ଯଶୋବନ୍ତ ପାଢ଼ୀ ବିଶାଖାପାଟଣା ,ପ୍ରତିଫଳନ ମିଡ଼ିଆ
ବିଶାଖାପଟ୍ଟଣମ୍ – କୋତବାଲସା ମଧ୍ୟରେ ମାଲ ବୋଝେଇ ଟ୍ରେନ ଦୁର୍ଘଟଣା ଘଟିଛି । ଯାତ୍ରୀବାହୀ ରେଳ ଯାତାୟାତରେ ବାଧା ସୃଷ୍ଟି ହୋଇଛି। ବହୁ ଯାତ୍ରୀ ବାହି ଟ୍ରେନର ରାସ୍ତା ପରିବର୍ତ୍ତନ କରାଯାଇଛି ।ଆଉ କିଛି ଟ୍ରେନ ବିଭିନ୍ନ ଷ୍ଟେସନରେ ଅଟକି ରହିଛି ।ବିଶାଖାପାଟଣା ରୁ ବିଜୟ ନଗରମ୍ ଦେଇ ଗୋଟାଏ ରେଳ ପଥରେ କିଛି ଟ୍ରେନ ଚଳା ଚଳ କରୁଛି । ଟ୍ରେନ ଚଳା ଚଳରେ କଣ୍ଟ୍ରୋଲ୍ କରାଯାଇଛି । ସମ୍ବଲପୁର ପଟୁ କାକିନାଡ଼ା ବନ୍ଦର ଅଭିମୁଖେ ୟୁରିଆ ଓ ସାର ବୋଝେଇ କରି ଯାଉଥିବା ମାଲ ବୋଝେଇ ଟ୍ରେନର ୬ଟି ବଗି ସକାଳୁ ଲାଇନ ଚ୍ୟୂତ ହୋଇଥିଲା । ବଗି ଗୁଡ଼ିକ ରେଳ ପଥ କଡ଼କୁ ଖସି ଯାଇଛି ।ବିଦ୍ୟୁତ୍ ପୋଲ ଭାଙ୍ଗି ଯାଇଛି। ସିଗନାଲ ସିଷ୍ଟମ ଅଚଳ ହୋଇଯାଇଛି । ଉଧାର କାର୍ଯ୍ଯ ଜାରି ରହିଛି ।ସନ୍ଧ୍ୟା ସୁଧା ରେଳ ଚଳା ଚଳ ସ୍ବାଭାବିକ କରିବାକୁ ରେଳ ବିଭାଗ ଉଦ୍ୟମ କରୁଛି ।

ବିଶାଖାପଟ୍ଟଣମ୍ ଓ ବିଜୟନଗରମ ଷ୍ଟେସନ ରେ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି ।ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି ବୋଲି ରେଳ ବିଭାଗ ଜଣାଇଛି। ସତର୍କତା ଅବଲମ୍ବନ ପୂର୍ବକ ଟ୍ରେନ ଚଳା ଚଳ କରାଯାଉଛି ।ଏଣୁ ବହୁ ଟ୍ରେନ ବିଳମ୍ବ ରହିଛି ରାୟଗଡ, କେସିଙ୍ଗା ଟିଟିଲାଗଡ, ସମ୍ବଲପୁର କୁ ଯିବାକୁ ଥିବା ଅନେକ ଯାତ୍ରୀ ବିଶାଖା ପାଟଣା ଷ୍ଟେସନରେ ଅଟକି ରହିଛନ୍ତି ଯାତ୍ରୀ ମାନେ ।ଲାଇନ୍ଚ୍ୟୁତ ବୋଗିକୁ ହଟାଇବା ପାଇଁ ବିଶେଷ ଟିମ୍ କାମ କରୁଛି । ରେଳ କଣ୍ଟ୍ରୋଲ୍ର ତଥ୍ୟକୁ ମାନି, ଯାତ୍ରା କରିବାକୁ ଯାତ୍ରୀମାନଙ୍କୁ ଅନୁରୋଧ କରିଛି ରେଳ ବିଭାଗ।



