ପାରା ସନ୍ତରଣ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଭୁବନେଶ୍ୱର ଗଲେ ରାୟଗଡ଼ାର ଦିବ୍ୟାଙ୍ଗ ପ୍ରତିଯୋଗୀ।

ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ପାରା ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ପ୍ରତିଯୋଗିତାରେ ଭାଗ ନେବେ ରାୟଗଡ ର ଦିବ୍ୟାଙ୍ଗ ପ୍ରତିଯୋଗୀ। 4ଜଣ ପ୍ରତିଯୋଗୀ ଭୁବନେଶ୍ୱର ଗସ୍ତ କରିଛନ୍ତି। 25 ତାରିଖଠାରୁ ଆରମ୍ଭ ହୋଇଥିବା ପ୍ରତିଯୋଗିତା 26 ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହେବ। ରାୟଗଡର 4ଜଣ ପ୍ରତିଯୋଗୀତା ରେ ସାମିଲ ହେବେ। ଓଡ଼ିଶା ବିକଳାଙ୍ଗ ମଞ୍ଚ ରାୟଗଡ଼ା ୟୁନିଟ୍ ପ୍ରତିନିଧିତ୍ୱ କରୁଥୁବା, ରାଜ୍ୟ ପାରା ସ୍ପୋର୍ଟ୍ସ ଆସୋସିଏସନ୍ ପକ୍ଷରୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ରାୟଗଡ଼ା ଜିଲ୍ଲାର ଚାରି ଜଣ ଦିବ୍ୟାଙ୍ଗ ଯୁବକ ଙ୍କୁ ପଠାଇଛି।
ରେଙ୍ଗା ପୁଆଲା, ଶଙ୍କର ମାଝୀ, ଚିରଞ୍ଜିବୀ ପାତିକା ଏବଂ ସନ୍ତୋଷ ଶବର ଭଳି ଭିନ୍ନକ୍ଷମ ସନ୍ତରଣକାରୀଙ୍କୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଅଲ୍ଲୀନୁର, କ୍ରୀଡା ଶିକ୍ଷକ ମନୋଜ କୁମାର ନାୟକ ଏବଂ ଅନ୍ୟାନ୍ୟ ପ୍ରମୁଖ କ୍ରୀଡା ପ୍ରେମୀମାନେ ବିଦାୟ ଦେଇଥିଲେ । ଖେଳାଳିମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ରନ୍ଧା ଖାଦ୍ୟ ପ୍ରଦାନ କରିଥିଲେ । ରାୟଗଡ଼ା ପାରା ସ୍ପୋର୍ଟ୍ସ ଆସୋସିଏସନ୍ ର ସାଧାରଣ ସମ୍ପାଦକ ଜଳନ୍ଧର ବାଚେଲି, ସଦସ୍ୟ ରଘୁନାଥ ପାତ୍ର ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ସେମାନଙ୍କର ଅଂଶଗ୍ରହଣ ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି। ପ୍ରତିଯୋଗୀ ମାନେ ଭଲ ପ୍ରଦର୍ଶନ କରିବେ ବୋଲି କମିଟି କତୃପଖ ଦୃଢ ଆଶାବାଦୀ ଅଛନ୍ତି।

Spread the love