ଜୟପୁର (ପ୍ରତିଫଳନ ମିଡ଼ିଆ )
କାଉ ମିଳନ ଦେଖିଲେ କାଳେ ମୃତ୍ୟୁର ଆଭାସ। ମୃତ୍ୟୁକୁ ଏଡାଇବା ପାଇଁ ଲୋଡ଼ା ପ୍ରତିକାର। ଆଉ ଏମିତି କାକ ମିଳନ ଦେଖିଲେ ବୋଲି ୨ ଯୁବକଙ୍କ ପ୍ରତିକାରତ୍ମକ ଶବ ସତ୍କାର କଲେ ଲୋକେ। ରୀତିନୀତି ପାଳନ କଲେ। କୋକେଇ ବାନ୍ଧିଲେ। ଶବ ସତ୍କାର ଭଳି ଶଵ କାନ୍ଧେଇ ମଶାଣି ଗଲେ। ମୃତ୍ୟୁ ପରର ସୁଦ୍ଧା କ୍ରିୟା କରି ଘରକୁ ଫେରିଲେ। ଏ ଭଳି ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି ଜୟପୁର ବ୍ଲକ ର ରଣ୍ଡାପାଲି ପଞ୍ଚାୟତର ପାତ୍ରଗୁଡା ଗ୍ରାମରେ।

କାକ ମିଳନ ଦେଖିଲେ ବୋଲି ଆଦିବାସୀ ପରମ୍ପରାରେ ଶିକାର ହୋଇଛନ୍ତି ୨ ଯୁବକ। ଏପରି ଘଟଣାକୁ ବୁଦ୍ଧିଜୀବୀମାନେ ଅନ୍ଧ ବିଶ୍ବାସ ବୋଲି କହୁଥିବା ବେଳେ ଏହା ଆମର ପରମ୍ପରା ବୋଲି ଆଦିବାସୀ କହୁଛନ୍ତି। ଆଦିବାସୀ ପରମ୍ପରା ଅନୁସାରେ କାଉ ମିଳନ ଦେଖିବା ଦ୍ଵାରା ପରିବାର ଏବଂ ସେମାନଙ୍କ ପ୍ରତି ଦୋଷ ଲାଗିଥାଏ। ଏହି ଦୋଷରୁ ମୁକ୍ତି ପାଇବା ପାଇଁ ଉଭୟ ଯୁବକଙ୍କ ମୃତୁ୍ ହୋଇଥିବା ଘଟଣା ପ୍ରଚାର କରି ନିଜ ବନ୍ଧୁମାନଙ୍କ ସନ୍ଦେଶ ଦିଆଯାଏ। ପରବର୍ତ୍ତୀ ସମୟରେ ବନ୍ଧୁବାନ୍ଧବ ମାନେ କାଉ ମିଳନ ଦେଖିଥିବା ଯୁବକ ଙ୍କ ଘରେ ପହଞ୍ଚିବାପରେ ମୃତ୍ୟୁ ହୋଇଥିବା ଭଳି କାନ୍ଦବୋବାଳି କରିଥାନ୍ତି। ପରେ ସତ୍ ଘଟଣା ଜାଣିବା ପରେ ଦୁଇ ଯୁବକଙ୍କ ପୁତୁଳା ତିଆରି କରି କୋକେଇରେ ଶବ କରି ଶ୍ମଶାନକୁ ନେଇ ଶବ ଦାହ କଲାଭଳି ପୁତୁଳା ଦାହ କରି ଆଦିବାସୀ ପରମ୍ପରାରେ ନିୟମ ପାଳନ କରି ଶ୍ମଶାନ ରୁ ଫେରି ପିତା ଖାଇଥାନ୍ତି।

ପରେ ଯୁବକକୁ ଘର ଭିତରକୁ ପ୍ରବେଶ କରିଥାନ୍ତି। ଏପରି ନ କଲେ ଦେଖିବା ଲୋକର ମୃତ୍ୟୁ ଘଟିପାରେ ବୋଲି ଏକ ବଦ୍ଧ ପରିପକ ଧାରଣା ରହିଛି। ନିକଟ ଅତୀତରେ ଏକା ଵଂଶର ପୁଅ ଝିଅ ଙ୍କ ଭିତରେ ପ୍ରେମ ଯୋଗୁଁ କୋରାପୁଟ ଓ ରାୟଗଡା ଜିଲ୍ଲାରେ ପ୍ରେମୀ ଯୁଗଳଙ୍କୁ ବଳଦ କରି ହଳ କରିବା ଦେଖିବାକୁ ମିଳିଥିଲା। ଆଜି କାକ ମିଳନ ଯୋଗୁଁ ଜିଅନ୍ତା ଲୋକଙ୍କୁ ବଞ୍ଚି ଥାଉ ଥାଉ ଶବ କରି ଶବ ସତ୍କାର କରିବାର ପରମ୍ପରା ଦେଖିବାକୁ ମିଳିଛି।

