ଭୁବନେଶ୍ବର ପ୍ରତିଫଳନ ମିଡ଼ିଆ
ସଚିବ ଓ ଜିଲ୍ଳାପାଳ ସ୍ତରରେ ଅଦଳବଦଳ କରିଛନ୍ତି ସରକାର ।IAS ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ।ପ୍ରଶାସନକୁ ଅଧିକ ଲୋକାଭିମୁଖୀ ଓ ପ୍ରଭାବୀ କରିବା ପାଇଁ ଦକ୍ଷତା କୁ ପରଖି ବିଭିନ୍ନ ଜିଲ୍ଲାର ଜିଲ୍ଲପାଳ ମାନଙ୍କୁ ଅବସ୍ଥାପିତ କରିଥିବା ମନେ କରାଯାଉଛି ।
ଭୁବନେଶ୍ୱରକୁ ଫେରିଛନ୍ତି ରୂପା ରୋଶନ ସାହୁ ।
ବ୍ରହ୍ମପୁର ଆରଡିସି ରୁପା ରୋଶନ ସାହୁଙ୍କୁ ରାଜ୍ୟପାଳଙ୍କ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ସଂଗ୍ରାମ କେଶରୀ ମହାପାତ୍ର ଙ୍କୁ ବ୍ରହ୍ମପୁର ଦକ୍ଷିଣାଞ୍ଚଳ RDC ଭାବେ ଅବସ୍ଥାପିତ କରାଯାଇଛି ।ଗୁହା ପୁନମ ତାପସ କୁମାରଙ୍କୁ କେନ୍ଦ୍ରାଞ୍ଚଳ RDC ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି
ବିଏମ୍ସି କମିଶନର ଭାବେ ଚଞ୍ଚଲ ରାଣା ଙ୍କୁ ବଦଳି କରାଯାଇଛି । ସମ୍ବଲପୁର ଆରଡିସି ସଚିନ ରାମଚନ୍ଦ୍ର ଯାଦବ ଙ୍କୁ କ୍ରୀଡ଼ା ଓ ଯୁବ ସେବା ବିଭାଗର ସଚିବ ଭାବେ ନିଯୁକ୍ତ କରାଯାଇଛି । ଭୁପେନ୍ଦ୍ର ସିଂ ପୁନିଆ ଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର ଙ୍କୁ ଅର୍ଥ ବିଭାଗର ପ୍ରମୁଖ ସଚିବ ଅବସ୍ଥାପିତ କରାଯାଇଛି । ହେମନ୍ତ ଶର୍ମା ଲୋକସଂପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ,
ଭାସ୍କରଜ୍ୟୋତି ଶର୍ମା ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ,
ବିଜୟ କୁମାର ଦାସଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି ।

ରାୟଗଡା: ଆଶୁତୋଷ କୁଲକର୍ଣ୍ଣି |
କୋରାପୁଟ: ମନୋଜ ସତ୍ୟୱାନ୍ ମହାଜନ ,
କେନ୍ଦ୍ରାପଡା: ରଘୁରାମ ଆୟର |
ଖୋର୍ଦ୍ଧା: ଅମୃତ ରୁତୁରାଜ |
ପୁରୀ: ଦିବ୍ୟ ଜ୍ୟୋତି ପରିଡା |
ମାଲକାନଗିରି: ସୋମଶ ଉପାଧ୍ୟାୟ |
ସୁନ୍ଦରଗଡ: ସୁଭଙ୍କର ମହାପାତ୍ର
ଗଞ୍ଜାମ: କିର୍ତ୍ତୀ ଭାସାନ୍ ଭି
କାନ୍ଧମାଲ: ବେଦ ଭୂଷଣ |
ଗଜପତି: ମଧୁମିତା |
ଝାରୁସୁଗୁଡ଼ା: ଚଭନ୍ କୁନାଲ ମୋତିରାମ |
ବୌଦ୍ଧ: ବିଭୂତି ଭୂସନ ନାୟକ |
ସୋନପୁର: ନୃପରାଜ ସାହୁ |
ଯାଜପୁର: ଅମ୍ବର କୁମାର କର

