ରାୟଗଡାରେ ଗୁରୁପୂଜନ ସମାରୋହ

ରାୟଗଡା (ପ୍ରତିଫଳନ ମିଡ଼ିଆ )

ବିଜେପିର ବରିଷ୍ଠ କର୍ମକର୍ତ୍ତା ଶ୍ରୀ ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ରାୟଗଡ଼ାର ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ସଭା ପ୍ରକୋଷ୍ଠରେ ଗୁରୁ ପୂର୍ଣ୍ଣିମା ଅବସରରେ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ସ୍ବାମୀ ଶିବାନନ୍ଦ ଙ୍କ ଶିଷ୍ୟ ସ୍ବାମୀ ତନ୍ମୟାନନ୍ଦ ସରସ୍ଵତୀ ଜୀ, ଯୋଗଗୁରୁ ବ୍ରହ୍ମଚାରୀ ରାଜେଶ ଜୀ, ଜଡ଼ିବୁଟି ବାବା ସ୍ବାମୀ ମାନବାନନ୍ଦ ମହାରାଜ ଜୀ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଡ଼. ଦ୍ବିତୀଚନ୍ଦ୍ର ସାହୁ, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଜୟଦେବ ସିଠ ଓ ଉକ୍ତ ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ତଥା ଶିକ୍ଷାବିତ୍ ଶ୍ରୀ ବିଜୟ କୁମାର ଚୌଧୁରୀ ପ୍ରମୁଖ ଗୁରୁମାନଙ୍କୁ ପୂଜନ କରାଯାଇ ଆଶୀର୍ବାଦ କାମନା କରାଯାଇଥିଲା। ଗୁରୁପ୍ରମୁଖ ମାନେ ଗୁରୁପୂର୍ଣ୍ଣିମାର ମହତ୍ତ୍ୱ ସମ୍ପର୍କରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରାର୍ଥୀ କାଳୀରାମ ମାଝୀ, ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକା, ପୂର୍ବତନ ସଭାପତି ରଜତ ମାଦଳା, ଜିଲ୍ଲା ଉପ ସଭାନେତ୍ରୀ ଅଶ୍ବିନୀ କଞ୍ଚଡା ଓ ଅର୍ଚ୍ଚନା ବର୍ମା, କୃଷକ ମୋର୍ଚ୍ଚାର ସୁମନ୍ତ ମହାରଣା, ବୁରୁଡି ଲକ୍ଷ୍ମୀ, ପ୍ରିତମ ଖରା, ଜିତେନ୍ଦ୍ର ବେହେରା, ସାନ୍ତୁନୁ ସୁବୁଦ୍ଧି, ରାମଚନ୍ଦ୍ର ପାଣିଗ୍ରାହୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ବିଦ୍ୟାଳୟର ଛାତ୍ର ଛାତ୍ରୀ ମଧ୍ୟ ଏଥିରେ ଅଂଶଗ୍ରହଣ କରି ଥିଲେ।

Spread the love