ବର୍ଷା ଜଳ ସଞ୍ଚୟ ପାଇଁ ସର୍ବ ଭାରତୀୟ ସ୍ତରରେ ରାୟଗଡ଼ ଜିଲ୍ଲା ପୁରସ୍କୃତ,ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରାଳୟ ,ଜଳ ସମ୍ପଦ ବିଭାଗ ଦ୍ଵାରା ପୁରସ୍କୃତ।

ରାୟଗଡ,ପ୍ରତିଫଳନ ମିଡ଼ିଆ

ପାହାଡିଆ ଅସମତଳ ଜମିରେ ଜଳ ସଞ୍ଚୟ କରି ଜଳଶକ୍ତି ଓ ଜନ ଭାଗୀଦାରୀ ରେ ଉଲ୍ଲେଖନୀୟ ସଫଳତା ପାଇଁ ରାୟଗଡ଼ ଜିଲ୍ଲା ସର୍ବ ଭାରତୀୟ ସ୍ତରରେ ପୁରସ୍କୃତ ହୋଇଛି। ବୋହି ଯାଉଥିବା ବର୍ଷା ଜଳକୁ ଛୋଟ ଛୋଟ ପୋଖରୀ ନିର୍ମାଣ କରିବା ଓ ଚେକ୍ ଡ୍ୟାମ ନିର୍ମାଣ କରି ତାକୁ ସଞ୍ଚୟ କରିବା ସହ ଜମିକୁ ଜଳ ସେଚନ କରି ଲୋକଙ୍କ ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବାରେ କାର୍ଯ୍ଯ କରି ଥିବାରୁ ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରାଳୟ ,ଜଳ ସମ୍ପଦ, ନଦୀ ବିକାଶ ଓ ଗଙ୍ଗା ପୁନରୁଦ୍ଧାର ବିଭାଗ ଦ୍ବାରା ୨୫ ଲକ୍ଷ ଟଙ୍କା ଅର୍ଥରାଶି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛି। ଜିଲ୍ଲା ପାଇଁ ସୁନାମ ଆଣିଥିବାରୁ ରାୟଗଡ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣୀ ଖୁସୀ ପ୍ରକଟ କରିଛନ୍ତି ।

ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରି ଅକ୍ଷୟ କୁମାର ଖେମୁଣ୍ଡୁ ଓ ଜିଲ୍ଲା ପରିଷଦର ବିଭାଗୀୟ ଯନ୍ତ୍ରୀ ଓ କ୍ଷୁଦ୍ର ଜଳସେଚନ ବିଭାଜନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ନିଷ୍ଠାପର ଉଦ୍ୟମକୁ ପ୍ରଂଶଶା କରିଛନ୍ତି ।ଆଗାମୀ ଦିନରେ ଆହୁରି ସଫଳତା ପାଇବା ସକାଶେ ନିଯୋଜିତ ଥିବା ସମସ୍ତ କର୍ମଚାରୀ ମାନଙ୍କୁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। JSJB (୨ .୦) ରେ ମଧ୍ୟ ଏଭଳି ସଫଳତା ବଳବତ୍ତର ରଖିବା ପାଇଁ ଜିଲ୍ଲାପାଳ ଆଶା ପ୍ରକାଶ କରିଛନ୍ତି।

ଜଳ ଶକ୍ତି ଜନ ଭାଗୀଦାରୀ (୧.୦ ) ରେ ରାୟଗଡା ଜିଲ୍ଲା ଉଲ୍ଲେଖନୀୟ ସଫଳତା ପାଇଛି । ବିଶେଷଭାବରେ ବର୍ଷା ଜଳକୁ ଠିକ ଭାବରେ ସଞ୍ଚୟ କରିବା ,ଜଳ ଉଚ୍ଛ ଗୁଡିକୁ ଠିକ ଭାବରେ ସଂରକ୍ଷିତ କରିବା, ବର୍ଜ୍ୟ ଜଳକୁ ସଠିକ ଭାବେ ପରିଚାଳନା କରିବାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ସର୍ବ ଭାରତୀୟ ସ୍ତରରେ ପ୍ରଂଶଶୀତ ହୋଇଛି ।

