ଲକ୍ଷ୍ମୀପୁର (ପ୍ରତିଫଳନ ମିଡ଼ିଆ )
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଏକ ହୃଦୟ ବିଦାରକ ଘଟଣା ଘଟି ଯାଇଛି। ନିଜର ଜନ୍ମ କରିଥିବା ବାପାଙ୍କୁ ଟାଙ୍ଗିଆରେ ହାଣିବାକୁ ପଛେଇ ନାହିଁ ପୁଅ।

ରକ୍ତ ଜୁଡୁବୁଡୁ ଅବସ୍ଥାରେ ପରିବାର ଲୋକେ ଗୁରୁତର ଆହତ ସଦନ ମାଣ୍ଡିଙ୍ଗା ଙ୍କୁ ଉଧାର କରି ଲକ୍ଷ୍ମୀପୁର ଡାକ୍ତରଖାନାରେ ଭର୍ତି କରିଛନ୍ତି।ଖବର ପାଇ ଲକ୍ଷ୍ମୀପୁର ଡାକ୍ତର ଖାନାରେ ଆଇଆଇସି ସୁଜ୍ଞାନୀ ସାହୁ, ସବ ଇନିସପେକ୍ଟର ମାନସ ପ୍ରଧାନ ଓ ଶାନ୍ତିଲତା ବେହେରା ପହଞ୍ଚି ପରିବାର ବର୍ଗଙ୍କୁ ପଚରାଉଚରା କରିଛନ୍ତି। କାରଣ କଣ ଜଣା ପଡିନାହିଁ।ଅପରପକ୍ଷେ ଅଭିଯୁକ୍ତ ପୁଅ ସମୀର ମାଣ୍ଡିଙ୍ଗା କୁ ଧରିବା ପାଇଁ ରାତିରେ ପୋଲିସ ଚଢ଼ାଉ କରିଥିବା ଖବର ମିଳିଛି।ସଦନ ଙ୍କ ଅବସ୍ଥା ସଂଗୀନ ଥିବାରୁ ଚିକିତ୍ସା କରୁଥିବା ଡାକ୍ତର କୋରାପୁଟ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି। ସେଠାରେ ଚିକିତ୍ସା ଚାଲିଛି। ପୋଲିସ ଅଧିକା ଅନୁସନ୍ଧାନ ଜାରି ରଖିଛି।

