କୋରାପୁଟ (ପ୍ରତିଫଳନ ମିଡ଼ିଆ)
କୋରାପୁଟର ବୋହୂ, ଭୁବନେଶ୍ୱରର ଝିଅ, ରାଜସ୍ଥାନର ଉଦୟପୁର ସ୍ଥିତ ମୋହନଲାଲ ସୁଖାଡିଆ ବିଶ୍ୱବିଦ୍ୟାଳୟର ପ୍ରଥମ ମହିଳା କୁଳପତି ପ୍ରଫେସର ସୁନିତା ମିଶ୍ର ।
ଦୀର୍ଘ ୬୨ ବର୍ଷ ପରେ ବିଶ୍ୱବିଦ୍ୟାଳୟରେ ଜଣେ ମହିଳା କୁଳପତି ଭାବେ ତାଙ୍କର ନିଯୁକ୍ତି ଓଡ଼ିଶା ଓ ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ । ୨୦୨୪ରୁ ସେ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କରି, ସାମଗ୍ରୀକ ବିକାଶ ଦିଗରେ ଉଲ୍ଲେଖନୀୟ ଅବଦାନ ରଖିଛନ୍ତି ।ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ସମାବର୍ତ୍ତନ ଉତ୍ସବରେ ସମ୍ମାନିତ ହୋଇଥିବା ପ୍ରଫେସର ମିଶ୍ର, ବିଶ୍ୱବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ର ଭାବେ ପ୍ରତିଷ୍ଠା କରିବାରେ ସଫଳ ହୋଇଛନ୍ତି ।
ସାଧନା ଓ ଉଦ୍ୟମ
ବାଳିକାମାନଙ୍କ ମଧ୍ୟରେ ଉଚ୍ଚଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରି – ବିଲୋଟା ବାଳିକା ମହାବିଦ୍ୟାଳୟରେ ଦୁଇଶହରୁ ଅଧିକ ଛାତ୍ରୀଙ୍କ ପ୍ରବେଶ କରିବା CSR ମାଧ୍ୟମରେ ନୂତନ ବସ୍ ବ୍ୟବସ୍ଥା କରାଇ– ଛାତ୍ରଛାତ୍ରୀଙ୍କ ଯାତାୟାତରେ ସୁରକ୍ଷିତ ସୁବିଧା ଉପଲବ୍ଧ କରିବା। ମହିଳା ସଶକ୍ତିକରଣ ଜରିଆରେ – ଆତ୍ମବିଶ୍ୱାସ, ଗବେଷଣା ଏବଂ ସ୍ୱାଧୀନତାର ପରିବେଶ ସୃଷ୍ଟି କରିବା । ପ୍ରଶାସନିକ ସ୍ତରରେ ସ୍ୱଚ୍ଛତା ରକ୍ଷା ପାଇଁ, ରାଜସ୍ଥାନ ସରକାରଙ୍କ ନିୟମର କଡ଼ା ଅନୁପାଳନ କରିବା, ୧୪୧ ଜଣ ଅଧ୍ୟାପକଙ୍କୁ CAS ଯୋଜନାରେ ପଦୋନ୍ନତି ଦେବା ଉଲ୍ଲେଖନୀୟ ପଦକ୍ଷେପ।
ସଫଳତା – ତାଙ୍କ ନେତୃତ୍ୱରେ ବିଶ୍ୱବିଦ୍ୟାଳୟ –
NAAC ମୂଲ୍ୟାଙ୍କନରେ ଉତ୍କର୍ଷ ହାସଲ ।
NIRF ରାଙ୍କିଂରେ ବଡ଼ ସଫଳତା ।
୨୦୨୪ରେ ରାଜ୍ୟପାଳଙ୍କ ଦ୍ୱାରା “ସର୍ବୋତ୍ତମ ବିଶ୍ୱବିଦ୍ୟାଳୟ” ସମ୍ମାନ ପାଇବା। NEP-2020 ର ସଫଳ କାର୍ଯ୍ୟାନ୍ୱୟନ, ସେମିଷ୍ଟର ପ୍ରଣାଳୀର ଅନୁପ୍ରବେଶ।କ୍ରୀଡାରେ ପ୍ରୋତ୍ସାହନ, ଛାତ୍ର ଛାତ୍ରୀ ମାନଙ୍କ ସଫଳତାରେ ଗୌରବ ହାସଲ।ପ୍ରଶାସନରେ ଡିଜିଟାଲ ପରିବର୍ତ୍ତନ – ଅନଲାଇନ୍ ପ୍ରବେଶ, ଦରମା, ପେନସନ, ସ୍କଲାରସିପ୍, GEM ଏବଂ E-ଟେଣ୍ଡରିଂ ରେ କ୍ରୟ ବ୍ୟବସ୍ଥା । ଛାତ୍ରମାନଙ୍କ ପୁନଃମୂଲ୍ୟାଙ୍କନ ପାଇଁ ମାଗଣା ଅନଲାଇନ୍ ସୁବିଧା ଉପଲବ୍ଧ କରାଇଛନ୍ତି ।

