ରାୟଗଡା ( ପ୍ରତିଫଳନ ମିଡ଼ିଆ)
ଶିକ୍ଷାବର୍ଷ 2025-26 ପାଇଁ ଜ୍ଞାନଲୋକ ଟ୍ରଷ୍ଟର ଦ୍ୱିତୀୟ ଛାତ୍ରବୃତ୍ତି ପୁରସ୍କାର ସମାରୋହ ଆସିଷ୍ଟ ଚିଲଡ୍ରେନ ହୋମ, ରାୟଗଡା ଠାରେ ସଫଳତାର ସହିତ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ, ଦୁଇ ଜଣ (ଅନାଥ ଛାତ୍ରୀ )ଶ୍ରୁତି ତୋଇକା ଏବଂ ଜାନକୀ ବିଦିକା ଯୋଗ୍ୟ ଛାତ୍ରଛାତ୍ରୀ ସେମାନଙ୍କର ଯୁକ୍ତ ଦୁଇ ଶିକ୍ଷା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।

ରାୟଗଡା ଜିଲା କୋଲନରା ବ୍ଲକ୍ ପ୍ରୋଗ୍ରାମ ମ୍ୟାନେଜର କଳ୍ପନା ମିଶ୍ର ଅତିଥି ଭାବେ ଉପସ୍ଥିତ ରହି ଲକ୍ଷ୍ୟ ପଥରେ ଅତିକ୍ରମ କରିବାକୁ ହେଲେ ଅନେକ ପ୍ରତିବନ୍ଧକ ଆସିବ ଏବଂ ଏହା ହିଁ ମଣିଷକୁ ସଶକ୍ତ କରିବା ସହ ଜୀବନପଥକୁ ଫଳପ୍ରସୁ କରିଥାଏ ବୋଲି ମତ ବ୍ୟକ୍ତ କରିଥିଲେ। ଚିଲଡ୍ରେନ ହୋମର ୱାର୍ଡେନ ଜି. ସରିତା ଅନ୍ୟତମ ଅତିଥି ଭାବେ ଉପସ୍ଥିତ ଥିଲେ।
ଟିମ୍ ଜ୍ଞାନଲୋକ ଉଭୟ ଯୋଗ୍ୟତା ବିଦ୍ୱାନଙ୍କୁ ସେମାନଙ୍କର ସଫଳତା ପାଇଁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ସୁନ୍ଦର ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଥିଲେ।

