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ରାଜ୍ୟ ମନ୍ତ୍ରୀ ଶ୍ରୀ ଜୟନ୍ତ ଚୌଧୁରୀ। କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଉତ୍ତର ରଖିଛନ୍ତି। ତଥ୍ୟ ମୁତାବକ ମନ୍ତ୍ରୀ କହିଛନ୍ତି ଯେ ଶିକ୍ଷା ସମ୍ବିଧାନର ସମକାଳୀନ ତାଲିକାରେ ଅଧିକାଂଶ ବିଦ୍ୟାଳୟ ସମ୍ପୃକ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କ ଅଧୀନରେ ଆସେ। ଓଡ଼ିଶା ରାଜ୍ୟ ସରକାରଙ୍କ ସୂଚନା ଅନୁଯାୟୀ ବିଦ୍ୟାଳୟଗୁଡ଼ିକର ଯୁକ୍ତିଯୁକ୍ତୀକରଣ ଏବଂ ଏକୀକରଣ ନୀତି ଅନୁଯାୟୀ ମୋଟ 686ଟି ସରକାରୀ ବିଦ୍ୟାଳୟ (ସାଟେଲାଇଟ୍ ସ୍କୁଲ) ଅବିଭକ୍ତ କୋରାପୁଟ (ଯଥା କୋରାପୁଟ, ମାଲକାନାଗିରି, ନବରଙ୍ଗପୁର, ରାୟଗଡ଼ା)ରେ ପ୍ରମୁଖ ସରକାରୀ ବିଦ୍ୟାଳୟ ସହିତ ମିଶ୍ରଣ କରାଯାଇଛି।

UDISE+2024-25 ଅନୁଯାୟୀ, ଅବିଭକ୍ତ କୋରାପୁଟ ଜିଲ୍ଲାରେ ଏକକ ଶିକ୍ଷକ ଥିବା ବିଦ୍ୟାଳୟର ସଂଖ୍ୟା 3। ଏହି 3ଟି ସରକାରୀ ବିଦ୍ୟାଳୟରେ ମୋଟ ଶିକ୍ଷକ ଖାଲି ପଡ଼ିଛି। ସ୍କୁଲ ଏବଂ ଗଣଶିକ୍ଷା ବିଭାଗର ସ୍କୁଲ ସଂଖ୍ୟା ହେଉଛି 3 (ତିନି)। ସ୍କୁଲ ବନ୍ଦ ହେବା/ମିଶ୍ରଣ ହେବା ସମୟରେ ପଞ୍ଜୀକୃତ ଛାତ୍ରଛାତ୍ରୀଙ୍କ ସଂଖ୍ୟା ହେଉଛି SC/ST ଏବଂ ବାଳିକା ଛାତ୍ରୀଙ୍କ ସମେତ 8545। ମିଶ୍ରିତ ବା ବନ୍ଦ ସ୍କୁଲର ଛାତ୍ରଛାତ୍ରୀ ନିକଟସ୍ଥ ସ୍କୁଲରେ ପଞ୍ଜୀକୃତ ହୋଇଛନ୍ତି। ଅବିଭକ୍ତ କୋରାପୁଟ (ଯଥା କୋରାପୁଟ, ମାଲକାନାଗିରି, ନବରଙ୍ଗପୁର, ରାୟଗଡା) ର ଜନସଂଖ୍ୟା ଘନତା ଅନୁସାରେ କୋରାପୁଟ 157/ବର୍ଗ କିଲୋମିଟର, ମାଲକାନଗିରି 106/ବର୍ଗ କିଲୋମିଟର, ନବରଙ୍ଗପୁର – 231/ବର୍ଗ କିଲୋମିଟର
ରାୟଗଡା, 137/ବର୍ଗ କିଲୋମିଟର ରହିଛି। UDISE+ 2024-25 ଅନୁଯାୟୀ ତଥା ଶିକ୍ଷା ଅଧିକାର ଆଇନ, 2009 ର ଧାରା 6 ଅନୁଯାୟୀ, କେନ୍ଦ୍ର ସରକାର ପଡ଼ୋଶୀ କ୍ଷେତ୍ର କିମ୍ବା ସୀମା ସୂଚିତ ପ୍ରକାରେ ଯାହା I-V ଶ୍ରେଣୀର ପିଲାମାନଙ୍କ ପାଇଁ ଏକ କିଲୋମିଟର ଏବଂ VI-VIII ଶ୍ରେଣୀର ପିଲାମାନଙ୍କ ପାଇଁ ତିନି କିଲୋମିଟର ଦୂରତା ମାନଦଣ୍ଡ ଧାର୍ଯ୍ୟ ହୋଇଛି। ଏହା ବ୍ୟତୀତ ସମଗ୍ର ଶିକ୍ଷା ମାନଦଣ୍ଡ ଅନୁଯାୟୀ, ମାଧ୍ୟମିକ ବିଦ୍ୟାଳୟ ପାଇଁ ଦୂରତା 5 କିଲୋମିଟର ଏବଂ ବରିଷ୍ଠ ମାଧ୍ୟମିକ ପାଇଁ 7-10 କିଲୋମିଟର ରହିଛି। ଜାତୀୟ ଶିକ୍ଷା ନୀତି ଅନୁସାରେ ଏଭଳି ପିଲାଙ୍କୁ ଯାତାୟାତ ଖର୍ଚ୍ଚ ମଧ୍ୟ ପ୍ରଦାନ କରାଯାଉଛି ବୋଲି କୁହାଯାଇଛି।

ତଥ୍ୟ ଅନୁଯାୟୀ କୋରାପୁଟ ଜିଲ୍ଲାରେ ସର୍ବାଧିକ 346ଟି ବିଦ୍ୟାଳୟ, ରାୟଗଡା ଜିଲ୍ଲାରେ 121ଟି ବିଦ୍ୟାଳୟ, ମାଲକାନଗିରି ଜିଲ୍ଲା 85ଟି ବିଦ୍ୟାଳୟ ଏବଂ ନବରଙ୍ଗପୁର ଜିଲ୍ଲା 134ଟି ବିଦ୍ୟାଳୟ ଏହିପରି ମୋଟ 686 ଟି ବିଦ୍ୟାଳୟ ବନ୍ଦ ହୋଇଛି। ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗୁଡିକରେ ଏତେ ପରିମାଣରେ ବିଦ୍ୟାଳୟ ବନ୍ଦ କରିଦେଇଥିବାରୁ ସିଧାସଳଖ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ପିଲା ପ୍ରଭାବିତ ହୋଇଛନ୍ତି। ଏହାଦ୍ୱାରା ଶିକ୍ଷାରେ ପ୍ରତିବନ୍ଧକ ସାଜିଛି ବୋଲି ସାଂସଦ ଶ୍ରୀ ଉଲ୍ଲାକା କହିଛନ୍ତି।