ଭାରତ ସରକାରଙ୍କ ସ୍ଥିରିକୃତ ବିଭିନ୍ନ ମାପଦଣ୍ଡ ଓ ସର୍ବେକ୍ଷଣରେ ରାୟଗଡା ଜିଲ୍ଲା ସମୁଦାଯ ୮୨୩୭ ଟି ନିର୍ମିତ ଜଳ ସଞ୍ଚୟ ସଂରଚନା ରେ ସଠିକ ଭାବେ ଅନ ଲାଇନରେ ତଥ୍ୟ ଅପଲୋଡ କରିଥିବା ଯୋଗୁଁ ଭାରତ ବର୍ଷରେ ଶ୍ରେଷ୍ଠ ୬୭ ଜିଲ୍ଲା ମଧ୍ୟରୁ ରାୟଗଡା ଜିଲ୍ଲା ଜୋନ୍-୨, କାଟାଗୋରୀ-୩ ରେ ୨୫ ଲକ୍ଷ ଅର୍ଥରାଶି ପାଇ ପୁରସ୍କୃତ ହୋଇଅଛି ।ଗତ ବର୍ଷ ଅପ୍ରିଲ ମାସ ୦୧.୦୪.୨୦୨୪ ରୁ ଚଳିତ ବର୍ଷ ମାର୍ଚ୍ଚ ମାସ ଶେଷ ସୁଧା ୩୧.୦୫.୨୦୨୫ ସମୟ ଅବଧି ମଧ୍ୟରେ ସଫଳତାର ସହ କାର୍ଯ୍ୟ କରିଥିବାରୁ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛି ।

ଜଳ ସଂରଚନା କାର୍ଯ୍ୟରେ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ୫୭୭୫ ଗୋଟି ପ୍ରକଳ୍ପ , ମୂର୍ତିକା ଓ ସଂରକ୍ଷଣ ବିଭାଗ ପକ୍ଷରୁ ୫୦୦ ଗୋଟି ପ୍ରକଳ୍ପ , ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ୧୮୩୨ ଗୋଟି ପ୍ରକଳ୍ପ, କ୍ଷୁଦ୍ର ଜଳସେଚନ ବିଭାଜନ ଦ୍ବାରା ୧୩୦ ଗୋଟି ପ୍ରକଳ୍ପ ସମ୍ପୂର୍ଣ୍ଣ କରି ସଫଳତା ପାଇଛି । ସମସ୍ତ ଜଳ ସଞ୍ଚୟ ସଂରଚନା ପ୍ରକଳ୍ପ ଗୁଡ଼ିକ ସମ୍ପୂର୍ଣ୍ଣ ହେବା ପରେ ସେସବୁ ସମସ୍ତ ତଥ୍ୟ କୁ ଠିକ ଭାବେ ଭାରତ ସରକାରଙ୍କ JSJB (୧.୦) ପୋର୍ଟାଲ ରେ ଅପଲୋଡ କରିଥିଲେ। କାର୍ଯ କରିବା ପରେ ପୋର୍ଟାଲ ରେ ସଠିକ୍ ଭାବେ ଅପଲୋଡ଼ କରି କାର୍ଯ୍ୟ ଦକ୍ଷତାର ପ୍ରତିପାଦିତ କରି ପାରିଛନ୍ତି ।

