ଗୁଣୁପୁର (ପ୍ରତିଫଳନ ମିଡ଼ିଆ )
ସ୍କୁଟି ଡିକି ଭାଙ୍ଗି ତିନି ଲକ୍ଷ ଟଙ୍କା ଲୁଟ ଅଭିଯୋଗ ରେ ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳରୁ ଜଣଙ୍କୁ ଗିରଫ କରିଲା ରାୟଗଡା ଜିଲ୍ଲା ଗୁଣପୁର ପୋଲିସ | ଗିରଫ ବ୍ୟକ୍ତି ଜଣଙ୍କ ହେଲେ ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅଞ୍ଚଳର ଏ. ଆଜାନା ବୟସ 33 ବର୍ଷ | ଏଥିସହ ଗୋଟିଏ ବାଇକ୍ ଜବତ କରାଯାଇଛି | 15 ଦିନ ପରେ ଲୁଟ ର ଶିକାର ହୋଇଥିବା ଲୋକ ଫେରି ପାଇଲେ ଦୁଇ ଲକ୍ଷ ଟଙ୍କା | ଗତ 9 ଟି ତାରିଖ ଦିନ ଗୁଣପୁର ର ଜଣେ ବ୍ୟକ୍ତି ରମାକାନ୍ତ ମହାପାତ୍ର ଇଣ୍ଡିଆନ୍ ବ୍ଯାଙ୍କ ରୁ ସୁନା ବନ୍ଧକ ଦେଇ ତିନି ଲକ୍ଷ ଟଙ୍କା ଲୋନ୍ ଆଣିଥିଲେ | ବ୍ୟାଙ୍କ୍ ରୁ ଟଙ୍କା ଉଠାଇ ସ୍କୁଟି ଡିକି ରେ ରଖିଥିଲେ | ବାଟରେ କିଛି ଆବଶ୍ୟକ ଜିନିଷ କିଣିବା ପାଇଁ ଓହ୍ଲାଇ ଥିଲେ | ଜିନିଷ କିଣି ଆସିବା ବେଳକୁ ସ୍କୁଟି ଡିକି ଭାଙ୍ଗି ତିନି ଲକ୍ଷ ଟଙ୍କା କେହି ଲୁଟି ଦେଇଥିବା ଜାଣିବାକୁ ପାଇଥିଲେ | ପରେ ଏନେଇ ଗୁଣପୁର ଥାନା ରେ ଲିଖିତ ଅଭିଯୋଗ କରିଥିଲେ | ପୋଲିସ ସହର ର ବିଭିନ୍ନ ସ୍ଥାନରେ ଥିବା ସିସିଟିଭି ଫୁଟେଜ ଯାଂଚ କରି ବିଭିନ୍ନ ଥାନା କୁ ଖବର ଦେଇଥିଲା | ଲୁଟ ର 15 ଦିନ ପରେ ଜଣଙ୍କୁ ଗିରଫ କରିବା ସହ ତା ପାଖରୁ ଦୁଇ ଲକ୍ଷ ଟଙ୍କା ଉଦ୍ଧାର କରାଯାଇଛି | ଏଥିସହ ଗୋଟିଏ ବାଇକ୍ କୁ ଜବତ କରିଛି | ଉଦ୍ଧାର କରାଯାଇଥିବା ଟଙ୍କା ଲୁଟ ର ଶିକାର ହୋଇଥିବା ରମାକାନ୍ତ ମହାପାତ୍ର ଙ୍କୁ ଥାନା ରେ ହସ୍ତାନ୍ତର କରାଯାଇ ଥିବା ଥାନା ପକ୍ଷରୁ କୁହାଯାଇଛି | ଅନ୍ୟ ଜଣେ ଫେରାର ଥିବା ଜଣାପଡିଛି |