“ଜ୍ଞାନ ହିଁ ଶକ୍ତି” – ଦୃଷ୍ଟିକୋଣକୁ ମନ୍ତ୍ରକରି ଯୁବ ସମାଜକୁ ନୈତିକତା, ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ନବୀନତାରେ ପ୍ରସ୍ତୁତକରି ଲକ୍ଷ୍ୟ ହାସଲ କରିବା ପାଇଁ ନୂତନ ରଣନୀତି ଆପଣେଇ ବିଶ୍ୱର ବିଭିନ୍ନ ସମସ୍ୟର ଅଭିନବ ସମାଧାନ କରିବାରେ ସାମ୍ୟର୍ଥ ହାସଲ କରିପାରିବେ ।ଜାତୀୟ ବାଦୀ ଚେତନା ସୃଷ୍ଟି କରିବା ପାଇଁ ଭିତ୍ତିଭୂମି ଓ ପରିବେଶ ସୃଷ୍ଟି କରାଯାଇଛି । ଏହା ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଜ୍ଞାନ ଆହୋରଣ କରି ଉଚ୍ଚ ଶିକ୍ଷା ପିଲାଙ୍କୁ ଆଧୁନିକ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ବିଶ୍ଵ ସ୍ତରୀୟ ଆହ୍ବାନକୁ ଦୃଢତାର ସହ ସମ୍ମୁଖିନ ହୋଇ ସଫଳତା ହାସଲ କରିବାରେ ସାହାଯ୍ୟ କରି ପାରିବା ମାନସିକତା ସୃଷ୍ଟି କରାଯାଇ ପାରିଛି ।

ବିଶ୍ଵ ବିଦ୍ୟାଳୟ କେବଳ ପାଠ ପଢି ଜ୍ଞାନ ଅର୍ଜନ କରି କେବଳ“ଚାକିରି ଖୋଜୁଥିବା” ବ୍ୟକ୍ତି ମାନଂକୁ ନୁହେଁ, ବରଂ ଆତ୍ମନିର୍ଭରଶୀଳ ହୋଇ “ଆତ୍ମନିଯୁକ୍ତି ସୃଷ୍ଟିକାରୀ” କେନ୍ଦ୍ର ଭାବେ ଗଢି ତୋଳିବା ଲକ୍ଷ୍ୟ ପଥରେ ଅଗ୍ରରସର ହୋଇପାରିଛି ।ନୂତନତ୍ବ ସୃଷ୍ଟି କରିବା ପ୍ରୟାସରେ ଅନୁଷ୍ଠାନ ସଫଳ ହୋଇଛି । ପାଠ୍ୟକ୍ରମରେ ରୂପ ରେଖ ପ୍ରସ୍ତୁତି, ନୂତନ ଜ୍ଞାନକୌଶଳ ପ୍ରୟୋଗ କରି ନୂତନ ଚିନ୍ତାଧାରା, ଜାତୀୟତାବାଦୀ ଭାବନା ଓ ଆନ୍ତର୍ଜାତୀୟ ସହଭାଗୀତାରେ ସାମିଲ ହୋଇ ସଫଳତା ହାସଲ କରି ଭାରତର ଟେକ୍ ରଖିବାରେ ବିଶ୍ଵବିଦ୍ୟାଳୟର ଛାତ୍ର ଛାତ୍ରୀ,ଅଧ୍ୟାପକ ଅଧ୍ୟାପିକା ,ଗବେଷକ ମାନେ ସଫଳତା ହାସଲ କରି ବିଶ୍ଵବିଦ୍ୟାଳୟର ଟେକ୍ ରଖିବେ ବୋଲି ଦୃଢ଼ ବିଶ୍ବାସ ରଖିଛନ୍ତି ।
ବ୍ୟକ୍ତିଗତ ପରିଚୟ – ପ୍ରଫେସର ସୁନିତା ମିଶ୍ର –ପୁରୀ ଜିଲ୍ଲାର କନ୍ୟା । ପୂର୍ବତନ IAS ଅଧିକାରୀ ସ୍ୱର୍ଗତ ସଚ୍ଚିଦାନନ୍ଦ ମିଶ୍ର ଓ ମାତା ସ୍ୱର୍ଗତ ଶାନ୍ତିଲତା ମିଶ୍ରଙ୍କ ଝିଅ । କୋରାପୁଟ ଜିଲ୍ଲା ଜୟପୁର ର ସାବତ ପରିବାରର ବୋହୂ । IPS ଅଧିକାରୀ ସତ୍ୟନାରାୟଣ ସାବତଙ୍କ ଧର୍ମପତ୍ନୀ ।
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରୁ ସ୍ନାତକ, କଟକ SB ମହିଳା କଲେଜରୁ ସ୍ନାତକୋତ୍ତର, ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ପିଏଚଡି ପ୍ରାପ୍ତ ।ଖାଦ୍ୟ ଏବଂ ପୁଷ୍ଟିସାର ଉପରେ ଗବେଷଣା କରି ତିନୋଟି ପେଟେଣ୍ଟ ହାସଲ କରିଛନ୍ତି ।୨୦୦୮ ମସିହାରେ ଆମେରିକାର ଭର୍ଜିନିଆରେ ପୁରସ୍କୃତ ହୋଇଛନ୍ତି ।

🔹ପ୍ରଫେସର ସୁନିତା ମିଶ୍ର – ଜଣେ ଦୃଢ଼, କର୍ତ୍ତବ୍ୟନିଷ୍ଠ ଓଡ଼ିଆ ମହିଳା, ଯିଏ ମୋହନଲାଲ ସୁଖାଡିଆ ବିଶ୍ୱବିଦ୍ୟାଳୟକୁ ଆଜି ଭାରତର ଗର୍ବୀତ ଶିକ୍ଷା ପ୍ରତିଷ୍ଠାନରେ ପରିଣତ କରିଛନ୍ତି।

