ଗୁଣୁପୁର ( ପ୍ରତିଫଳନ ମିଡ଼ିଆ)
ଗୋଖାଦ୍ୟ ବୋଝେଇ ଟ୍ରକ ରେ ବେଆଇନ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ ଗଞ୍ଜେଇ ମାଫିଆ । ହେଲେ ପୋଲିସର ନଜରରୁ ବର୍ତ୍ତି ପାରିନାହାନ୍ତି ମାଫିଆ । ଟ୍ରକ କୁ ଜବତ କରିଛି ରାୟଗଡ଼ା ଜିଲ୍ଲା ଗୁଣପୁର ପୋଲିସ | ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଏକ କୋଟି ହେବ । ଏକ ୧୬ ଚକିଆ ଟ୍ରକ୍ ଟି ଗଜପତି ଓ ରାୟଗଡା ଜିଲ୍ଲା ସୀମାନ୍ତ ଅଞ୍ଚଳରୁ ଗୁଣପର ଅଭିମୁଖେ ଆସୁଥିଲା। ଗୁଣପର ପୋଲିସ୍ ବିଶେଷ ସୁତ୍ରରୁ ଖବର ପାଇ ଥାନା ସମ୍ନୁଖରେ ଟ୍ରକକୁ ଅଟକାଇ ଥିଲା । ଯାଂଚ ସମୟରେ ଗାଡିରେ ଗୋଖାଦ୍ୟ ସହ ଗଂଞ୍ଜେଇ ଥିବା ଜାଣିପାରି ଗାଡିକୁ ଜବତ କରି ପୋଲିସ୍ ପଚରାଉଚୁରା ଜାରି ରଖିଥିଲା। ଗଂଞ୍ଜେଇ ଉତ୍ତର ପ୍ରଦେଶ ଅଭିମୁଖେ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲେ। ଗଂଞ୍ଜେଇ ମାଫିଆ ମାନେ ଅଭିନବ ଉପାୟରେ ଟ୍ରକ୍ ମଧ୍ୟରେ ତଳେ ଗଂଞ୍ଜେଇ ଭର୍ତୀ କରି ଉପରେ ଗୋଖାଦ୍ୟ ରଖି ବେଆଇନ ଭାବେ ଚାଲାଣ କରୁଥିଲେ। ଟ୍ରକ ରୁ ୨୯ ଟି ବ୍ୟାଗ୍ ରେ 852 କେଜି ଗଂଞ୍ଜେଇ ଜବତ କରିବା ସହ ୫୧୬ ଟି ଜରିବ୍ୟାଗ୍ ଭର୍ତ୍ତି ଗୋଖଦ୍ୟ ଥିବା ଜଣାପଡ଼ିଛି । ଟ୍ରକ୍ ସହ ଦୁଇଟି ମୋବାଇଲ୍ ଫୋନ, ୭୧୦୦ ଟଙ୍କା ଜବତ କରିଛି | ଗାଡି ଚାଳକ ଓ ହେଲପର ଦୁଇଜଣକୁ ଗିରଫ କରିଛି ପୋଲିସ୍।
ଗିରଫ ଦୁଇ ଜଣଙ୍କ ଘର ଉତ୍ତର ପ୍ରଦେଶ ର ଆଲିଗଡ ଜିଲ୍ଲା ନାଉନ୍ ଗ୍ରାମର ଅନିଲ କୁମାର ଓ ଥେକେଡେର୍ ଗ୍ରାମର ହରିଶ୍ କୁମାର। ଜବତ ଗଂଞ୍ଜେଇ ର ଆନୁମାନିକ ମୁଲ୍ୟ ପ୍ରାୟ ଏକ କୋଟି ରୁ ଉର୍ଦ୍ଧ ହେବ ବୋଲି ପୋଲିସ କହିଛି| ସେମାନେ କାହା ଠାରୁ ଓ କେଉଁ ଠାରୁ ଗଞ୍ଜେଇ ଆଣୁଥିଲେ ପୋଲିସ କରିଛି ତଦନ୍ତ ।