ରାୟଗଡା (ପ୍ରତିଫଳନ ମିଡ଼ିଆ )
ଦଶହରା ଅବସରରେ ରାୟଗଡା ନ୍ୟୁ ଟାଉନ ପୂଜା କମିଟି ପକ୍ଷରୁ ସଚେତନଧର୍ମୀ ନାଟକ ମୁଁ ସମୟ କହୁଛି ମଞ୍ଚସ୍ଥ ହୋଇଛି। ଶିବ ପ୍ରସାଦ ମିଶ୍ରଙ୍କ ରଚନା ଓ ନିର୍ଦ୍ଦେଶନାରେ ପୂଜା କମିଟି ଦ୍ୱାରା ପ୍ରସ୍ତୁତ ଏହି ନାଟକ ଦର୍ଶକଙ୍କୁ ଶେଷ ଯାଏଁ ବାନ୍ଧି ରଖିବାରେ ସଫଳ ହୋଇଛି।

ସମୟ ମୁହଁରୁ ଅତୀତ ଏବଂ ବର୍ତ୍ତମାନର ରାଜନେତାଙ୍କ ଧର୍ମ ଓ କର୍ମ, ଆଚରଣ ଓ ଉଚ୍ଚାରଣର ଏକ ତୁଳନାତ୍ମକ ଚିତ୍ରକୁ କଳାକାରମାନେ ନିଜର ଅଭିନୟ ଓ ଶବ୍ଦରେ ପ୍ରଦର୍ଶିତ କରିଥିଲେ। ବ୍ୟଙ୍ଗ, ହାସ୍ୟରସ, କରୁଣର ଏକ ଫେଣ୍ଟାଫେଣ୍ଟି କକଲେଟ ମୁଁ ସମୟ କହୁଛି ଦର୍ଶକଙ୍କୁ ଅଭିଭୂତ କରିଥିଲା।

ଏଥିରେ କମିଟିର ପ୍ରମୁଖ ସଦସ୍ୟଗଣ ସମେତ ବହୁ ପ୍ରବୀଣ କଳାକାର ଅଭିନୟ କରିଥିଲେ। ଡ଼ ଦୁଷ୍ମନ୍ତ କୁମାର ମହାନ୍ତି, ବ୍ରଜ ସୁନ୍ଦର ନାୟକ, ପ୍ରଭାକର ମିଶ୍ର,ଡ଼ ରାଜେଶ କୁମାର ପାଢ଼ୀ, ଶିବ ମିଶ୍ର, ମନ୍ମଥ ତୁଳ, ଲାଲ ବିହାରୀ ଲେଙ୍କା, କାହ୍ନୁ ଚରଣ ମିଶ୍ର. ଡ଼ ଦ୍ବିତୀ ଚନ୍ଦ୍ର ସାହୁ, ବାବୁଲାଲ ଗନ୍ତାୟତ, ଅଜିତ କୁମାର ପାଣିଗ୍ରାହୀ, ରବି ଶତପଥି, ମାନସ ରଥ, ପ୍ରଣିତ ପାତ୍ର, ଭବାନୀ ମିଶ୍ର ପ୍ରମୁଖ ଅଭିନୟ କରିଥିବାବେଳେ ସଙ୍ଗୀତ ଓ ମଞ୍ଚ ପରିଚାଳନା କରିଥିଲେ ଜଗଦିଶ ଚନ୍ଦ୍ର ଦୋରା। ବାଦ୍ୟ ଯନ୍ତ୍ରରେ ତନ୍ମୟ ମହାପାତ୍ର ଓ ବିଜୟ ନାୟକ ଥିବାବେଳେ ରିତାରାଣୀ ମିଶ୍ର ରୂପସଜ୍ଜା କରିଥିଲେ।

ନ୍ୟୁ ଟାଉନ ପୂଜା କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ଏହି ନାଟକ ଦେଖିବାକୁ ପ୍ରବଳ ଜନସାମାଗମ ହୋଇଥିଲା। ଶେଷରେ ଡ଼ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

