କୋରାପୁଟ (ପ୍ରତିଫଳନ ମିଡ଼ିଆ)
କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ୍ ହସପିଟାଲ ରେ ୫ ଜଣ ରୋଗୀଙ୍କ ମୃତ୍ୟୁ ନେଇ ଉତ୍ତେଜନା ଦେଖାଦେଇଛି । ଗତକାଲି ୫ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିଲା । ମୃତକ ୫ଜଣକ ମଧ୍ୟରେ ICU ର ୪ଜଣ ରୋଗୀ ଓ ସାଧାରଣ ୱାର୍ଡରେ ଚିକିତ୍ସିତ ହେଉ ଥିବା ଜଣେ ରୋଗୀ । ୩ତାରିଖ ରାତି ୧୦ ଟାରୁ ୧୧ ଟା ମଧ୍ୟରେ ମୃତ୍ୟୁ ଘଟିଥିଲା । ମୃତ୍ୟ ଘଟଣାକୁ ନେଇ ମେଡ଼ିକାଲ କର୍ତ୍ତୃପକ୍ଷ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । ମୃତ୍ୟୁ ଘଟଣାରେ ଚିକିତ୍ସାରେ ଅବହେଳା କିଛି ରହିଛି କି ? ଦିଆଯାଇଥିବା ଔଷଧର ପାର୍ଶ୍ବ ପ୍ରତିକ୍ରିୟା କିଛି ରହିଛି କି ନା ସ୍ବାଭାବିକ ମୃତ୍ୟୁ ଘଟିଛି ଏସବୁର ଟିକିନିଖୀ ଅନୁଧ୍ୟାନ କରାଯିବ । ଏଥିପାଇଁ ଅଭିଜ୍ଞ ବିଷେଶଜ୍ଞ ଡାକ୍ତରମାନଙ୍କୁ ନେଇ କମିଟି ଗଠନ କରାଯିବ । କମିଟିର ତଦନ୍ତ ରିପୋର୍ଟ ମିଳିବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ୍ ହସପିଟାଲ ଅଧିକ୍ଷକ ପ୍ରଫେସର ସୁଶାନ୍ତ ସାହୁ ସୂଚନା ଦେଇଛନ୍ତି । କିଛି ଘଣ୍ଟା ମଧ୍ୟରେ ୫ଜଣକ ମୃତ୍ୟୁ ଘଟଣାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ।
ମୃତ୍ୟୁ ଘଟିଥିବା ସମସ୍ତ ରୋଗୀଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ଥିଲା ବୋଲି ମେଡ଼ିକାଲ କତୃପକ୍ଷ ସୂଚନା ଦେଇଛନ୍ତି । ମୃତ୍ୟୁର କରଣ ଜାଣିବା ପାଇଁ ଡାକ୍ତର ମାନଙ୍କୁ ନେଇ କମିଟି ଗଠନ କରାଯିବ । ଔଷଧ ଗୁଡ଼ିକର ମାନ ଅନୁଧ୍ୟାନ କରାଯିବ । କମିଟିର ରିପୋର୍ଟ ଆସିବ ପରେ ହିଁ ପ୍ରକୃତ ଘଟଣା ଜଣାପଡ଼ିବ ।
ICU ରେ ଚିକିତ୍ସିତ ହେଉଥିବା ୫ ଜଣ ରୋଗୀ ଗୁରୁତର ଅସୁସ୍ଥ ଥିଲେ । ମୁଣ୍ଡ ରେ ଓ ପେଟରେ ଗଭୀର କ୍ଷତ ହୋଇ ଥିଲା । ସ୍ବାସ୍ଥ୍ୟ ସ୍ଥିତି ଅତି ଗୁରୁତର ଥିଲା । ସେହିଭଳି ସର୍ଜରୀ ୱାର୍ଡରେ ରୋଗୀ ଜଣକର ପେଟ ସଂକ୍ରମଣ ହୋଇ ସେପଟିସିମାରେ ଆକ୍ରାନ୍ତ ହୋଇଥିଲା । ଅପରେସନ ପାଇ ପ୍ରସ୍ତୁତ କରିବା ବେଳେ ତାର ମୃତ୍ୟୁ ଘଟିଥିବା ଜଣା ପଡ଼ିଛି ।
କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ହସପିଟାଲ ରେ ଏକା ଦିନରେ କିଛି ସମୟ ଅନ୍ତରାଳ ରେ ୫ଜଣଙ୍କ ମୃତ୍ୟୁ ହେବା ଘଟଣାକୁ ରୋଗୀଙ୍କ ମଧ୍ୟରେ ଓ ସାଧାରଣରେ ଭୟର ବାତାବରଣ ସୃଷ୍ଟି ହୋଇଛି । ମୃତ୍ୟୁର ପ୍ରକୃତ କାରଣ ତଦନ୍ତ ପରେ ହିଁ ଜଣା ପଡ଼ିବ ।