ବିଶେଷ ଭାବରେ ପଂଚାୟତ ରାଜ ବିଭାଗ ର ବ୍ଲକ ସ୍ତରରେ କାର୍ଯରତ ଯନ୍ତ୍ରୀ ମାନେ ଠିକ ଭାବରେ ସମୟ ସୀମା ଅବଧି ଭିତରେ ତାଙ୍କର କାର୍ଯ ସୁନ୍ଦର ଭାବରେ ପ୍ରତିପାଦିତ କରିଥିଲେ। ଜିଲ୍ଲାର ମୁଖ୍ୟ ଉନ୍ନୟନ ତଥା କାର୍ଯ ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁଙ୍କ ବିକାଶ ମୂଳକ କାର୍ଯ୍ୟ କରିବାର ଆଗ୍ରହ ଓ କାର୍ଯ୍ୟ କରିବା ପାଇଁ ଅନ୍ୟ ଅଧିକାରୀ ଓ କର୍ମଚାରୀଙ୍କୁ ଉତ୍ସାହିତ କରିବା ମନୋଭାବ ଯୋଗୁଁ କ୍ଷେତ୍ର କର୍ମଚାରୀ ଠାରୁ ଅଧିକାରୀ ମାନଂକ ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ କାମ କରିବା ପାଇଁ ଆଗ୍ରହ ସୃଷ୍ଟି ହେଉଛି । ଏକ ପରିବାର ଭଳି ସମ୍ମିଳିତ ଉଦ୍ୟମ ଯୋଗୁଁ ଏହି କାର୍ଯ ସମ୍ପାଦିତ ହୋଇ ପାରିଛି ବୋଲି ଜିଲ୍ଲା ଓ ବ୍ଲକ ସ୍ତରର ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ କହିଛନ୍ତି ।

ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ ନିର୍ବାହୀ ଅଧିକାରୀ ଶ୍ରୀ ଖେମୁଣ୍ଡୁ JSJB(୧.୦) ର ଜିଲ୍ଲା ସ୍ତରୀୟ ନୋଡାଲ ଅଫିସର ଭାବରେ ଏହି କାର୍ଯକୁ ସଠିକ ଓ ନିୟମିତ ଭାବେ ସମୀକ୍ଷା କରୁଥିଲେ। ଟିମ ର ମୁଖିଆ ଭାବେ ଏହି ସଫଳତା ପଛରେ ତାଙ୍କର ଉଲ୍ଲେଖନୀଯ ଭୂମିକା ରହିଛି। ଏହି କାର୍ଯ୍ୟ କୁ ଠିକ ଭାବରେ ସମାପନ କରିବା ପାଇଁ କେନ୍ଦ୍ର ନୋଡାଲ ଅଫିସର ବିଶ୍ଵ ବିନାୟକ ବଳବନ୍ତ ରାୟଙ୍କ ମାର୍ଗଦର୍ଶନ ରହିଥିଲା।ଜିଲ୍ଲା ପରିଷଦ ର ସହକାରୀ ନିର୍ବାହୀ ଯନ୍ତ୍ରୀ ରାକେଶ ସାହୁ ଓ କନିଷ୍ଠ ଯନ୍ତ୍ରୀ ଶ୍ରୀମତୀ ସୋନଲି ପ୍ରଧାନ ଏବଂ କ୍ଷୁଦ୍ର ଜଳସେଚନ ବିଭାଜନ ବିଭାଗର ନିର୍ବାହୀ ଯନ୍ତ୍ରୀ ବିଜୟ କୁମାର ପରିଡା ଏହି କାର୍ଯ୍ୟକୁ ସୂଚାରୁ ରୂପେ ପରିଚାଳନା କରିଥିଲେ। ଆଗାମୀ ଦିନରେ ଜିଲ୍ଲାପାଳଙ୍କ ଲକ୍ଷ ପୁରଣ କରିବା ପାଇଁ ସର୍ବ ଭାରତୀୟ ସ୍ତରରେ ସଫଳତା ପାଇବା ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବୁ ବୋଲି ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରି ଅକ୍ଷୟ କୁମାର ଖେମୁଣ୍ଡୁ କହିଛନ୍ତି ।

Spread the love