ପୁଣି ଜଣେ ନୂଆ ଚାକିରିଆ ଭିଜିଲାନ୍ସ ଜାଲରେ, ଗାଇସିଲଟ ବ୍ଲକ ଜେଇ ଆଠ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ଫଶିଲେ

ବିଲର ଦଶ ପ୍ରତିଶତ ନେଉଥିଲେ ଲାଞ୍ଚ, ପଇସା ଦେଲେ ହିଁ ବିଲ କରୁଥିଲେ

ଭୁବନେଶ୍ୱର ( ପ୍ରତିଫଳନ ମିଡ଼ିଆ )

ପୁଣି ଥରେ ଜଣେ ନୂଆ ଚାକିରିଆ ଭିଜିଲାନ୍ସ ଜାଲରେ ପଡିଛି। ଜଣେ ଯୁବ ଆଇଏଏସ ନିକଟରେ 57ଲକ୍ଷ ନଗଦ ସହ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ଜେଲରେ ଅଛନ୍ତି। ଏବେ ଧରା ପଡିଛନ୍ତି ବରଗଡ଼ ଜିଲ୍ଲାର ଗାଇସିଲେଟ୍ ବ୍ଲକରେ କର୍ମରତ ଜୁନିଅର ଇଞ୍ଜିନିୟର (ଜେଇ) ଏମ୍ଏସ୍ ସୁସ୍ମିତା ଓରାମ। ଗତ ଜାନୁଆରୀ 2024 ରେ ସରକାରୀ ସେବାରେ ଯୋଗ ଦେଇଥିଲେ। ଆଜି ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଜଣେ ଠିକାଦାରଙ୍କ ଠାରୁ ତାଙ୍କର ବାକି ବିଲ୍ ପରିଶୋଧ କରିବା ପାଇଁ ମୋଟ 32,000 ଟଙ୍କା ବାବାଦରୁ ଶେଷ କିସ୍ତି ଭାବରେ 8,000 ଟଙ୍କା ଲାଞ୍ଚ ନେଉଥିବା ସମୟରେ ଗିରଫ ହୋଇଛନ୍ତି।

ମଙ୍ଗଳବାର  ସକାଳେ ବରଗଡ଼ର ଗାଇସିଲେଟ୍ ବ୍ଲକରେ କନିଷ୍ଠ ଇଞ୍ଜିନିୟର ସୁସ୍ମିତା ଓରାମଙ୍କୁ 8000 ଟଙ୍କା ଲାଞ୍ଚ  ନେଉଥିବା ସମୟରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଛି। ମନରେଗା ଅନ୍ତର୍ଗତ ରାସ୍ତା ଉନ୍ନତିକରଣ କାର୍ଯ୍ୟ ପାଇଁ ବକେୟା ବିଲ୍ ମାପ ଏବଂ ପରିଶୋଧ ପାଇଁ ଜଣେ ଠିକାଦାର ଙ୍କଠାରୁ ତାଙ୍କର ଶେଷ କିସ୍ତି ବାବଦରେ 8,000/- ଟଙ୍କା ନେଉଥିଲେ।  କାର୍ଯ୍ୟର ଆନୁମାନିକ ମୂଲ୍ୟ 9,50,000/- ଟଙ୍କା, ଯାହା ମଧ୍ୟରୁ ପୂର୍ବରୁ 3.15 ଲକ୍ଷ ଟଙ୍କାର ବିଲ୍ ପ୍ରଦାନ କରାଯାଇଥିଲା। ଜେ.ଇ. ବକେୟା ବିଲ୍ ପରିଶୋଧ କରିବା ପାଇଁ ପୈଠ ହୋଇଥିବା ବିଲ୍ ପରିମାଣର 10% ଲାଞ୍ଚ ଦାବି କରୁଥିଲେ। ମୋଟ ଦାବି ହୋଇଥିବା 32,000/- ଟଙ୍କା ମଧ୍ୟରୁ ସେ କିଛି ଦିନ ପୂର୍ବରୁ 24,000/- ଟଙ୍କା ନେଇଥିଲେ ଏବଂ ବାକି ବିଲ୍ ପରିଶୋଧ କରିବା ପାଇଁ ବାକି 8,000/- ଟଙ୍କା ଦାବି କରୁଥିଲେ। ଅନ୍ୟ କୌଣସି ଉପାୟ ନପାଇ ଅଭିଯୋଗକାରୀ ଜେ.ଇ.ଙ୍କ ଦ୍ୱାରା ହଇରାଣ କରାଯାଉଥିବା ଅଭିଯୋଗ କରି ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚିଥିଲେ। ଏହା ପରେ ଭିଜିଲାନ୍ସ ଅଧିକାରୀମାନେ ଆଜି ଜେ.ଇ. ଶ୍ରୀମତୀ ଓରାମଙ୍କୁ 8,000/- ଟଙ୍କା ଲାଞ୍ଚ ନେଉଥିବା ସମୟରେ ଗିରଫ କରିଥିଲେ। ଅଭିଯୁକ୍ତ ଜେଇ ଶ୍ରୀମତୀ ଓରାମଙ୍କ ଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି ବୋଲି ଭିଜିଲାନସ ପକ୍ଷରୁ ସୂଚନା ଦିଆଯାଇଛି।ଜେଇ ଶ୍ରୀମତୀ ଓରାମଙ୍କ ଘର ଓ କାର୍ଯ୍ୟଳୟ ଦୁଇଟି ସ୍ଥାନରେ ଏକକାଳୀନ ତଲାସ ଚାଲିଛି।

ଏହି ସମ୍ପର୍କରେ ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ମାମଲା ଦାୟର କରାଯାଇଛି । ଜେ ଇ ଶ୍ରୀମତୀ ଓରାମଙ୍କ ବିରୁଦ୍ଧରେ ତଦନ୍ତ ଜାରି ରହିଛି । ଶ୍ରୀମତୀ ଓରାମ ୧୦.୦୧.୨୦୨୪ ରେ ବରଗଡ଼ର ଡିଆରଡିଏ ଅଧୀନରେ ଜେଇ ଭାବରେ ସରକାରୀ ଚାକିରିରେ ପ୍ରବେଶ କରିଥିଲେ ଏବଂ ୨୯.୦୧.୨୦୨୪ ରେ ଗାଇସିଲେଟ୍ ବ୍ଲକରେ ଜେଇ ଭାବରେ ଯୋଗ ଦେଇଥିଲେ। ଏହା ତାଙ୍କର ପ୍ରଥମ ପୋଷ୍ଟିଂ ଥିଲା। ଚାକିରୀ ଜୀବନ ଆରମ୍ଭ କରିବା ଦିନରୁ ଯୁବ ସରକାରୀ କର୍ମଚାରୀଙ୍କ ଦୁର୍ନିତୀ ଉପାୟରେ ସମ୍ପତ୍ତି ଠୁଳ କରିବା ଏଇ ମାନସିକତା ସମସ୍ତଙ୍କୁ ଚକିତ କରୁଛି।

Spread the love