କୋରାପୁଟ ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର, ମାନବରକୁ ପହଂଚିବାକୁ ଆଉ ଚିନ୍ତା ନାହିଁ
କୋରାପୁଟ ( ପ୍ରତିଫଳନ ମିଡ଼ିଆ )
କୋରାପୁଟ ରେଳଷ୍ଟେସନକୁ ଯାଉ ନାହିଁ ରେଳ । କୋରାପୁଟ ପରିବର୍ତ୍ତେ କିଛି ଦିନ ସକାଶେ ମାନବର ରେଳ ଷ୍ଟେସନ ରେ ଟ୍ରେନ ଗୁଡ଼ିକ ରହଣୀ କରୁଛି । କୋରାପୁଟ ଷ୍ଟେସନ ଠାରୁ ମାନବର ଷ୍ଟେସନକୁ ଯିବାକୁ ହେଲେ ପ୍ରାୟ ୫ କିମି ଦୂରତା ରହୁଛି । ଏଣୁ ଯାତ୍ରୀମାନଙ୍କ ସୁବିଧା ସକାଶେ ରେଳ ବିଭାଗ ପକ୍ଷରୁ ମାଗଣା ବସ ସେବାର ବ୍ୟବସ୍ଥା କରାଯାଇଛି । କେବଳ ଟିକେଟ କରି ଥିବା ଯାତ୍ରୀ ମାନଙ୍କୁ ହିଁ ଏହି ମାଗଣା ବସ ପରିବହନ ସୁବିଧା ମିଳିପାରିବ ।

ଯେଉଁ ଯାତ୍ରୀମାନଙ୍କ ଟିକେଟ ଥିବ ସେହି ଯାତ୍ରୀ ମାନଙ୍କୁ ହିଁ ମାନବର ଷ୍ଟେସନ ପର୍ଯ୍ୟନ୍ତ ମାଗଣାରେ ବସ ସେବା ମିଳିପାରିବ । ଟିକେଟ ନଥିବା ଯାତ୍ରୀଙ୍କୁ ବସ ରେ ଚଢ଼ିବାକୁ ସୁଯୋଗ ମିଳିବ ନାହିଁ ବୋଲି ରେଳ ଷ୍ଟେସନ କତୃପକ୍ଷ ସୂଚନା ଦେଇଛନ୍ତି। ଯେତେ ଦିନ ପର୍ଯ୍ୟନ୍ତ କୋରାପୁଟ ଷ୍ଟେସନ୍ ପରିବର୍ତ୍ତେ ମାନବର ଷ୍ଟେସନରୁ ଟ୍ରେନ ଚଳାଚଳ କରିବ ସେତେଦିନ ପର୍ଯ୍ୟନ୍ତ ଯାତ୍ରୀଙ୍କ ମାଗଣା ବସ ପରିବହନ ସୁବିଧା ମିଳିବ ।

କୋରାପୁଟ ରେଳ ଷ୍ଟେସନ ରୁ ମାନବର୍ କୁ ଯିବା ପାଇଁ ଯାତ୍ରୀ ମାନଙ୍କୁ ଏଣିକି କୌଣସି ଅସୁବିଧା ହେବ ନାହିଁ । ଟିକେଟ କରିଥିବା ସମସ୍ତ ରେଳ ଯାତ୍ରୀ ଏହି ମାଗଣା ବସ ପରିବହନ ସେବାର ସୁବିଧା ନେବାକୁ ସକାଶେ କୋରାପୁଟ ଷ୍ଟେସନ୍ କର୍ତୃପକ୍ଷ ନିବେଦନ କରିଛନ୍ତି।


